fbpx

4 ବର୍ଷରେ ଦେଶ ଦେଖିଲା 3 ନୂଆ ମୁହଁ, ଶିଗେରୁ ଇଶିବା ହେବେ ପରବର୍ତ୍ତି ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଜାପାନ ପାଇଲା ନୂଆ ପ୍ରଧାନମନ୍ତ୍ରୀ । ଜାପାନର ଶାସକ ଦଳ ପୂର୍ବତନ ପ୍ରତିରକ୍ଷା ମନ୍ତ୍ରୀ ଶିଗେରୁ ଇଶିବାଙ୍କୁ ନେତା ଭାବରେ ମନୋନୀତ କରିଛନ୍ତି । ସେ ଆସନ୍ତା ସପ୍ତାହରେ ଦେଶର ପ୍ରଧାନମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିବେ । ଶିଗେରୁ ତାଙ୍କ କାର୍ଯ୍ୟାଳୟରେ ମଡେଲ ବ୍ୟାଟଲସିପ୍ ଏବଂ ଯୁଦ୍ଧ ବିମାନ ରଖିବା ପାଇଁ ବେଶ୍ ଜଣାଶୁଣା । ପୂର୍ବତନ ପ୍ରତିରକ୍ଷା ମନ୍ତ୍ରୀ ଚୀନ୍ ଏବଂ ଉତ୍ତର କୋରିଆ ହୋଇଥିବା ବିପଦକୁ ପ୍ରତିହତ କରିବା ପାଇଁ ‘ଏସୀୟ ନାଟୋ’ ଗଠନ ପାଇଁ ପ୍ରସ୍ତାବ ବେଶ୍ ଚର୍ଚ୍ଚାକୁ ଆସିଥିଲେ ।

ଶିଗେରୁ ଇଶିବା ଆମେରିକାକୁ ନେଇ ପ୍ରାୟତଃ ମନ୍ତବ୍ୟ ଦେଇଥାନ୍ତି । ଫୁମିଓ କିଶିଦାଙ୍କ ପାରମ୍ପରିକ ଦୃଷ୍ଟିକୋଣ ଅନୁସାରେ ଶିଗେରୁ ଇଶିବା ସର୍ବଦା ଭିନ୍ନ ରହିଆସିଛନ୍ତି । ଶିଗେରୁ କହିଛନ୍ତି ଯେ, ବୈଦେଶିକ ନୀତି ଏବଂ ପ୍ରତିରକ୍ଷା କ୍ଷେତ୍ରରେ ଜାପାନ ଅଧିକ ସ୍ୱୟଂଶାସିତ ଭୂମିକା ଗ୍ରହଣ କରିବା ଉଚିତ୍ । ନ୍ୟୁଜ୍ ଏଜେନ୍ସି ରଏଟର୍ସ ରିପୋର୍ଟ ଅନୁସାରେ, ଦେଶର ପୂର୍ବତନ ପ୍ରତିରକ୍ଷା ମନ୍ତ୍ରୀ ଶିଗେରୁ ଇଶିବା ଜାପାନର ପ୍ରଧାନମନ୍ତ୍ରୀ ହେବେ । ଶୁକ୍ରବାର ଦିନ ଜାପାନର ଶାସକ ଦଳ ଲିବରାଲ୍ ଡେମୋକ୍ରାଟିକ୍ (LDP) ଏବଂ ଶିଗେରୁ ଇଶିବା ଦେଶର ନେତୃତ୍ୱ ନେବାକୁ ମନୋନୀତ ହୋଇଥିଲେ । ସଂସଦର ନିମ୍ନ ଗୃହ ଅର୍ଥାତ ଲୋକସଭାରେ LDP ର ସମ୍ପୂର୍ଣ୍ଣ ନିୟନ୍ତ୍ରଣ ଅଛି । ଏଭଳି ସ୍ଥିତିରେ ପ୍ରଧାନମନ୍ତ୍ରୀ ହେବାକୁ ଯାଉଛନ୍ତି ଶିଗେରୁ । ତେବେ ପ୍ରକାଶଥାଉକି, ବିଗତ 4 ବର୍ଷ ମଧ୍ୟରେ 3 ଥର ବଦଳିଛନ୍ତି ପ୍ରଧାନମନ୍ତ୍ରୀ ।

Get real time updates directly on you device, subscribe now.