fbpx

ଭାରତରେ ସୁସ୍ଥ ହେଲେ ୧୦ କରୋନା ଆକ୍ରାନ୍ତ

ନୂଆଦିଲ୍ଲୀ, ୧୪ା୩: ସାରା ବିଶ୍ୱରେ କାୟା ବିସ୍ତାର କରିବାରେ ଲାଗିଛି କରୋନା ଭାଇରସ୍ । ଏଥି ପାଇଁ ଲୋକମାନେ ଭୟଭିତ ଅବସ୍ଥାରେ ରହିଛନ୍ତି । ଦିନକୁ ଦିନ ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଏହାରି ମଧ୍ୟରେ କରୋନା ମୁକାବିଲା ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ରିପୋର୍ଟ ବେଶ୍ ଉତ୍ସାହଜନିତ ଆସିଥିବା ଜଣାପଡ଼ିଛି । କରୋନା ଭୂତାଣୁରେ ପୀଡ଼ିତ ଥିବା ୧୦ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଭାରତରେ ବର୍ତ୍ତମାନ ସୁଦ୍ଧା ୮୩ଜଣ କରୋନାରେ ଆକ୍ରାନ୍ତ ଥିବା ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ୬୬ଜଣ ଭାରତୀୟ ଥିବା ବେଳେ ୧୭ଜଣ ବିଦେଶୀ ରହିଛନ୍ତି । ଏହାସହ ୮୩ଜଣ ରୋଗୀଙ୍କ ମଧ୍ୟରୁ ଦିଲ୍ଲୀ ଓ କର୍ଣ୍ଣାଟକରେ ଜଣେ ଲେଖାଏଁ ମୃତ ହୋଇଛନ୍ତି ।

Get real time updates directly on you device, subscribe now.