fbpx

ଅଜିତଙ୍କୁ ମୁହଁତୋଡ ଜବାବ୍ ଦେଲେ ଶରଦ

ମୁୁମ୍ବାଇ,୧୪ ।୧୧: ମହାରାଷ୍ଟ୍ରରେ ରାତାରାତି ରାଜନୀତି ଓଲଟପାଲଟ ହୋଇଯିବା ପରେ ଆଜି ଟ୍ୱିଟରେ ଲଢେଇ ଦେଖିବାକୁ ମିଳିଛି । ଏନସିପିର ବିଦ୍ରୋହୀ ନେତା ବା ଉପ-ମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ଟ୍ୱିଟକୁ ନେଇ ଚର୍ଚ୍ଚା ହୋଇଥିଲା । ଅଜିତ କହିଥିଲେ ଯେ, ମୁଁ ଏନସିପିରେ ଅଛି, ସବୁବେଳେ ରହିବି ଓ ଶରଦ ପାୱାର ଆମର ନେତା । ବିଜେପି-ଏନସିପି ମେଣ୍ଟ ମହାରାଷ୍ଟ୍ରରେ ସ୍ଥିର ସରକାର ଦେବ । ୫ ବର୍ଷ ଯାଏଁ ମେଣ୍ଟ ସରକାର ରାଜ୍ୟର କଲ୍ୟାଣ ପାଇଁ କାମ କରିବ ।’

ବିଦ୍ରୋହୀ ନେତା ଅଜିତଙ୍କ ଟ୍ୱିଟ୍ ପରେ ଜବାବ୍ ରଖିଥିଲେ ଏନସିପି ମୁଖ୍ୟ ଶରଦ ପାୱାର । ଶରଦ କହିଥିଲେ ଯେ, ବିଜେପି ସହ ମେଣ୍ଟ ହେବାର ପ୍ରଶ୍ନ ଉଠୁନି । ଶିବସେନା ଓ କଂଗ୍ରେସ ସହ ମେଣ୍ଟ ସରକାର ଗଠନ ପାଇଁ ସହମତି ହୋଇଛି । ଅଜିତଙ୍କ ବୟାନ ଭୁଲ ଓ ଭ୍ରମାତ୍ମକ ।’

ତେବେ ଗତକାଲି ମହାରାଷ୍ଟ୍ରର ଉପ-ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ ଅଜିତ ପାୱାର । ଅଜିତଙ୍କ ନିଷ୍ୱତ୍ତିକୁ ବ୍ୟକ୍ତିଗତ ଦର୍ଶାଇଥିଲେ ଏନସିପି ସୁପ୍ରିମୋ ଶରଦ ପାୱାର । ଏହା ସହ ଅଜିତଙ୍କୁ ଏନସିପି ବିଦାୟକ ଦଳ ନେତା ପଦରୁ ହଟାଯାଇଥିଲା ।

Get real time updates directly on you device, subscribe now.