fbpx
BSKY
BJD MC SKY
BJD YOUTH SKY

ବାଲିରୁ ବାହାରିଲେ ମହାଦେବ! ପୁରୀ ବେଳାଭୂମିରୁ ଉଦ୍ଧାର ହେଲା ଶିବଲିଙ୍ଗ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଈଶ୍ୱରଙ୍କ ସୃଷ୍ଟି ସତରେ ବିଚିତ୍ର । ଅନେକ ସମୟରେ ଘଞ୍ଚ ଜଙ୍ଗଲ, ବୃକ୍ଷଲତା, ରାସ୍ତାକଡ଼, ଘରର କାନ୍ଥ ଆଦିରେ ଠାକୁରଙ୍କର କିଛି ପ୍ରତିମା ଦେଖିବାକୁ ମିଳିଥାଏ । ତେବେ ଏହା ମଧ୍ୟରୁ ଶ୍ରୀକ୍ଷେତ୍ର ଧାମରୁ ଆସିଛି ଏକ ବଡ଼ ଖବର । ଦେବଦେବ ମହାଦେବଙ୍କର ଏକ ଶିବଲିଙ୍ଗ ଉଦ୍ଧାର ହୋଇଛି ପୁରୀ ସମୁଦ୍ର ବେଳାଭୂମିରୁ । ସମୁଦ୍ର ଜଳରେ ଏହି ଶିବଲିଙ୍ଗ କେଉଁ ସ୍ଥାନରୁ ଭାସି ଆସିଥିବା ଅନୁମାନ କରାଯାଉଛି ।

ସୂଚନା ମୁତାବକ, ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିଳାଦ୍ରୀ ବିଜେ ଦର୍ଶନ ସାରି ପୁରୀର ବେସାଳି ସାହିର କିଛି ଯୁବକ ଗତ ୧ ତାରିଖରେ ପୁରୀ ବେଳାଭୂମି ନିକଟରେ ବସିଥିଲେ । ମାତ୍ର ଏହି ସମୟରେ ଅଚାନକ ଏକ କଳା ରଙ୍ଗର ଜିନିଷ ସେମାନେ ଦେଖିବାକୁ ପାଇଥିଲେ । ତେବେ ଏହାପରେ ସେମାନେ ଉକ୍ତ ସ୍ଥାନକୁ ଯାଇ କୌତୁହଳବଶତଃ ବାଲି ଖୋଳିଥିଲେ । ବାଲି ଖୋଳିବା ପରେ ଭିତରୁ ଏକ ଶିବଲିଙ୍ଗ ମିଳିଥିଲା ।

ତେବେ ଏହି ଶିବଲିଙ୍ଗ ଉଦ୍ଧାର ହେବା ପରେ ସ୍ଥାନୀୟ ଅଞ୍ଚଳର ଲୋକଙ୍କ ମନରେ ନାନା ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏହି ଶିବଲିଙ୍ଗ ପୂର୍ବରୁ ଅନ୍ୟ କେଉଁ ସ୍ଥାନରେ ପୂଜା ପାଉଥିବା ନେଇ ଆଶଙ୍କା କରାଯାଉଛି । ଏଥିସହିତ ତାହା ଜଳରେ ଭାସି ଆସିଥିବା ମଧ୍ୟ କିଛି ଲୋକ ଅନୁମାନ କରିଛନ୍ତି । ପୁରୀ ବେଳାଭୂମି ନିକଟରେ ଥିବା ଲାଇଟହାଉସ୍ ନିକଟରୁ ଏହି ଶିବଲିଙ୍ଗକୁ ଉଦ୍ଧାର କରାଯାଇଥିଲା ।

Get real time updates directly on you device, subscribe now.