fbpx

ଆଜି ୮ ମୁଖ୍ୟମନ୍ତ୍ରୀଙ୍କ ସହ ମୋଦିଙ୍କ ବୈଠକ, କରୋନା ସଂକ୍ରମଣର ସ୍ଥତି ଓ ସାମ୍ଭାବ୍ୟ ତୃତୀୟ ଲହର ମୁକାବିଲା ନେଇ ହୋଇପାରେ ଆଲୋଚନା

ନୂଆଦିଲ୍ଲୀ, (ଓଡ଼ିଶା ଭାସ୍କର): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କରୋନା ସ୍ଥିତି ପ୍ରସଙ୍ଗରେ ମଙ୍ଗଳବାର ପୂର୍ବାହ୍ନ ୧୧ଟାରେ ଉତ୍ତର-ପୂର୍ବାଞ୍ଚଳର ୮ରାଜ୍ୟ ଯଥା ଆସାମ, ନାଗାଲାଣ୍ଡ, ତ୍ରିୁରା,ସିକିମ୍‌, ମଣିୁର, ମେଘାଳୟ, ଅରୁଣାଚଳ ପ୍ରଦେଶ ଓ ମିଜୋରମର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବେ । ଏହି ଅବସରରେ କରୋନା ସଂକ୍ରମଣର ସ୍ଥତି ଓ ସାମ୍ଭାବ୍ୟ ତୃତୀୟ ଲହରକୁ ମୁକାବିଲା ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ କିଛି ନିର୍ଦ୍ଦେଶ ଦେଇପାରନ୍ତି ।

ଏହି ୮ ରାଜ୍ୟରେ ଗତ କିଛିଦିନ ହେଲା କରୋନା ସଂକ୍ରମଣ ମାମଲା ପୁଣି ବୃଦ୍ଧି ପାଇବା ଚିନ୍ତାର କାରଣ ପାଲଟିଛି । ତେଣୁ ତାର ନିୟନ୍ତ୍ରଣ କରିବା ଲାଗି ରାଜ୍ୟ ସରକାରମାନେ କ’ଣ ସବୁ ପଦକ୍ଷେପ ନେଇଛନ୍ତି ତାହା ମୋଦିଙ୍କୁ ଅବଗତ କରାଇବେ ।

Get real time updates directly on you device, subscribe now.