fbpx
BSKY SKY
BSKY SKY

ପରିବା ଦୋକାନୀ ନାଁରେ ୧୦୦ କୋଟିର ଜିଏସଟି ଠକେଇ !

BSKY

ସୁନ୍ଦରଗଡ଼, ୧୫ା୧୨ (ଓଡିଶା ଭାସ୍କର): ରାଉରକେଲାରେ ପୁଣି ଏକ ଜିଏସଟି ଠକେଇ ଅଭିଯୋଗ ହୋଇଛି । ପୂର୍ବରୁ ଚାଷୀ, ମିସ୍ତ୍ରୀ ଆଦିଙ୍କ ନାମରେ ଏପରି ଅଭିଯୋଗ ହୋଇଥିଲା । ଏଥର ପାଳି ପଡ଼ିଛି ଜଣେ ପରିବା ଦୋକାନୀଙ୍କର ।

ସୂଚନା ଅନୁଯାୟୀ, କୋଏଲ ନଗରରେ କାର୍ତ୍ତିକ କମିଲା ଏକ ପରିବା ଦୋକାନ କରିଛନ୍ତି । ଲିଙ୍ଗରାଜ ଟ୍ରେଡର୍ସ ନାମରେ ଏକ ଫେକ କମ୍ପାନୀ ଦ୍ୱାରା କାର୍ତ୍ତିକଙ୍କ ପାଖକୁ ୧୦୯ କୋଟି ଟଙ୍କାର ଜିଏସଟି ନୋଟିସ ପଠାଯାଇଥିବା ଅଭିଯୋଗ ହେଉଛି । ଏହି ଘଟଣା ପରେ କାର୍ତ୍ତିକଙ୍କ ଚିନ୍ତା ବଢ଼ିଯାଇଛି । ତାଙ୍କର ଅଜାଣତରେ କିଏ ଏପରି କରିଥିବା ସେ କହିଛନ୍ତି ।

କିଛିଦିନ ପୂର୍ବରୁ ସୁନ୍ଦରଗଡ଼ ଜିଲ୍ଲାରୁ ୧୭୦ କୋଟିର ଠକେଇ ଅଭିଯୋଗ ହୋଇଥିଲା । ଉକ୍ତ ଘଟଣାରେ ୧୭ ଜଣଙ୍କୁ ଗିରଫ କରିବା ସହ ୩ଟି ଫେକ୍ କମ୍ପାନୀ ବିଷୟରେ ଜାଣିବାକୁ ପାଇଥିଲା ସେଣ୍ଟ୍ରାଲ ଆୟକର ବିଭାଗ ।

Get real time updates directly on you device, subscribe now.