fbpx
BSKY SKY
BSKY SKY

ଏହି ମାର୍କେଟରେ ଆପଣଙ୍କୁ ମିଳିବ ସବୁ ରାଜ୍ୟର ଜିନିଷ, ଜାଣନ୍ତୁ କେଉଁଠି

BSKY

ଆପଣ ଅଲଗା ଅଲଗା ଜିନିଷ ରଖିବାକୁ ପସନ୍ଦ କରନ୍ତି କିମ୍ବା ବିଭିନ୍ନ ରାଜ୍ୟର ଜିନିଷ ରଖିବାକୁ ପସନ୍ଦ କରନ୍ତି ତେବେ ଆପଣ ଏହି ମାର୍କେଟ ନିଶ୍ଚିତ ଯାଆନ୍ତୁ । ଏହି ମାର୍କେଟ ସେମାନଙ୍କୁ ପସନ୍ଦ ଆସିବ ଯେଉଁମାନେ ବିଭିନ୍ନ ପ୍ରକାର ଜିନିଷ ଲୋକମାନଙ୍କୁ ଉପହାର ଦିଅନ୍ତି । ସେମାନଙ୍କୁ ଏହି ମାର୍କେଟ ନିଶ୍ଚିତ ଯିବା ଆବଶ୍ୟକ । ଏହା ଛଡା ଆପଣଙ୍କୁ ଯଦି ଷ୍ଟାଇଲିଷ୍ଟ ଏବଂ ଆଦିବାସୀ ଜିନିଷ ପସନ୍ଦ ତେବେ ଆପଣ ଏହି ମାର୍କେଟରୁ ଜିନିଷ କିଣି ପାରିବେ । ଏହି ମାର୍କେଟ ହେଉଛି ଦିଲ୍ଲୀର ଜନପଥ ମାର୍କେଟ, ଏଠାରେ ସବୁ ପ୍ରକାର ଜିନିଷ ମିଳିବ ।

୧. ଜନପଥରେ ଆପଣଙ୍କୁ ରୁପାଠାରୁ ଆରମ୍ଭ କରି ସବୁ ପ୍ରକାର ଧାତୁର ଅଳଙ୍କାର ମିଳିଥାଏ । ଏଠାରେ ଆପଣଙ୍କୁ ହାତ, ଗୋଡ, କାନର ବିଭିନ୍ନ ପ୍ରକାର ଅଳଙ୍କାର ମିଳିବ । ଏହା ସହିତ ଏଠାରେ ଆପଣଙ୍କୁ ଆଦିବାସୀ ଗହଣା ମଧ୍ୟ ମିଳିବ ।

୨. ଏଠାରେ ଆପଣଙ୍କୁ ଘର ସଜ୍ଜା ଜିନିଷ ମଧ୍ୟ ମିଳିବ । ଟେବୁଲ ଉପରେ ସଜାଇବା ପାଇଁ ଘରର କାନ୍ଥ ସଜାଇବା ପାଇଁ ଏହା ଛଡା ରୋଷେଇ ଘର ସାମଗ୍ରୀ ମଧ୍ୟ ଏଠାରେ ଆପଣମାନଙ୍କୁ ମିଳିବ । ଏହା ଛଡା ଆପଣ ଏହି ଜିନିଷକୁ ଯାହାକୁ ଉପହାର ଦେବେ ସେ ମଧ୍ୟ ଖୁସି ହେବେ ।

୩. ଏହା ଛଡା ଯଦି ଆପଣଙ୍କୁ ଡିଜାଇନ ବ୍ୟାଗ, ପର୍ସ, ଏବଂ ସାଲ କିଣିବାରେ ଅଛି ତେବେ ଏଠାରେ ସେହି ଜିନିଷ ମଧ୍ୟ ଆପଣଙ୍କୁ ମିଳିବ । ଏଠାରେ ଆପଣଙ୍କୁ ବିଭିନ୍ନ ରାଜ୍ୟର ସାଲ ମଧ୍ୟ ମିଳିବ ।

୪. ପିତଳ ମୂର୍ତ୍ତି ଏଠାରେ ଭଲ ମିଳିଥାଏ । ଏହା ଦେଖିବାକୁ ବହୁତ ସୁନ୍ଦର ହୋଇଥାଏ । ଏହା ସହ ଆପଣ ଏହାକୁ ଗିଫ୍ଟ ଭାବରେ ମଧ୍ୟ ଦେଇ ପାରିବେ । ଯଦି ଆପଣ ଦିଲ୍ଲୀରେ ଅଛନ୍ତି ଏବଂ ଆପଣ କିଣା କିଣି କରିବାକୁ ଚାହୁଛନ୍ତି ତେବେ ଆପଣ ଏହି ମାର୍କେଟ ଯାଇ ପାରିବେ ।

Get real time updates directly on you device, subscribe now.