fbpx

ନୟାଗଡ ରେ ଚାଞ୍ଚଲ୍ୟ , ମିଳିଲା ନିଖୋଜ ୩ ବର୍ଷୀୟ ସ୍ୱାତୀର ମୃତଦେହ

Advertisement

ନୟାଗଡ, ୧୫ା୧୨ (ଓଡିଶା ଭାସ୍କର):ରାଜ୍ୟ ରେ ପରୀ ହତ୍ୟାକାଣ୍ଡ ର ଆକ୍ରୋଶ କମିନଥିଲା ବେଳେ ଅନ୍ୟ ଏକ 3 ବର୍ଷ ର ଶିଶୁକନ୍ୟା ସ୍ୱାତୀର ମୃତଦେହ ଉଦ୍ଧାର କରାଯାଇଛି ।
ରାଜସୁନାଖଳା ଥାନା ବଧିପାଟଣା ଗାଁର ନିକଟ ଏକ ପୋଖରୀରୁ ସ୍ୱାତୀର ମୃତଦେହ ଉଦ୍ଧାର କରାଯାଇଛି । ବଧିପାଟଣା ଗାଁର ସଂଜୟ ସାହୁଙ୍କ ୩ ବର୍ଷର ଝିଅ ସ୍ୱାତୀ ଗତ ୧୧ ତାରିଖରେ ଘର ବାଡିପଟେ ଖେଳୁଥିବାବେଳେ କେଉଁଆଡେ ରହସ୍ୟଜନକ ଭାବେ ନିଖୋଜ ହୋଇଯାଇଥିଲେ । ପୋଲିସ ସ୍ୱାତୀକୁ ଖୋଜିବା ପାଇଁ 11 ତାରିଖ ରୁ ଅକ୍ଲାନ୍ତ ପରିଶ୍ରମ କରିଆସୁଥିଲେ ।ପରୀ ପରେ ଆଉ ଏକ କନ୍ୟା ର ହତ୍ୟା ନୟାଗଡ ଅଞ୍ଚଳ ରେ ଚାଞ୍ଚଲ୍ୟ ଖେଳେଇ ଦେଇଛି ।

Get real time updates directly on you device, subscribe now.