fbpx

ଶମ୍ଭୁ ବଡର ମାମଲାକୁ ନେଇ ସାମନାକୁ ଆସିଲା ସୁପ୍ରିମକୋର୍ଟର ବଡ଼ ରାୟ: ଏଥର ହୋଇ ପାରିବନି ଟ୍ରାକ୍ଟର ପାର୍କିଂ

ପଞ୍ଜାବ: ଶମ୍ଭୁ ବଡର ଖୋଲିବା ମାମଲାକୁ ନେଇ ସୁପ୍ରିମକୋର୍ଟର ଆସିଲା ବଡ ନିଷ୍ପତି । ରାଜପଥର ଉଭୟ ପାର୍ଶ୍ୱରେ ଗୋଟିଏ ଗୋଟିଏ ଲେନ୍ ଖୋଲାଯାଉ ବୋଲି କୋର୍ଟ କହିଛନ୍ତି। ଆମ୍ବୁଲାନ୍ସ, ବରିଷ୍ଠ ନାଗରିକ, ମହିଳା, ଛାତ୍ରଛାତ୍ରୀଙ୍କ ପାଇଁ ରାଜପଥ ଖୋଲିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।ମାମଲାର ଶୁଣାଣି ବେଳେ ସୁପ୍ରିମକୋର୍ଟ କହିଛନ୍ତି ଯେ ଲୋକଙ୍କ ପାଇଁ ଶମ୍ଭୁ ସୀମାର ଉଭୟ ପାର୍ଶ୍ୱରେ ଗୋଟିଏ ଗୋଟିଏ ଲେନ୍ ଖୋଲାଯାଇପାରିବ।

ଖବର ଅନୁଯାୟୀ, କୋର୍ଟ କହିଛନ୍ତି ଯେ, ରାଜପଥ ଟ୍ରାକ୍ଟର ପାର୍କିଂ ପାଇଁ ନୁହେଁ। କୋର୍ଟ ହରିୟାଣା ଏବଂ ପଞ୍ଜାବର ଡିଜିପିମାନଙ୍କୁ ଏକ ସପ୍ତାହ ମଧ୍ୟରେ ସାକ୍ଷାତ କରିବାକୁ ଏବଂ ସୀମା ଖୋଲିବା ପାଇଁ ଯୋଜନା ପ୍ରସ୍ତୁତ କରିବାକୁ କହିଛନ୍ତି। ସୀମା ବନ୍ଦ ହେବା ଯୋଗୁ ଜନସାଧାରଣ ବହୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି।

ଏକ ସପ୍ତାହ ମଧ୍ୟରେ ଏକ ବୈଠକ କରି ବର୍ଡର ଖୋଲିବା ନେଇ ଏକ ରୂପରେଖ ପ୍ରସ୍ତୁତ କରିବାକୁ କହିଛନ୍ତି। କୋର୍ଟ ଏନେଇ ହରିୟାଣା ଏବଂ ପଞ୍ଜାବର ପୋଲିସ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ଏହାର ଆଗାମୀ ଶୁଣାଣି ଚଳିତ ମାସ ୨୨ ତାରିଖରେ ହେବ ବୋଲି ଜଣାପଡିଛି ।

Get real time updates directly on you device, subscribe now.