fbpx

ଶ୍ରେଷ୍ଠ ଭାରତୀୟ ଏକାଦଶ ଘୋଷଣା କଲେ କିମ୍ବଦନ୍ତୀ ସ୍ପିନର: ସ୍ଥାନ ପାଇଲେନି ଧୋନି ଓ କୋହଲି

ନୂଆଦିଲ୍ଲୀ: ଅଷ୍ଟ୍ରେଲିୟ କିମ୍ବଦନ୍ତୀ ସ୍ପିନର ଶେନ୍ ୱାର୍ନେ ନିଜର ସର୍ବକାଳୀନ ଶ୍ରେଷ୍ଠ ଭାରତୀୟ ଏକାଦଶ ଘୋଷଣା କରିଛନ୍ତି। ତେବେ ଏହି ଦଳରେ ମହେନ୍ଦ୍ର ସିଂ ଧୋନି ଏବଂ ବିରାଟ କୋହଲି ଏହି ଦଳରେ ସ୍ଥାନ ପାଇ ନାହାନ୍ତି। ଭାରତୀୟ ଦଳର ପୂର୍ବତନ ଅଧିନାୟିକ ଧୋନି ଏବଂ ବର୍ତ୍ତମାନର ଅଧିନାୟକ କୋହଲିଙ୍କୁ ଦଳରୁ ବାଦ ଦେଇଥିବା ବେଳେ ଭିଭିଏସ୍ ଲକ୍ଷ୍ମଣ ମଧ୍ଯ ଏହି ଏକାଦଶରେ ସ୍ଥାନ ପାଇ ନାହାନ୍ତି। ୱାର୍ଣେ କହିଛନ୍ତି ସେ ଖେଳିଥିବା ଖେଳାଳିଙ୍କୁ ଏହି ତାଲିକାରେ ସାମିଲ କରି ଥିବାରୁ ଉଭୟ ଧୋନି ଓ କୋହଲି ବାଦ ପଡ଼ିଛନ୍ତି। ସେହିପରି ବର୍ତମାନ ବିସିସିଆଇ ସୌରଭ ଗାଙ୍ଗୁଲିଙ୍କୁ ନିଜ ଏକାଦଶ ପାଇଁ ଅଧିନାୟକ ବାଛିଛନ୍ତି।

ଓପନର ଭବରେ ବୀରେନ୍ଦ୍ର ସେହୱାଗ ଓ ନବଜୋତ ସିଂ ସିଦ୍ଧୁଙ୍କୁ ବାଛିଛନ୍ତି ୱାର୍ନ। ଦ ୱାଲ୍ ରାହୁଲ ଦ୍ରାବିଡ ଏବଂ ମହମ୍ମଦ ଅଝରୁଦ୍ଦିନ ୩ ନମ୍ବର ବ୍ୟାଟ୍ସମ୍ୟାନ୍ ଥିବା ବେଳେ ସଚିନ ତେନ୍ଦୁଲକର ୪ ନମ୍ବର ଖେଳାଳି ରହିଛନ୍ତି। ସୌରଭ ଗାଙ୍ଗୁଲି ଏବଂ ନୟନ ମୋଙ୍ଗିଆ ପରବର୍ତ୍ତୀ ବ୍ୟାଟ୍ସମ୍ୟାନ୍ ତାଲିକାରେ ଅଛନ୍ତି। ନୟନ ମୋଙ୍ଗିଆ କିପର ଭାବରେ ସ୍ଥାନ ପାଇଛନ୍ତି। ତେବେ ଗାଙ୍ଗୁଲି ଦଳରେ ସ୍ଥାନ ପାଇଥିବାରୁ ଲକ୍ଷ୍ମଣଙ୍କ ନାମ ସାମିଲ କରି ହେଲାନି ବୋଲି କହିଛନ୍ତି ୱାର୍ନେ। ଅଲ୍ ରାଉଣ୍ଡର ଭାବେ କପିଲ ଦେବ ରହିଥିବା ବେଳେ ଜଵଗଲ ଶ୍ରୀନାଥ ପେସ ବୋଲର ରହିଛନ୍ତି। ଦୁଇ କିମ୍ବଦନ୍ତୀ ସ୍ପିନର ଅନିଲ କୁମ୍ବଲେ ଓ ହରଭଜନ ସିଂ ଏହି ଦଳରେ ସ୍ଥାନ ପାଇଛନ୍ତି।

Get real time updates directly on you device, subscribe now.