fbpx

କିଛି ସମୟ ପରେ ମହାରାଷ୍ଟ୍ର ରାୟ

ନୂଆଦିଲ୍ଲୀ,୨୫ ।୧୧: ମହାରାଷ୍ଟ୍ର ମାମଲାରେ ଆଜି ଗୁରୁତ୍ୱପୂର୍ଣ୍ଣ ଶୁଣାଣି କରିବେ ସୁପ୍ରିମକୋର୍ଟ । ଶିବସେନା, କଂଗ୍ରେସ ଓ ଏନସିପିର ରିଟ୍ ପିଟିସନ ଉପରେ ହେବ ଆଜିର ଶୁଣାଣି । ଦିନ ୧୦ଟା ୩୦ରେ ହେବ ଏହି ମାମଲାର ଶୁଣାଣି । ସରକାର ଗଠନ ନେଇ ସବୁ ପକ୍ଷକୁ ନୋଟିସ କରିଛନ୍ତି ସୁପ୍ରିମକୋର୍ଟ । କେନ୍ଦ୍ର ସରକାର, ଫଡନାଭିସ ଓ ଅଭିତ ପାୱାରଙ୍କୁ ନୋଟିସ ହୋଇଥିବା ଜଣାପଡିଛି ।

ଉଲ୍ଲେଖଯୋଗ୍ୟ ଯେ ଗତ ଶନିବାର ମହାରାଷ୍ଟ୍ର ରାଜନୀତିରେ ରାତାରାତି ବଦଳିଯାଇଥିଲେ ସରକାର । ମୁଖ୍ୟମନ୍ତ୍ରୀ ଭାବେ ବିଜେପିର ଦେବେନ୍ଦ୍ର ଫଡନାଭିସ ଶପଥ ନେଇଥିବା ବେଳେ ଉପ-ମୁଖ୍ୟମନ୍ତ୍ରୀ ଭାବେ ଏନସିପିର ଅଜିତ ପାୱାର ଶପଥ ନେଇଥିଲେ । ରାଜ୍ୟରେ ଶିବସେନା-ଏନସିପି ଓ କଂଗ୍ରେସ ମିଶି ସରକାର ଗଢିବାକୁ ଯୋଜନା କରୁଥିବା ବେଳେ ବାଜି ମାରିନେଇଥିଲା ବିଜେପି । ରାଜ୍ୟରେ ସରକାର ଗଠନ ବିରୋଧରେ ରବିବାର ସୁପ୍ରିମକୋର୍ଟରେ ରିଟ୍ ପିଟିସନ ଆବେଦନ କରିଥିଲେ ଶିବସେନା, କଂଗ୍ରେସ ଓ ଏନସିପି ।

Get real time updates directly on you device, subscribe now.