fbpx
BSKY
BJD MC SKY
BJD YOUTH SKY

ଗୋଆରେ ସବୁ ନିର୍ବାଚନ ଲଢ଼ିବ ଶିବସେନା: ଆଦିତ୍ୟ ଠାକରେ

ନୂଆଦିଲ୍ଲୀ: ଗୋଆରେ ଭବିଷ୍ୟତରେ ସବୁ ନିର୍ବାଚନ ଲଢ଼ିବ ଶିବସେନା । ଶନିବାର ଏନେଇ ଘୋଷଣା କରିଛନ୍ତି ଗୋଆ ଶିବସେନା ମୁଖ୍ୟ ଆଦିତ୍ୟ ଠାକରେ । ସେ କହିଛନ୍ତି ବିଜେପି ସହ ବନ୍ଧୁତା ଯୋଗୁଁ ଦଳ ଗୋଆରେ ଉପରେ ଧ୍ୟାନ ଦେଇପାରୁନଥିଲା  । କିନ୍ତୁ ବିଜେପି ଆମ ପଛରେ ଛୁରୀ ମାରିଛି । ତେଣୁ ଦଳ ନିଷ୍ପତ୍ତି ନେଇଛି ଯେ ଆଗାମୀ ଭବିଷ୍ୟତରେ ପଞ୍ଚାୟତରୁ ଆରମ୍ଭ କରି ସାଧାରଣ ନିର୍ବାଚନ ଲଢ଼ିବ ।

ସେ କହିଛନ୍ତି ଗୋଆକୁ ଶିବସେନା ଦରକାର, କାରଣ କ୍ଷମତାରେ ଥାଇ ମଧ୍ୟ ବିଜେପି କୌଣସି ଉନ୍ନତି କରିପାରିନାହିଁ । ସେ କହିଛନ୍ତି ଲୋକମାନେ ଏବେବି ବିଜୁଳି ଏବଂ ପାନୀୟ ଜଳର ସମସ୍ୟା ଭୋଗୁଛନ୍ତି । ବିଜେପି ଉପରେ ବର୍ଷିଛନ୍ତି ଏବଂ କହିଛନ୍ତି ବିଜେପି ନିଜର ଅପାରଗତାକୁ ଲୁଚାଇବାକୁ ନିର୍ବାଚନୀ କ୍ୟାମ୍ପେନରେ ସାମାଜିକ ବିଭକ୍ତିକରଣକୁ ପ୍ରଶୟ ଦେଉଛି, ଘୃଣାଭାବ ଜନ୍ମିତ କରାଉଛି ଏବଂ ଅବାନ୍ତର କଥା କହି ଭ୍ରମିତ କରିବାକୁ ଚେଷ୍ଟା କରୁଛି ।

ସୂଚନାଯୋଗ୍ୟ, ଆସନ୍ତା ଫେବୃଆରୀ ୧୪ ରେ ହେବାକୁ ଥିବା ନିର୍ବାଚନରେ ସେନା ଏନସିପି ସହ ମେଣ୍ଟରେ ଲଢ଼ିବାକୁ ଯାଉଛି । ଉଦ୍ଧବ ଠାକରେ ଗୋଆରୁ ଶିବସେନାରୁ ୧୦ ପ୍ରାର୍ଥୀଙ୍କୁ ଛିଡ଼ା କରାଇଛନ୍ତି । ତେବେ ଉତ୍କଳ ପାରିକର ସ୍ୱାଧୀନ ପ୍ରାର୍ଥୀଭାବେ ଲଢ଼ୁଥିବାରୁ ଶିବସେନା ଶୈଳେନ୍ଦ୍ର ଭେଲିଙ୍ଗରଙ୍କୁ ପାନାଜୀ ସିଟରୁ ପ୍ରତ୍ୟାହାର କରିଛି  । ସେ କହିଛନ୍ତି ତାଙ୍କ ଦଳକୁ ନେଇ ଭଲ ପ୍ରତିକ୍ରିୟା ମିଳୁଛି । ଏହି ନିର୍ବାଚନ କେବଳ ତାଙ୍କ ଦଳର ନୁହେଁ ବରଂ ଲୋକଙ୍କ ଭବିଷ୍ୟତ ।

Get real time updates directly on you device, subscribe now.