fbpx

ରାଶିଫଳ (ମଙ୍ଗଳବାର,୧୩ ଜୁଲାଇ ୨୦୨୧)

ମେଷ: ପରିବାର ମଧ୍ୟରେ ହସଖୁସିରେ ଦିନ କଟିବ କିନ୍ତୁ ଅର୍ଥ ଚିନ୍ତା ରହିବ । କର୍ମକ୍ଷେତ୍ରରେ ସୁଧାର ଆସିବ । ସରକାରୀ ସହାୟତା ମିଳିବ । ପାରିବାରିକ ସମ୍ପର୍କରେ ବୁଝାମଣା ଅଭାବ ରହିବ ।

ବୃଷ: ଚାକିରି ବା ରୋଜଗାର ବଢିବ । ପରିବାରରେ ଆନନ୍ଦାଲ୍ଲାସ ଭରା ପରିବେଶ ମଧ୍ୟରେ ସମୟ କଟିବ । ଧାର୍ମିକ ପୁସ୍ତକ ଅଧ୍ୟୟନ ସହିତ ଧାର୍ମିକ ଭାବନାରେସମୟ କଟିବ ।

ମିଥୁନ: ବକେୟା ଅଥପ୍ରାପ୍ତିରେ ବାଧା ଉପୁଜିବ । ପିଲାମାନଙ୍କର ବିଦ୍ୟା ଶିକ୍ଷାରେ ବିଘ୍ନ ଘଟିବ । ଜୀବନସାଥି କିମ୍ବା ସନ୍ତାନଙ୍କ ସ୍ୱାସ୍ଥ୍ୟ ଖରାପ ହୋଇପାରେ ତେଣୁ ଓଁ ନମଃ ଶିବାୟ ଜପ କରନ୍ତୁ । କିଛି ଚିନି ଗୁଡ ଲାଲ ପିମ୍ପୁଡିଙ୍କୁ ଖାଇବାକୁ ଦିଅନ୍ତୁ ।

କର୍କଟ: ପରିବାରରେ ଭୁଲବୁଝାବଣା ରହିବ, ଆୟ କମି ଋଣର ସ୍ଥିତି ଉପୁଜିବ । ଭୁଲ ନିଷ୍ପତିର ଶିକାର ହେବେ । ଆଜି ରିଷ୍ଟପୂର୍ଣ୍ଣ ରହିବ ତେଣୁ ସକାଳୁ ସ୍ନାନ ସାରି ଦୁର୍ଗାଙ୍କର ଚାଳିଷା ପାଠକରି ଦିନ ଆରମ୍ଭ କରନ୍ତୁ ।

ସିଂହ: ମନୋବାଞ୍ଛିତ ପରିବେଶ ମିଳିବ । ମାତ୍ର ଭବିଷ୍ୟତକୁ ନେଇ କର୍ମ ଏବଂ ଅର୍ଥର ଚିନ୍ତା ରହିବ । କୌଣସି ସୁଖଶାନ୍ତି ଭରା ପରିବେଶ ମଧ୍ୟରେ ଦିନ କଟିବ । କୌଣସି ପ୍ରକାରର ଲାଭ ହେବ ଏବଂ କୌଣସି ସମସ୍ୟାରୁ ମୁକ୍ତି ପାଇବେ ।

କନ୍ୟା: ମନ ଦୁର୍ବଳ ହୋଇ ସ୍ୱାସ୍ଥ୍ୟ ବିଗିଡିବ, ସତର୍କ ରହିଥିବେ । ଅଚାନକ ଖୁସି ଖବର ମିଳିବ ଏବଂ ମନର ଆଶା ପୂରଣ ହେବ । ନିତ୍ୟ ବ୍ୟବହାର୍ଯ୍ୟ ଦ୍ରବ୍ୟ ବ୍ୟବସାୟରେ ଲାଭ ବଢିବ ଏବଂ ପୁରୁଣା ରୋଗରୁ ଉପଶମ ମିଳିବ ।

ତୁଳା: ଯୋଜନାରେ ସଫଳ ହେବେ । ପାରିବାରିକ ଶାନ୍ତି ମିଳିବ । ମା’ଲକ୍ଷ୍ମୀଙ୍କୁ ସୁମରଣା କରନ୍ତୁ କଲ୍ୟାଣ ହେବ, ପିଲାମନଙ୍କ ପାଠପଢା ଏବଂ କର୍ମ ନିଯିକ୍ତିକୁ ନେଇ ଚିନ୍ତିତ ରହିବେ ।

ବିଛା: ଆଶାଜନକ ପରିବେଶ ପରିସ୍ଥିତି ମଧ୍ୟରେ ସମୟ ଅତିବାହିତ ହେବ । ଆତ୍ମବଳ ଅଧିକ ରହିବ । କର୍ମ ଏବଂ ଅର୍ଥ ଚିନ୍ତା ବଢିବ ତେଣୁ ସ୍ନାନ ପରେ ମହୁଖାଇ ଦିନ ଆରମ୍ଭ କରନ୍ତୁ । କୌଣସି ଅତୀତର ଯୋଜନାରେ ସଫଳ ହେବେ ।

ଧନୁ: ପରିବାର ସହିତ ସମୟ କାଟନ୍ତୁ ଏବଂ ଓଁ ନମଃ ଶିବାୟ ଜପ କରନ୍ତୁ ଆତ୍ମଶାନ୍ତି ମିଳିବ । ହଳଦିଆ ଅନ୍ନ ପାରାଙ୍କୁ ଖାଇବାକୁ ଦିଅନ୍ତୁ ଅଟକିଥିବା କାମ ହୋଇଯିବ । ଖଣ୍ଡିଆ ଖାବରା ହେବା କିମ୍ବା କୌଣସି ଜୀବ କାଟିବା ଭଳି ଅଶୁଭ ପ୍ରଭାବ ରହିବ ।

ମକର: କାମଧନ୍ଧାରେ ବ୍ୟସ୍ତ ରହିବେ । ଯଥା ସାଧ୍ୟ ଟଙ୍କା ପଇସା ମିଳିବ । ପିଲାଙ୍କ ବିଦ୍ୟା ଅଧ୍ୟୟନ ପ୍ରତି ଆଗ୍ରହ ବଢିବ । ବନ୍ଧୁ ରିଜନରେ ସାହାଯ୍ୟ ମିଳିବ । ଯାହା ଉଦ୍ୟମ କରିବେ ପୂରଣ ହେବ । ଗାଈଙ୍କୁ ରୁଟି ଗୁଡ ଖାଇବାକୁ ଦିଅନ୍ତୁ କଲ୍ୟାଣ ହେବ । ଅନୁକୁଳ ସମୟ ବଢିବ ।

କୁମ୍ଭ: ଆଜି ଦିନଟି ଶୁଭରେ ଶୁଭରେ କଟିବ । ଆଶାଜନକ ସମସ୍ତ ପରିବେଶ ପରିସ୍ଥିତି ରହିବ । ଲାଲ ରଙ୍ଗର କିଛି ବ୍ୟବହାର କରନ୍ତୁ ନାହିଁ ଏବଂ ଆମିଷ ଭକ୍ଷଣ କରନ୍ତୁ ନାହିଁ । ଚେଷ୍ଟା ଅନୁଯାୟୀ ଫଳ ମିଳିବ ।

ମୀନ: ବିବାହ ଯୋଗ୍ୟ ପିଲାମାନଙ୍କର ଭବିଷ୍ୟତର ବାଟ ଖୋଲିବ । ଜୀବନ ସାଥି ଏବଂ ପରିବାର ସହିତ ମନ ମୁତାବକ ପରିବେଶ ମଧ୍ୟରେ ସମୟ କଟିବ ମାତ୍ର ମୁଣ୍ଡ କିମ୍ବା ଛାତି ଯନ୍ତ୍ରଣା ରହିବ । ଚାକିରିଆ ଏବଂ ବ୍ୟବସାୟୀ କିଛି ମାତ୍ରାରେ ଚିନ୍ତାଗ୍ରସ୍ତ ରହିବେ ।

Get real time updates directly on you device, subscribe now.