ନୂଆଦିଲ୍ଲୀ: ଶିଳ୍ପପତି ମୁକେଶ ଅମ୍ବାନୀଙ୍କ ସାନ ପୁଅ ଅନନ୍ତ ଅମ୍ବାନୀ ଏବଂ ରାଧିକା ମର୍ଚାଣ୍ଟ ବିବାହ ସମାରୋହରେ ସାମିଲ ହେବାକୁ ନେଇ ଜୋଶୀମଠର ଶଙ୍କରାଚାର୍ଯ୍ୟ ସ୍ୱାମୀ ଅଭିମୁକ୍ତେଶ୍ୱରାନନ୍ଦ ସରସ୍ୱତୀ କହିଛନ୍ତି ଯେ, ସେ ବର-ବଧୂଙ୍କୁ ଆର୍ଶୀବାଦ ଦେବାକୁ ଯାଇଥିଲେ । ସେ କହିଛନ୍ତି ଯେ, ଏତେ ବଡ଼ ଆୟୋଜନରେ ନା ମଦ ପରଷା ଯାଇଥିବା ଏବଂ ନା ମାଂସ ।
ଉତ୍ତରାଖଣ୍ଡ ସ୍ଥିତ ଜୋସୀମଠରେ ଶଙ୍କରାଚାର୍ଯ୍ୟ ସ୍ୱାମୀ ଅଭିମୁକ୍ତେଶ୍ୱରାନନ୍ଦ ସରସ୍ୱତୀ କହିଛନ୍ତି ଯେ, ‘ ଗୁରୁଜନ ଯାହା କରନ୍ତି ତାକୁ ଅନୁସରଣ ସାଧାରଣ ଲୋକ କରନ୍ତି । ଅନନ୍ତ ଅମ୍ବାନୀ ଏବଂ ରାଧିକା ମର୍ଚାଣ୍ଟଙ୍କ ବିବାହ ପୂର୍ବରୁ ଏବଂ ପରେ ଅନେକ କାର୍ଯ୍ୟକ୍ରମ ହୋଇଛି, ହେଲେ ଗୋଟିଏ ଦିନ ବି ମଦ ଦିଆଯାଇନାହିଁ । ହଜାର ପ୍ରକାର ଖାଦ୍ୟ ତିଆରି ହୋଇଥିଲା ହେଲେ ଆମିଷ କରାଯାଇନଥିଲା ।’
ସେ ଆଗକୁ କହିଛନ୍ତି ଯେ, ‘ବିବାହରେ ଅନେକ ଧାର୍ମିକ ପରମ୍ପରାମାନ ଅନୁସରଣ କରାଯାଇଛି । ଭାରତୀୟ ସାଂସ୍କୃତିକ ଅନୁଯାୟୀ ବିବାହ ହୋଇଥିଲା । ଏଥିରେ ମୋତେ ଲାଗୁଥିଲା ଯେ, ଆଶୀର୍ବାଦ ଦେବା ଆବଶ୍ୟକ । ଆମେ ଧନୀ ଏବଂ ଗରିବ ଦୁହିଁଙ୍କ ଘରକୁ ଯାଉ । ଆପଣଙ୍କୁ ଜଣାଥିବ ଯେ, ବିବାହର ଆୟୋଜନ ହେବାରେ ବରଯାତ୍ରୀ ପ୍ରଶ୍ କରନ୍ତି ଯେ, ଆମ ପାଇଁ କଣ ବ୍ୟବସ୍ଥା ରହିଛି ।’