fbpx

ଏଣିକି କୁକୁର ସହ କରିପାରିବେ ଟ୍ରେନ୍ ଯାତ୍ରା, ଜାଣନ୍ତୁ ରେଳବାଇ ନିୟମ ଓ ବୁକିଂ ପ୍ରକ୍ରିଆ…

ଓଡ଼ିଶା ଭାସ୍କର: ପୋଷା ଜୀବ ରଖୁଥିବା ଯାତ୍ରୀଙ୍କ ପାଇଁ ଖୁସି ଖବର । ଏଣିକି ସେମାନେ ନିଜ ପୋଷା କୁକୁର ସହ ଟ୍ରେନ୍ ଯାତ୍ରା କରିପାରିବା ନେଇ ରେଳବାଇ ପକ୍ଷରୁ ସୂଚନା ଜାରି କରାଯାଇଛି । ତେବେ ଆସନ୍ତୁ ଜାଣିବା ରେଳରେ ନିଜ ପୋଷା କୁକୁରକୁ ନେଇ ଯାତ୍ର କରିବା ନେଇ କ’ଣ ରହିଛି ନିୟମ ଏବଂ ଆବେଦନ ପ୍ରକ୍ରିୟା ।

ଯାତ୍ରୀମାନେ ଟ୍ରେନର ଏସି ଫାଷ୍ଟ୍ କ୍ଲାସର ୪ଟି ସିଟ୍ ବିଶିଷ୍ଟ କ୍ୟାବିନ୍ ନିଜ ପୋଷା କୁକୁର ପାଇଁ ବୁକ୍ କରିପାରିବେ । ଏଥିପାଇଁ ଆପଣଙ୍କୁ ନିର୍ଦ୍ଧାରିତ ରେଳଯାତ୍ରାର ୩ ଘଣ୍ଟା ପୂର୍ବରୁ (ଲଗେଜ୍ ଏବଂ ପୋଷା କୁକୁର ସମ୍ବନ୍ଧୀୟ ଫର୍ମାଲିଟି ପାଇଁ) ପହଂଚିବାକୁ ପଡ଼ିବ । ତେବେ PNR ନମ୍ବର ଆଧାରରେ କେବଳ ଗୋଟିଏ ପୋଷାକୁ ନେବା ପାଇଁ ଅନୁମତି ପ୍ରଦାନ କରାଯାଇଛି । ଏଥିପାଇଁ ରେଳବାଇ ପକ୍ଷରୁ ପ୍ରତି ପୋଷା କୁକୁର ପିଛା ୬୦ କିଲୋଗ୍ରାମ ହିସାବରେ ଲଗେଜ ଚାର୍ଜ ରହିଛି ।
ପୋଷା କୁକୁରକୁ ନେଇ ଟ୍ରେନରେ ଯାତ୍ରା କରିବା ଇଚ୍ଛୁକ ଯାତ୍ରୀଙ୍କୁ ଏହି ସବୁ ଦିଗ ଉପରେ ଧ୍ୟାନ ଦେବାକୁ ପଡ଼ିଥାଏ:

– ପୋଷା ଜୀବଙ୍କ ପାଇଁ ଏକ ଡାକ୍ତରୀ ସାର୍ଟିଫିକେଟ୍

– ଯେଉଁଥିରେ ଟୀକାକରଣ ବିଷୟରେ ସୂଚନା ରହିଥିବ

– ପୋଷାଟି କେଉଁ ପ୍ରଜାତିର ଅଟେ ଏବଂ ଖାଦ୍ୟପେୟ ସମ୍ବନ୍ଧୟ ସୂଚନା

– ଆପଣଙ୍କ ପାଖରେ ଛୋଟ ପପି ଥିଲେ ତାକୁ ଟ୍ରେନର କୌଣସି କ୍ଲାସରେ ବାସ୍କେଟରେ ନେଇ ଯାତ୍ରା କରିପାରିବେ ।

Get real time updates directly on you device, subscribe now.