fbpx
BSKY
BJD SHG SKY
BJD YOUTH SKY

UNESCOର ଘୋଷଣା: ଶାନ୍ତିନିକେତନକୁ ମିଳିଲା ବିଶ୍ୱ ଐତିହ୍ୟ ମାନ୍ୟତା, ୧୨୨ ବର୍ଷ ତଳର ଏହି ଶିକ୍ଷାନୁଷ୍ଠାନର ସ୍ୱତନ୍ତ୍ରତା କ’ଣ

ନୂଆଦିଲ୍ଲୀ: ପାଖାପାଖି ୧୨୨ ବର୍ଷ ତଳେ ମାତ୍ର ୫ ଜଣ ଛାତ୍ରଛାତ୍ରୀଙ୍କୁ ନେଇ ସ୍ଥାପିତ ହୋଇଥିବା ପଶ୍ଚିମବଙ୍ଗର ଶାନ୍ତିନିକେତନ ବିଶ୍ୱବିଦ୍ୟାଳୟକୁ ମିଳିଛି ବିଶ୍ୱ ଐତିହ୍ୟ ସ୍ଥଳୀର ମାନ୍ୟତା ମିଳିଛି । ଏହା ନିଶ୍ଚିତ ଭାବେ ପ୍ରତି ଭାରତୀୟଙ୍କ ପାଇଁ ଏକ ଗର୍ବର ବିଷୟ । ଆଜି ବି ସେଠାରେ ପିଲାମାନେ ବୃକ୍ଷ ତଳେ ବସି ପଢ଼ୁଛନ୍ତି । ଏକ ଦଶନ୍ଧି ଧରି ଅଭିଯାନ ଚାଲିବା ପରେ ମିଳିତ ଜାତିସଂଘର ଶିକ୍ଷା, ବୈଜ୍ଞାନିକ ଓ ସାଂସ୍କୃତିକ ସଂଗଠନ (ୟୁନେସ୍କୋ) ପକ୍ଷରୁ ଏହି ଘୋଷଣା କରାଯାଇଛି ।

ଅନ୍ତରାଷ୍ଟ୍ରୀୟ ସ୍ତରର ପରାମର୍ଶଦାତାଙ୍କ ସୁପାରିଶ ପରେ ବିଶ୍ୱପ୍ରସିଦ୍ଧ କବି ଓ ଦାର୍ଶନିକ ରବିନ୍ଦ୍ରନାଥ ଟାଗୋରଙ୍କ ‘ଶାନ୍ତିର ନିବାସ’କୁ ପ୍ରତିଷ୍ଠିତ ବିଶ୍ୱସୂଚୀରେ ସାମିଲ କରାଯାଇଛି । ବିଶ୍ୱ ଐତିହ୍ୟ ସ୍ଥଳୀ ଭାବେ ଘୋଷିତ ହେବା ପରେ ଶାନ୍ତିନିକେତନ ଭାରତର ୪୧ତମ ବିଶ୍ୱ ଐତିହ୍ୟ ସ୍ଥଳୀ ଭାବେ ପରିଚିତ ହୋଇଛି । ଏଥିସହ ଦାର୍ଜିଲିଂ ହିମାଳୟନ ରେଲୱେ ଓ ସୁନ୍ଦରବନ ରାଷ୍ଟ୍ରୀୟ ଉଦ୍ୟାନ ପରେ ଏହା ପଶ୍ଚିମବଙ୍ଗର ତୃତୀୟ ବିଶ୍ୱ ଐତିହ୍ୟ ସ୍ଥଳୀ ଭାବେ ବିବେଚିତ ହୋଇଛି ।

୧୮୬୩ରେ ୭ ଏକର ଜମିରେ ଟାଗୋରଙ୍କ ପିତା ମହର୍ଷି ଦେବେନ୍ଦ୍ରନାଥ ଟାଗୋର ଏକ ଆଶ୍ରମ ସ୍ଥାପନା କରିଥିଲେ । ପରେ ସେଠାରେ ଏହି ବିଶ୍ୱବିଦ୍ୟାଳୟକୁ ସ୍ଥାପିତ କରାଯିବା ସହ ବିଜ୍ଞାନ, କଳା ଓ ସଂସ୍କୃତ ପାଠ ପଢ଼ାଯାଇଥିଲା । ୧୯୦୧ରେ ଗ୍ରାମୀଣ ପଶ୍ଚିମବଙ୍ଗରେ ସ୍ଥାପିତ ହୋଇଥିବା ଶାନ୍ତିନିକେତନ ଏକ ଆବାସିକ ବିଦ୍ୟାଳୟ ଓ ପ୍ରାଚୀନ ଭାରତୀୟ ପରମ୍ପରା, ଧାର୍ମିକ, ସଂସ୍କୃତି, ଏକତା ଉପରେ ଆଧାରିତ ଏକ କଳା କେନ୍ଦ୍ର ଥିଲା ।

ଉକ୍ତ ବିଶ୍ୱବିଦ୍ୟାଳୟରେ ଗ୍ରାଜୁଏଟ, ପୋଷ୍ଟଗ୍ରାଜୁଏଟ, ଡକ୍ଟରେଟ ଆଦି ପାଠ୍ୟକ୍ରମ ରହିବା ସହିତ ସାରା ବିଶ୍ୱର ପୁସ୍ତକକୁ ନେଇ ଏକ ଲାଇବ୍ରେରୀ ରହିଛି । ଏକ ପ୍ରାକୃତିକ ପରିବେଷ୍ଟିତ ମନୋରମ ଦୃଶ୍ୟ ପାଇଁ ଏହା ଦେଶ ବିଦେଶର ପର୍ଯ୍ୟଟକଙ୍କ ମନକୁ ଆକର୍ଷିତ କରିଥାଏ । ମାତ୍ର ୫ ଜଣ ଛାତ୍ରଛାତ୍ରୀଙ୍କୁ ନେଇ ଆରମ୍ଭ ହୋଇଥିବା ଏହି ବିଶ୍ୱବିଦ୍ୟାଳୟ ଆଜି ୬ ହଜାରରୁ ଅଧିକ ଛାତ୍ରଛାତ୍ରୀ ପଢ଼ୁଛନ୍ତି । ସେଠାରେ ବିଭିନ୍ନ ଉତ୍ସବ ବଡ଼ ଧୁମଧାମରେ ପାଳିତ ହୋଇଥାଏ । ଖାଦ୍ୟପେୟ ପାଇଁ ଶାନ୍ତିନିକେତନକୁ ସାରା ଦେଶର ଖାଦ୍ୟ ଯାଇଥାଏ । ବିଶ୍ୱ ଐତିହ୍ୟ ସ୍ଥଳୀର ଶାନ୍ତିନିକେତନର ନାମାଙ୍କନ ପାଇଁ ୨୦୦୯ରେ ପ୍ରଥମ ଥର ବାସ୍ତୁକାର ଆଭା ନାରାୟଣ ଲାମ୍ବା ଓ ବାସ୍ତୁକାର ମନୀଷ ଚକ୍ରବର୍ତ୍ତୀ ଦସ୍ତାବିଜ ପ୍ରସ୍ତୁତ କରିଥିଲେ । ୨୦୨୧ରେ ଏଏସଆଇ ସହିତ ଲାମ୍ବା ଯୋଗାଯୋଗ କରିବା ପରେ ୧୦ ଦିନ ଭିତରେ ଅନ୍ତିମ ପ୍ରସ୍ତାବ ଜମା କରିବାକୁ କୁହାଯାଇଥିଲା ।

Get real time updates directly on you device, subscribe now.