fbpx

ଓଡ଼ିଶା ଲୋକସେବା ଆୟୋଗରେ ବାହାରିଲା ଚାକିରି: ଗ୍ରାଜୁଏଟ୍ ଓ PG ପ୍ରାର୍ଥୀଙ୍କ ପାଇଁ ବଡ଼ ସୁଯୋଗ

ରାଜ୍ୟର ସମସ୍ତ ଚାକିରି ଆଶାୟୀଙ୍କ ପାଇଁ ବଡ଼ ଖବର । ଓଡ଼ିଶା ସରକାରଙ୍କ ତରଫରୁ ଏକ ଭଲ ନିଯୁକ୍ତି ସୁଯୋଗ ଆସିଛି । ଓଡ଼ିଶା ଲୋକସେବା ଆୟୋଗ (ଓପିଏସସି) ପକ୍ଷରୁ ଅନେକ ପଦ ପାଇଁ ବିଜ୍ଞାପନ ବାହାରିଛି । ଓଡ଼ିଶା ବୈଷୟିକ ଶିକ୍ଷା ଓ ତାଲିମ୍ ସେବା (ଗ୍ରୁପ-ବି) ପରୀକ୍ଷା ୨୦୨୩ ଅଧିନରେ ପ୍ରାର୍ଥୀଙ୍କୁ ଅଧ୍ୟାପକ ଭାବେ ନିଯୁକ୍ତି ମିଳିବ । ଇଚ୍ଛୁକ ପ୍ରାର୍ଥୀମାନେ ତଳେ ଦିଆଯାଇଥିବା ୱେବସାଇଟ୍ ଲିଙ୍କକୁ ଯାଇ ନିଯୁକ୍ତି ସମ୍ପର୍କିତ ସବିଶେଷ ତଥ୍ୟ ପାଇପାରିବେ ।

ଆସନ୍ତା ୨୬ ତାରିଖରୁ ମେ ମାସ ୨୬ ତାରିଖ ମଧ୍ୟରେ ପ୍ରାର୍ଥୀଙ୍କୁ ଅନଲାଇନରେ ଆବେଦନ କରିବାକୁ ପଡ଼ିବ । ୨୦୨୨ ମସିହା ଅଗଷ୍ଟ ମାସ ୧ ତାରିଖ ସୁଦ୍ଧା ପ୍ରାର୍ଥୀଙ୍କର ସର୍ବନିମ୍ନ ବୟସ ୨୧ ଓ ସର୍ବାଧିକ ବୟସ ୩୮ ବର୍ଷ ହୋଇଥିବା ଆବଶ୍ୟକ । ବୟସ କୋହଳ ନିୟମ ଅନୁଯାୟୀ ଧାର୍ଯ୍ୟ କରାଯିବ । ଲିଖିତ ପରୀକ୍ଷା ପାଇଁ ୫୦୦ ମାର୍କ ରହିଥିବା ବେଳେ ଇଣ୍ଟରଭ୍ୟୁ ପାଇଁ ୫୦ ମାର୍କ ରିହଛି । ଲିଖିତ ପରୀକ୍ଷା ରାଜ୍ୟର ଭୁବନେଶ୍ୱର, କଟକ, ସମ୍ବଲପୁର, ବ୍ରହ୍ମପୁର, ବାଲେଶ୍ୱର ଜୋନର ବିଭିନ୍ନ କେନ୍ଦ୍ରରେ ଅନୁଷ୍ଠିତ ହେବ ।

ପ୍ରାର୍ଥୀଙ୍କୁ ସିଭିଲ ଇଞ୍ଜିନିୟରିଂ, ଇଲେକ୍ଟ୍ରିକାଲ ଇଞ୍ଜିନିୟରିଂ, ମେକାନିକାଲ ଇଞ୍ଜିନିୟରିଂ, ଇଲେକ୍ଟ୍ରୋନିକ୍ସ ଓ ଟେଲିକମ୍ୟୁନିକେସନ ଇଞ୍ଜିନିୟରିଂ, କମ୍ପ୍ୟୁଟର ସାଇନ୍ସ ଓ ଇଞ୍ଜିନିୟରିଂ, ଗଣିତ, ଫିଜିକ୍ସ, କେମିଷ୍ଟ୍ରି, ଅଟୋମୋବାଇଲ ଇଞ୍ଜିନିୟରିଂ, କେମିକାଲ ଇଞ୍ଜିନିୟରିଂ, ମେଟାଲର୍ଜି, ମାଇନିଂ ଇଞ୍ଜିନିୟରିଂ, ବିଜ୍ଞାନ ଆଦି ବିଷୟ ରଖିଥିବା ପ୍ରାର୍ଥୀଙ୍କ ପାଇଁ ବଡ଼ ସୁଯୋଗ । ପ୍ରାର୍ଥୀମାନେ ପ୍ରାସଙ୍ଗିକ ବିଭାଗରେ ଡିଗ୍ରୀ ଓ ମାଷ୍ଟର ଡିଗ୍ରୀ ପାସ୍ କରିଥିବା ଆବଶ୍ୟକ ।

ଅନଲାଇନ୍ ଆବେଦନ ଲିଙ୍କ: Available on 26.04.2023

ଅଫିସିଆଲ ୱେବସାଇଟ୍ ଲିଙ୍କ: https://www.opsc.gov.in/Public/OPSC/Default.aspx

Get real time updates directly on you device, subscribe now.