fbpx

ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଶରଦ ପାୱାରଙ୍କ ଟାର୍ଗେଟ; କହିଲେ ଶେଷହେଲା ‘ଏକାଧିପତ୍ୟ’ର ଦିନ

ନୂଆଦିଲ୍ଲୀ: ଏନସିପି ମୁଖ୍ୟ ଶରଦ ପାୱାର କହିଛନ୍ତି ଯେ ଦେଶରେ ‘ଏକାଧିପତ୍ୟ’ ର ଦିନ ଶେଷ ହୋଇଛି । ବୁଧବାର ଦିନ ସେ କହିଛନ୍ତି ଯେ ଭାରତୀୟ ଜନତା ପାର୍ଟି ନିଜେ ଏକା କେନ୍ଦ୍ରରେ ସରକାର ଗଠନ କରିପାରିନଥିବାରୁ ‘ଏକାଧିପତ୍ୟ’ ର ଯୁଗ ଶେଷ ହୋଇଛି ।

ଅନ୍ୟ ଦଳର ସମର୍ଥନ ବିନା କେନ୍ଦ୍ରରେ କ୍ଷମତାକୁ ଆସିବା ତାଙ୍କ ପାଇଁ କଷ୍ଟକର ହୋଇଥାନ୍ତା । ତିନି ଦିନିଆ ମହାରାଷ୍ଟ୍ରର ବାରାମତୀ ଗସ୍ତରେ ଯାଇ ସେ କହିଛନ୍ତି, ମୋଦୀଙ୍କ ଗ୍ୟାରେଣ୍ଟି ଏବେ ଶେଷ ହୋଇଯାଇଛି । ଭୋଟରଙ୍କ ଶକ୍ତି ଯୋଗୁଁ ଏହି ପରିବର୍ତ୍ତନ ଘଟିଛି । ଲୋକସଭା ନିର୍ବାଚନ ଫଳାଫଳ ପ୍ରମାଣ କରିଛି ଯେ ବିଧାନସଭାରେ ମଧ୍ୟ ସମାନ ଫଳାଫଳ ଆସିବ ବୋଲି ସେ କହିଛନ୍ତି ।

“ବିଧାନସଭା ନିର୍ବାଚନରେ ଫଳାଫଳ ଲୋକସଭା ନିର୍ବାଚନ ଭଳି ହେବା ପରେ ମୁଁ ଲୋକଙ୍କୁ ରାଜ୍ୟର ଦାୟିତ୍ୱ ହସ୍ତାନ୍ତର କରିବି । କାରଣ ଏହି କ୍ଷମତା ସେମାନଙ୍କ ସମସ୍ୟାର ସମାଧାନ ପାଇଁ ବ୍ୟବହୃତ ହେବ ବୋଲି ପାୱାର କହିଛନ୍ତି । ଏଥିପାଇଁ ମୋତେ ଆପଣମାନଙ୍କ ସହଯୋଗ ଦରକାର ।”

ଲୋକସଭା ନିର୍ବାଚନରେ ଶରଦ ପାୱାରଙ୍କ ନେତୃତ୍ୱାଧୀନ ଏନସିପି ଅଜିତ ପାୱାରଙ୍କ ନେତୃତ୍ୱାଧୀନ ଏନସିପିକୁ ପଛରେ ପକାଇଦେଇଛି । ଶରଦ ପାୱାରଙ୍କ ନେତୃତ୍ୱାଧୀନ ଏନସିପିର ଭଲ ପ୍ରଦର୍ଶନ ପରେ ଅଜିତ ପାୱାର ଗୋଷ୍ଠୀର ବିଧାୟକମାନେ ଏ ଦିଗରେ ଆସିବା ନେଇ କଳ୍ପନାଜଳ୍ପନା ଚାଲିଛି ।

Get real time updates directly on you device, subscribe now.