fbpx

ହୋଇସାରିଛି ଶନି ଦେବଙ୍କ ନକ୍ଷତ୍ର ପରିବର୍ତ୍ତନ; ଆଗାମୀ ୬ ମାସ ପର୍ଯ୍ୟନ୍ତ ସାବଧାନ ରୁହନ୍ତୁ ଏହି ରାଶି

ଓଡ଼ିଶା ଭାସ୍କର: ଏପ୍ରିଲ ୬ ତାରିଖ ଦ୍ୱିପ୍ରହର ୩ଟା ୫୫ମିନିଟ୍ ସମୟରେ ଶନି ଦେବ ପୂର୍ବଭାଦ୍ରପଦ ନକ୍ଷତ୍ରକୁ ଚଳନ କରିଛନ୍ତି ଓ ଅକ୍ଟୋବର ୩ ତାରିଖ ପର୍ଯ୍ୟନ୍ତ ସେ ଏହି ନକ୍ଷତ୍ରରେ ରହିବେ । ତେବେ ଶନିଦେବଙ୍କ ଏହି ନକ୍ଷତ୍ର ପରିବର୍ତ୍ତନ ଠିକ୍ ସୂର୍ଯ୍ୟ ପରାଗ ଓ ହିନ୍ଦୁ ନବବର୍ଷ ପୂର୍ବରୁ ହୋଇଛି । ଜ୍ୟୋତିଷବିଦ୍‌ଙ୍କ ଅନୁସାରେ ଏହି ପରିବର୍ତ୍ତନ ବହୁତ ଖାସ୍ ରହିବ । ଜ୍ୟୋତିଷବିଦ୍‌ଙ୍କ ଅନୁସାରେ ଯେତେବେଳେ ବି ଶନି ଦେବ ପୂର୍ବଭାଦ୍ରପଦରେ ଅବସ୍ଥାନ କରିଥାନ୍ତି ସେତେବେଳେ ଜାତକଙ୍କୁ ଧନହାନୀ ସମ୍ବନ୍ଧିତ ଓ ଆର୍ଥିକ ରୂପରେ ସମସ୍ୟାର ସାମ୍ନା କରିବାକୁ ପଡିଥାଏ ।ଏହି କ୍ରମରେ ଆସନ୍ତୁ ଜାଣିବା ଶନିଙ୍କ ନକ୍ଷତ୍ର ପରିବର୍ତ୍ତନ କରିବା ଦ୍ୱାରା କେଉଁ ରାଶିଙ୍କୁ ଆଗାମୀ ୬ ମାସ ପର୍ଯ୍ୟନ୍ତ ବିଭିନ୍ନ ଆର୍ଥିକ ସମସ୍ୟାର ସାମ୍ନା କରିବାକୁ ପଡିପାରେ ।
କର୍କଟ: କର୍କଟ ରାଶିର ଜାତକଙ୍କ ଉପରେ ଶନି ଢୈୟାର ପ୍ରଭାବ ନକରାତ୍ମକ ରହିବ । ଜୀବନରେ ବିଭିନ୍ନ ପ୍ରକାର ସମସ୍ୟା ଆସିବ । ଆର୍ଥିକ ମାମଲାରେ କ୍ଷତିର ସାମ୍ନା କରିବାକୁ ପଡିପାରେ ।
ବିଛା: ଏହି ରାଶିର ଲୋକଙ୍କୁ ଧନହାନୀର ସାମ୍ନା କରିବାକୁ ପଡିପାରେ । ବ୍ୟବସାୟରେ ପାର୍ଟନରଙ୍କ ସହ ମତାନ୍ତର ହୋଇପାରେ । ଏହାଦ୍ୱାରା ଆର୍ଥିକ କ୍ଷତି ବି ହୋଇପାରେ । ନିବେଶ କରିବା ସମୟରେ ସାବଧାନ ରହିବା ଜରୁରୀ ।
ଧନୁ:ଧନୁ ରାଶିର ଜାତକ ଶନିଙ୍କ ନକ୍ଷତ୍ର ପରିବର୍ତ୍ତନ ଦ୍ୱାରା ବଡ ସମସ୍ୟାର ସାମ୍ନା କରିପାରନ୍ତି । ପରିଶ୍ରମ କରିବେ କିନ୍ତୁ ଫଳ ମିଳିବ ନାହିଁ । ଚାକିରୀ କ୍ଷେତ୍ରରେ ଆୟକୁ ନେଇ ମଧ୍ୟ ସମସ୍ୟା ଉପୁଜିପାରେ ।
କୁମ୍ଭ:ଶନିଙ୍କ ନକ୍ଷତ୍ର ପରିବର୍ତ୍ତନ ଦ୍ୱାରା କୁମ୍ଭ ରାଶିର ଜାତକଙ୍କ ଉପରେ ନକରାତ୍ମକ ପ୍ରଭାବ ପଡିବ । ପରିଜନଙ୍କ ସହ ସର୍ବଦା ପାଟି ତୁଣ୍ଡ ଲାଗି ରହିବ । କୌଣସି ନୂଆ କାର୍ଯ୍ୟ ଆରମ୍ଭ କରନ୍ତୁ ନାହିଁ । ସ୍ୱାସ୍ଥ୍ୟ ଅବସ୍ଥା ବି ଖରାପ ହୋଇପାରେ ।

Get real time updates directly on you device, subscribe now.