fbpx

୪୮ ଦିନ ପରେ ଶିବାଶିଷଙ୍କ ଘରବାହୁଡା, କହିଲେ- ପୁନର୍ଜନ୍ମ ପାଇଛି

ବ୍ରହ୍ମପୁର,୧୪ ।୩(ଓଡିଶା ଭାସ୍କର): ଦୀର୍ଘ ୪୮ ଦିନ ଧରି ଜାପାନ ଜାହାଜରେ ଫସି ରହିଥିବା ଓଡିଆ ଇଞ୍ଜିନିୟର ଶିବାଶିଷ ନାୟକ ଶେଷରେ ଘରକୁ ଫେରିଛନ୍ତି । ଡାଇମଣ୍ଡ ପ୍ରିନସେନ୍ସ ଜାହାଜରେ ଦୀର୍ଘଦିନ ଧରି ଫସିଥିବା ଶିବାଶିଷ ଫେବୃୟାରୀ ୨୭ରେ ଭାରତ ଫେରିଥିଲେ। ତାଙ୍କ ଦେହରେ କରୋନା ଭୂତାଣୁ ନାହିଁ ବୋଲି କେନ୍ଦ୍ର ସରକାରଙ୍କ ମାନେସାରରେ ଥିବା କ୍ୱାରାଂଟାଇନ୍ ସେଂଟର କ୍ଲିନ୍ ଚିଟ୍ ଦେଇଥିଲା । ତାଙ୍କ ସ୍ୱାବ ରିପୋର୍ଟ ନେଗେଟିଭ ଆସିଥିଲା । ୧୫ ଦିନ ଧରି ମିଲିଟାରି ଶିବିରରେ ରହିବା ପରେ ବ୍ରହ୍ମପୁରର ଯୁବ ଇଞ୍ଜିନିୟର ଶିବାଶିଷ ଶୁକ୍ରବାର ବିଳମ୍ବିତ ରାତିରେ ଫେରିଛନ୍ତି। ସେ ଫେରିବା ପରେ ପରିବାର ଲୋକଙ୍କ ଆନନ୍ଦ କହିଲେ ନ ସରେ।

ଶିବାଶିଷ ନିଜର ପ୍ରତିକ୍ରିୟାରେ କହିଛନ୍ତି ଯେ, ‘ମୁଁ ପୁନର୍ଜନ୍ମ ପାଇଛି । ଭଗବାନଙ୍କ କୃପା, ମା’ବାପାଙ୍କ ଆଶୀର୍ବାଦ ଓ ଖବରଦାତାଙ୍କ ଲଗାତାର ସହଯୋଗ ଯୋଗୁ ମୁଁ ଘରକୁ ଫେରି ଆସିଛି । ଜାହାଜ ଭିତରେ ୨୪ ଘଣ୍ଟାରୁ ଅଧଘଣ୍ଟା ବି ବାହାରକୁ ଯିବାକୁ ଅନୁମତି ନଥିଲା । ସମସ୍ତ ଯାତ୍ରୀ ଭୟରେ ଥିବାବେଳେ ଠିକ ସେ ଖାଇବାକୁ ମିଳୁନଥିଲା । ଅଧିକାଂଶ ସମୟ ଫଳ ଖାଇ ରହିବାକୁ ପଡୁଥିଲା ।’ କରୋନା ଭୂତାଣୁ ରିପୋର୍ଟ ନେଗେଟିଭ୍ ଆସିଥିଲେ ମଧ୍ୟ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ପ୍ରତି ନଜର ରଖିବାକୁ ପରାମର୍ଶ ଦିଆଯାଇଛି ।

Get real time updates directly on you device, subscribe now.