fbpx
BSKY
BJD MC SKY
BJD YOUTH SKY

୧୫ ଅକ୍ଟୋବରରୁ ଆରମ୍ଭ ହେଉଛି ଶାରଦୀୟ ନବରାତ୍ରୀ, ଜାଣନ୍ତୁ କେଉଁ ବାହାନରେ ଧରାପୃଷ୍ଠକୁ ଆସୁଛନ୍ତି ମା’

ଚଳିତ ବର୍ଷ ନବରାତ୍ରୀ ପର୍ବ ୧୫ ଅକ୍ଟୋବରରୁ ଆରମ୍ଭ ହେବାକୁ ଯାଉଛି । ନବରାତ୍ରୀର ୯ ଦିନରେ ମା’ଙ୍କ ନଅଗୋଟି ସ୍ୱରୂପର ପୂଜା ଆରାଧନା କରାଯାଏ ।
ହିନ୍ଦୁ ପଞ୍ଚାଙ୍ଗ ଅନୁସାରେ ଶାରଦୀୟ ନବରାତ୍ରୀ ଆଶ୍ୱିନ ମାସ ଶୁକ୍ଳପକ୍ଷ ପ୍ରତିପଦା ତିଥିରୁ ଆରମ୍ଭ ହୋଇଥାଏ ଓ ୨୪ ଅକ୍ଟୋବରରେ ସମାପନ ହୋଇଥାଏ ।
ଜ୍ୟୋତିଷବିଦ୍‌ଙ୍କ କହିବା ଅନୁଯାୟୀ ମା’ ଦୁର୍ଗା ଏଥର ହାତୀ ଉପରେ ସବାର ହୋଇ ଧରାପୃଷ୍ଠକୁ ଆସିବେ । ଶାରଦୀୟ ନବରାତ୍ରୀର ଶେଷଦିନ ଦଶହରା ପାଳନ କରାଯାଇଥାଏ ।

ପ୍ରତିପଦା ତିଥି ୧୪ ଅକ୍ଟୋବର ରାତି ୧୧ଟା ୨୪ରୁ ଆରମ୍ଭ ହେଉଛି ଓ ଏହି ତିଥି ୧୫ ଅକ୍ଟୋବର ରାତି ୧୨ଟା ୩୨ ମିନିଟ୍‌ରେ ହେବ । ଉଦୟତିଥି ଅନୁସାରେ ଏଥର ଶାରଦୀୟ ନବରାତ୍ରୀ ୧୫ ଅକ୍ଟୋବରରୁ ହିଁ ପାଳନ କରାଯିବ ।

Get real time updates directly on you device, subscribe now.