fbpx
BJD SKY
BJD SKY

୫୦୦ ମିଟର ଖାଇକୁ ଖସିପଡିଲା ବୋଲେରୋ, ଘଟଣାସ୍ଥଳରେ ୫ ଯୁବକଙ୍କ ମୃତ୍ୟୁ

BJD

ନୂଆଦିଲ୍ଲୀ: ହିମାଚଳପ୍ରଦେଶରେ ଏବେ ଏକ ମର୍ମନ୍ତୁଦୂ ସଡକ ଦୁର୍ଘଟଣା ଘଟିଯାଇଛି । ଏହି ଦୁର୍ଘଟଣାରେ ୫ ଜଣଙ୍କ ମୃତ୍ୟୁ ହୋଇଯାଇଛି । ତେବେ ଏହି ଦୁର୍ଘଟଣାରେ ଗୋଟିଏ ଶବକୁ ଉଦ୍ଧାର କରାଯାଇଥିବା ବେଳେ ଆଉ ୪ଟି ଶବକୁ ବାହାର କରିବାକୁ ଚେଷ୍ଟା ଜାରି ରହିଛି । ତେବେ ଦୁର୍ଘଟଣାର କାରଣ ଜଣାପଡିନାହିଁ ।

ମିିଳିଥିବା ସୂଚନା ଅନୁସାରେ କିନୌରର ଶିଲ୍ଟି ସଡକ ସଂପର୍କ ରୋଡ୍‌ରେ ଏହି ଦୁର୍ଘଟଣା ଘଟିଛି । ପୋଲିସ ଓ ହୋମଗାର୍ଡ ଯବାନ ଏବେ ଉଦ୍ଧାର କାର୍ଯ୍ୟରେ ଲାଗି ପଡିଛନ୍ତି । ଦୁର୍ଘଟଣା ସମୟରେ ବୋଲେରୋ ଗାଡି ପ୍ରାୟ ଅଧା କିଲୋମିଟର ତଳକୁ ଖାଇରେ ଖସିପଡିଥିଲା ।

ଏହି ବୋଲେରୋ ଗାଡିଟି ଶୁଦାରଙ୍ଗ ପଞ୍ଚାୟତରେ ଥିବା ମହିନ୍ଦ୍ରା କମ୍ପାନୀ ଶୋ’ରୁମ୍‌ର ସାଙ୍ଗଲା ଆଡକୁ ଯାଉଥିଲା । ଏଥିରେ ବସିଥିବା ୫ ଜଣ ଯୁବକଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଯାଇଛି ।

Get real time updates directly on you device, subscribe now.