fbpx

ODIରେ ଶ୍ରେଷ୍ଠ ପ୍ରଦର୍ଶନ ପରେ ସିରାଜଙ୍କ ଆଶ୍ଚର୍ଯ୍ୟଜନକ ଘୋଷଣା: ଅଚାନକ ଏପରି ନିଷ୍ପତ୍ତି ନେଇଗଲେ ବୋଲର

ନୂଆଦିଲ୍ଲୀ: ଶ୍ରୀଲଙ୍କାକୁ ମାତ୍ ଦେଇ ଅଷ୍ଟମ ଥର ପାଇଁ ଏସିଆ କପ୍ ଚମ୍ପିଆନ ପାଲଟିଛି ଟିମ ଇଣ୍ଡିଆ । ଭାରତର ଦମଦାର ବୋଲିଂ ଆଗରେ ହାର ମାନି ଶ୍ରୀଲଙ୍କା ମାତ୍ର ୫୦ ରନ କରିବାରେ ସକ୍ଷମ ହୋଇଥିଲା । ତେବେ ଭାରତର ଏହି ବିଜୟରେ ପ୍ରମୁଖ ସୂତ୍ରଧାର ହେଉଛନ୍ତି ମହମ୍ମଦ ସିରାଜ । ୭ ଓଭର ବୋଲିଂ କରି ଶ୍ରୀଲଙ୍କାର ୬ଟି ମୂଲ୍ୟବାନ ୱିକେଟ କରିବା ସହ ସେ ଦଳର ମନୋବଳ ଭାଙ୍ଗି ଦେଇଥିଲେ । ଏହି ବୋଲିଂ ପିଗର ସହିତ ସେ ନିଜ ନାମରେ ଇତିହାସ ଲେଖି ଦେଇଛନ୍ତି । ଏହାପରେ ସେ ଏକ ବିରାଟ ନିଷ୍ପତ୍ତି ନେଇଛନ୍ତି । ଯାହାକୁ ଶୁଣି ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି ।
ଏସିଆ କପରେ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇ ଶ୍ରୀଲଙ୍କା ଫେଲ ମାରିଛି । ସିରାଜଙ୍କ ବଲକୁ ସାମ୍ନା କରିବାକୁ ଘରୋଇ ଦଳର କୌଣସି ଖେଳାଳି ସମର୍ଥ ହୋଇ ନଥିଲେ । ୭ ଓଭର ବୋଲିଂ କରି ସେ ମାତ୍ର ୨୧ ରନ୍ ଖର୍ଚ୍ଚ କରିଥିବା ବେଳେ ଶ୍ରୀଲଙ୍କାର ୬ଟି ୱିକେଟ ଅକ୍ତିଆର କରିଥିଲେ ସିରାଜ । ତେଣୁ ତାଙ୍କୁ ଫାଇନାଲରେ ମ୍ୟାନ୍ ଅଫ ଦ ମ୍ୟାଚ ଭାବରେ ବିବେଚିତ କରାଯାଇଛି । ତେବେ ଫାଇନାଲରେ ମ୍ୟାନ ଅଫ ଦ ମ୍ୟାଚ ଆୱାର୍ଡ ପାଇବା ମାତ୍ରେ ସେ ଏକ ବଡ଼ ଘୋଷଣା କରିଛନ୍ତି । ମ୍ୟାନ୍ ଅଫ ଦ ମ୍ୟାଚ ଭାବରେ ତାଙ୍କୁ ପ୍ରାପ୍ତ ହୋଇଥିବା ଏହି ରାଶିକୁ ସେ ଶ୍ରୀଲଙ୍କାର ସମସ୍ତ ଗ୍ରାଉଣ୍ଡଷ୍ଟାଫଙ୍କୁ ପ୍ରଦାନ କରିଛନ୍ତି । ଏସିଆ କପ୍-୨୦୨୩ ସମ୍ଭବ ହେବାରେ ଶ୍ରୀଲଙ୍କାର ଗ୍ରାଉଣ୍ଡଷ୍ଟାଫ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ତେଣୁ ସେମାନଙ୍କ ଅକ୍ଳାନ୍ତ ପରିଶ୍ରମର ସମ୍ମାନ କରି ସିରାଜ ଏପରି ନିଷ୍ପତ୍ତି ନେଇଛନ୍ତି ।
ଏହାପୂର୍ବରୁ ବିସିସିଆଇ ସଚିବ ଜୟ ଶାହ ମଧ୍ୟ ଏଭଳି ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି । ଗ୍ରାଣ୍ଡଷ୍ଟାଫମାନଙ୍କୁ ୫୦ ହଜାର ଡଲାର ପ୍ରଦାନ କରିବା ପାଇଁ ସେ ଘୋଷଣା କରିଛନ୍ତି । ସେହିପରି ପାକିସ୍ତାନ ବିପକ୍ଷ ମ୍ୟାଚରେ ଅଧିନାୟକ ରୋହିତ ଏବଂ ସିନିୟର କ୍ରିକେଟର ବିରାଟ କୋହଲି ମଧ୍ୟ ଏଭଳି ନିଷ୍ପତ୍ତି ନେଇଥିଲେ । ଭାରତ ଏବଂ ବିରାଟଙ୍କୁ ଏହି ମ୍ୟାଚରେ ମିଳିଥିବା ସମସ୍ତ ମ୍ୟାଚ ଫି ଗ୍ରାଉଣ୍ଡଷ୍ଟାଫଙ୍କୁ ଦେଇଥିଲେ । ତେବେ ଆଜି ସିରାଜଙ୍କର ଏହି ନିଷ୍ପତ୍ତି ପାଇଁ ତାଙ୍କୁ ଖୁବ ପ୍ରଶଂସା କରାଯାଉଛି ।

Get real time updates directly on you device, subscribe now.