fbpx

ଆପଣଙ୍କ ନଖ କହିଦେବ ଆପଣଙ୍କୁ ହେବ କେଉଁ ରୋଗ

ଓଡ଼ିଶା ଭାସ୍କର: ଶରୀର ସୁସ୍ଥ ରହିଥବା ସମୟରେ ଆମର ପାଦ ଆଙ୍ଗୁଠି ସୁନ୍ଦର ଏବଂ ସୁସ୍ଥ ରହିଥାଏ । ବୟସବୃଦ୍ଧି ସହିତ ବିଭିନ୍ନ ଶାରୀରିକ ସମସ୍ୟା ଦେଖା ଦେବା ସହିତ ଆଙ୍ଗୁଠି ଉପରେ ଏହାର ପ୍ରଭାବ ପଡିଥାଏ । ସମୟାନୁକ୍ରମେ ଆପଣଙ୍କ ନଖର ରଙ୍ଗ, ଆକାର ପରିବର୍ତ୍ତିତ ହୋଇଥାଏ । ନଖରେ ଏହି ସବୁ ପରିବର୍ତ୍ତନ ଆମ ଶରୀରରେ ହେଉଥିବା ପରିବର୍ତ୍ତନ ସହ ଜଡିତ ରହୁଥିବାରୁ ଏହା କୌଣସି ଶାରୀରିକ ସମସ୍ୟା ଆଡକୁ ଇଶାରା କରିଥାଏ । ଏପରି ଲକ୍ଷଣକୁ ନଜ ଅନ୍ଦାଜ କରିବା ଦ୍ୱାରା ଆପଣ ଅସୁବିଧାରେ ପଡି ପାରନ୍ତି ।

କୀଡନି ରୋଗ: ନଖର ପରିବର୍ତ୍ତନରୁ କୀଡନି ସମସ୍ୟା ସମ୍ପର୍କରେ ଜଣାପଡିଥାଏ । କୀଡନିର ସମସ୍ୟା ଧୀରେ ଧୀରେ ହୋଇଥାଏ ଏବଂ ଶରୀର ଅସୁସ୍ଥ ହେବା ପରେ ଏହାର ସଙ୍କେତ ମିଳିଥାଏ । ତେବେ ନଖରେ ପରିବର୍ତ୍ତନକୁ ଲକ୍ଷ୍ୟ କଲେ ଆପଣ ଏଥିରୁ ବର୍ତ୍ତି ପାରିବେ । କୀଡନିରେ ସମସ୍ୟା ରହିଥିଲେ ନଖ ଆଙ୍ଗୁଠି ଟାଣୁଆ ଲାଗିବା ସହିତ ଚାମଚର ଆକାର ଧାରଣ କରିଥାଏ । ଏହା ସହିତ ନଖ ମଝିରେ ଧଳା ଗାର ମଧ୍ୟ ଆସିଥାଏ ।

ଟେନସନ୍: ଟେନସନ ବା ମାନସିକ ଚାପ ଆଜିକା ସମୟରେ ଏକ ସାଧାରଣ ଜିନିଷ ହୋଇଗଲାଣି । ତେବେ ଆପଣ ମାନସିକ ଚାପରେ ଅଛନ୍ତି କି ନାହିଁ ଏହାର ଲକ୍ଷଣ ମଧ୍ୟ ଆପଣଙ୍କ ଆଙ୍ଗୁଠିରୁ ଜଣାପଡିଥାଏ । ଯଦି ଆଙ୍ଗୁଠିର ଉଭୟ ପାଶ୍ୱର୍ରେ ସିଧା ଗାର ପଡିଥାଏ ତେବେ ଆପଣ ଚିନ୍ତାରେ ଥିବା ସ୍ପଷ୍ଟ ହୁଏ ।

ଆର୍ଥ୍ରାଇଟିସ୍: ଆର୍ଥ୍ରାଇଟିସ୍ ବା ବୟସବୃଦ୍ଧି କାରଣରୁ ହୋଇଥାଏ । ଏହି ରୋଗ ହେଲେ ଆପଣଙ୍କ ଆଣ୍ଠୁ ଗଂଠି ଯନ୍ତ୍ରଣା ହୋଇଥାଏ । ତେବେ ଏହି ରୋଗ ହେବା ପୂର୍ବରୁ ଏହାର ଲକ୍ଷଣ ଜାଣନ୍ତୁ । ଏହି ରୋଗ ଥିଲେ ଆପଣଙ୍କ ପାଦ ଆଙ୍ଗୁଠିର ପାଖରୁ ମାଂସ ବୃଦ୍ଧି ହୋଇଥାଏ । ତେବେ ଏହି ମାଂସବୃଦ୍ଧି କ୍ୟାନ୍ସରର ଲକ୍ଷଣ ହୋଇନଥାଏ । ଏପରି ଲକ୍ଷଣ ଦେଖିଲେ ତୁରନ୍ତ ଆର୍ଥ୍ରାଇଟିସର ଚିକିତ୍ସା କରନ୍ତୁ ।

ସୋରୋସିସ୍: ସୋରୋସିସ୍ ହେଉଛି ଏଭଳି ଏକ ଚର୍ମରୋଗ ଯେଉଁଥିରେ ଚର୍ମରେ ଲାଲ ଛଉ ଦେଖିବାକୁ ମିଳିଥାଏ । ଏହା କୁଣ୍ଡେଇ ହେବା ସହିତ ଜଳାପୋଡା ମଧ୍ୟ କରିଥାଏ । ଉଭୟ ହାତ ଓ ପାଦ ଆଙ୍ଗୁଠିରେ ଖାଲ ପରି ହେବା ଏହି ରୋଗର ମୁଖ୍ୟ ଲକ୍ଷଣ ବୋଲି ଜଣାପଡିଛି ।

Get real time updates directly on you device, subscribe now.