fbpx
BSKY
BJD SHG SKY
BJD YOUTH SKY

ଜାଣନ୍ତୁ କିଏ ଏହି ଶେର ବାହାଦୂର ଦେବୁଆ;୫ମ ଥର ପାଇଁ ହେବେ ନେପାଳ ପ୍ରଧାନମନ୍ତ୍ରୀ

କାଠମାଣ୍ଡୁ: ନେପାଳର ନୂତନ ପ୍ରଧାନମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିବାକୁ ଯାଉଛନ୍ତି ଶେର ବାହାଦୂର ଦେବୁଆ । ନେପାଳ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ଦେବୁଆଙ୍କୁ ପ୍ରଧାନମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିବା ସ୍ପଷ୍ଟ ହୋଇଛି । ନେପାଳୀ କଂଗ୍ରେସ ଦଳର ନେତା ଦେବୁଆଙ୍କ ସପକ୍ଷରେ ନିଷ୍ପତ୍ତି କେ ପି ଓଲି ଶର୍ମାଙ୍କ ପାଇଁ ଧକ୍କା ଭଳି ହୋଇଛି । ରାଷ୍ଟ୍ରପତି ବିଦ୍ୟା ଦେବୀ ଭଣ୍ଡାରୀଙ୍କୁ ଦେବୁଆଙ୍କ ଶପଥପାଠ ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଏହାକୁ ମିଶାଇ ଦେବୁଆ ୫ମ ଥର ପାଇଁ ପ୍ରଧାନମନ୍ତ୍ରୀ ପଦ ଅଳଙ୍କୃତ କରିବାକୁ ଯାଉଛନ୍ତି ।୧୯୯୫, ୨୦୦୧ ଓ ୨୦୦୪ରେ ପ୍ରଧାନମନ୍ତ୍ରୀ ହୋଇଥିବା ଦେବୁଆ ଶେଷ ଥର ପାଇଁ ୨୦୧୭ରେ ପ୍ରଧାନମନ୍ତ୍ରୀ ରହିଥିଲେ ।

ମଙ୍ଗଳବାର ଦେବୁଆ ନେପାଳର ପ୍ରଧାନମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିବେ । ଛାତ୍ର ରାଜନୀତିରୁ ଆସିଥିବା ଦେବୁଆ ୧୩ ଜୁନ୍, ୧୯୪୬ରେ ଦାଦେଲହୁରାରେ ଜନ୍ମଗ୍ରହଣ କରିଥିଲେ । ୧୯୮୦ ରୁ ସକ୍ରିୟ ରାଜନୀତିକୁ ଆସିଥିବା ଦେବୁଆଙ୍କୁ ୧ବର୍ଷ ମଧ୍ୟ୍ରରେ ପଶ୍ଚିମ ନେପାଳରେ କଂଗ୍ରେସର ଦାୟିତ୍ୱ ପ୍ରଦାନ କରାଯାଏ । ତେବେ ଦଳୀୟ କନ୍ଦଳ ପାଇଁ ୧୯୮୬ରେ ଅଲଗା ନେପାଳୀ କଂଗ୍ରେସ ଡେମୋକ୍ରାଟିକ ପାର୍ଟି ଗଠନ କରନ୍ତି ଦେବୁଆ ।

Get real time updates directly on you device, subscribe now.