fbpx
BSKY
BJD MC SKY
BJD YOUTH SKY

MCD ମେୟର ଲଢ଼େଇ: ଶିଖା-ଶେଲି ମଧ୍ୟରେ ହେବ ଜୋରଦାର ଟକ୍କର

ନୂଆଦିଲ୍ଲୀ: କେନ୍ଦ୍ରରେ କ୍ଷମତାସୀନ ବିଜେପି ସରକାର ବିରୋଧୀ ଆମ୍ ଆଦମୀ ପାର୍ଟି (ଆପ)ର ନେତାଙ୍କ ଉପରେ ଇଡି, ସିବିଆଇର ଦୁରୂପଯୋଗ କରୁଥିବା ଅଭିଯୋଗ ହେଉଥିବା ବେଳେ ଦୁଇଦଳ ଏବେ ପୁଣି ଥରେ ନିର୍ବାଚନୀ ମୈଦାନରେ ମୁହାଁମୁହିଁ ହେବାକୁ ଯାଉଛନ୍ତି । ଆସନ୍ତା ୨୬ ତାରିଖ ଦିଲ୍ଲୀ ମହାନଗର ନିଗମ (ଏମସିଡି)ର ମେୟର ଓ ଡେପୁଟି ମେୟର ପଦ ପାଇଁ ଭୋଟ ଗ୍ରହଣ କରାଯିବ ।

ତେବେ ଏହା ମଧ୍ୟରେ ଆଜି ବିଜେପି ଏମଡିସି ମେୟର ପଦ ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି । ଶିଖା ରାୟଙ୍କୁ ପ୍ରାର୍ଥୀ କରିଛି ବିଜେପି । ସେହିପରି ସୋନୀ ପାଣ୍ଡେଙ୍କୁ ଡେପୁଟି ମେୟର ପ୍ରାର୍ଥୀ ଭାବେ ଦଳ ଚୟନ କରିଛି । ଆଜି ଏମସିଡି ନିର୍ବାଚନ ପାଇଁ ନାମାଙ୍କନ ଦାଖଲ କରିବାର ଅନ୍ତିମ ଦିନ ରହିଛି । ଏଥର ବିଜେପି ତା’ର ଦୁଇ ପ୍ରାର୍ଥୀଙ୍କୁ ବଦଳାଇଥିବା ବେଳେ ଆପ କିନ୍ତୁ ପୁରୁଣା ପ୍ରାର୍ଥୀଙ୍କୁ ପୁନର୍ବାର ମୈଦାନକୁ ଓହ୍ଲାଇଛି ।

ଆପ ପକ୍ଷରୁ ମେୟର ପ୍ରାର୍ଥୀ ଭାବେ ଶେଲି ଓବେରଏ ଓ ଡେପୁଟୀ ମେୟର ପ୍ରାର୍ଥୀ ଭାବେ ଆଲେ ମହମ୍ମଦ ଇକବଲଙ୍କୁ ଚୟନ କରିଛି । ତେଣୁ ଏଥର ଏମସିଡି ମୈଦାନରେ ମେୟର ପଦ ପାଇଁ ଶିଖା-ଶେଲି ଏବଂ ଡେପୁଟି ମେୟର ପଦ ପାଇଁ ସୋନୀ- ଆଲେଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ଦେଖିବାକୁ ମିଳିବ । ଏମସିଡିର ମୋଟ ୨୫୦ ଜଣ ସଦସ୍ୟଙ୍କ ମଧ୍ୟରୁ ଆପ ନିକଟରେ ୧୩୪ ଜଣ ଓ ବିଜେପି ନିକଟରେ ୧୦୪ ଜଣ ସଦସ୍ୟ ରହିଛନ୍ତି । ଅନ୍ୟପକ୍ଷରେ କଂଗ୍ରେସରୁ ୯ ଜଣ ଓ ୩ ଜଣ ନିର୍ଦଳୀୟ ସଦସ୍ୟ ରହିଛନ୍ତି ।

Get real time updates directly on you device, subscribe now.