fbpx
BJD SKY
BJD SKY

ଅଜବ ଟ୍ରାଫିକ ନିୟମ! ଗାଡ଼ିରେ ଧୂଳି ଜମିଲେ ଚାଳକ ଦେବେ ୧୧ ହଜାର ଜରିମାନା

BJD

ନୂଆଦିଲ୍ଲୀ: ଅନେକ ସମୟରେ ଗାଡ଼ି ଚାଳକଙ୍କ ପାଇଁ ନୂଆ ନୂଆ ଟ୍ରାଫିକ୍ ନିୟମ ଲାଗୁ ହୋଇଥାଏ । ସିଲ୍ଟ ବେଲ୍ଟ ନ ପିନ୍ଧିବା, ମଦ୍ୟପାନ କରି ଗାଡ଼ି ଚଳାଇବା, ରଙ୍ଗ୍ ରୁଟରେ ଗାଡ଼ି ଚଳାଇବା, ଓଭରସ୍ପିଡରେ ଗାଡ଼ି ଚଳାଇବା, ବିକଟାଳ ହର୍ଣ୍ଣ ବଜାଇବା, ହେଲମେଟ ନ ପିନ୍ଧିବା, ଇନ୍ସ୍ୟୁରାନ୍ସ, ପଲ୍ୟୁସନ ସାଟ୍ରିଫିକେଟ ନଥିଲେ ଅନେକ ସମୟରେ ଗାଡ଼ି ଚାକ୍ମାନେ ଜରିମାନା ଦେଇଥାନ୍ତି । ତେବେ ଏହା ମଧ୍ୟରେ ଏକ ଅଜବ ପ୍ରକାରର ଟ୍ରାଫିକ ନିୟମ ଆସିଛି । ଏହି ନିୟମ ବିଷୟରେ ଶୁଣିଲେ ଆପଣଙ୍କର ମୁଣ୍ଡ ଚକ୍କର କାଟିବ ।

ଭାରତରେ ଟ୍ରାଫିକ ସିଗନାଲ ନ ମାନିଲେ, ହେଲମେଟ ନ ପିନ୍ଧିଲେ ଫାଇନ ଲାଗୁଥିବା କଥା ଆପଣମାନେ ଶୁଣିଥିବେ । ତେବେ ଗାଡ଼ିରେ ମଇଳା ଜମିଲେ ମଧ୍ୟ ଚାଳକଙ୍କୁ ଜରିମାନା ଦେବାକୁ ପଡ଼ିବ । ପ୍ରକୃତ କଥା ହେଉଛି, ୟୁନାଇଟେଡ ଅରବ ଅମୀରାତର ଦୁବାଇ ସହରରେ ଏପରି ଅଜବ ଟ୍ରାଫିକ ନିୟମ ୨୦୧୯ରେ ଲାଗୁ କରାଯାଇଥିଲା । ଯଦି କୌଣସି ବ୍ୟକ୍ତିଙ୍କର ମଇଳା କାର ପାର୍କିଂ ବା ସଡ଼କ ଉପରେ ଛିଡ଼ା ହୋଇଥିବା ଅବସ୍ଥାରେ ଧରାପଡ଼େ ତେବେ ସେ କ୍ଷେତ୍ରରେ ୫୦୦ ଦିରହମ ବା ପାଖାପାଖି ୧୧ ହଜାର ଟଙ୍କା ଜରିମାନା ଦେବାକୁ ପଡ଼ିବ ।

ଦୁବାଇ ଏକ ବ୍ୟସ୍ତବହୁଳ ସହର ହୋଇଥିବା ବେଳେ ସେଠାକାର ଲୋକମାନେ ନିଜର କାରକୁ ଧୋଇବା ପାଇଁ ସମୟ ପାଇନଥାନ୍ତି । ତେଣୁ ସେଠାରେ ଏବେ ୱାଟରଲେସ ୱାଶିଂର ଟ୍ରେଣ୍ଡ ବଢ଼ିବାରେ ଲାଗିଛି । ଦୁବାଇ ସ୍ଥିତ ‘ଅଲ ନଜ୍ମ ଅଲ ସତୀ’ ନାମକ ଏକ କାର ୱାଶ ଷ୍ଟାର୍ଟଅପ ୧୦-୧୫ ମିନିଟରେ କାର ଧୋଇଦେଇଥାଏ । ସେଥିପାଇଁ ମାତ୍ର ୨୩୦-୩୪୦ ଟଙ୍କା ଦେବାକୁ ପଡ଼ିଥାଏ । ସେଥିରେ ପାଣିର ଉପହାର କରାଯାଇନଥାଏ, ତାହା ଇକୋ-ଫ୍ରେଣ୍ଡଲି ହୋଇଥାଏ । ସଫା କରିବା ପାଇଁ ଷ୍ଟାର୍ଟଅପ ଇ-ସ୍କୁଟରର ଉପଯୋଗ କରିଥାଏ, ଯେଉଁଥିରେ କି ଡିଟରର୍ଜେଣ୍ଟ, ପାଣି ଓ ବ୍ରସ ପରି ସାମଗ୍ରୀ ରହିଥାଏ । ସେଥିରେ ଏକ ସ୍ପ୍ରେ ବୋତଲ ରହିଥାଏ ଓ ସେଥିରେ ୱାଶିଂ ସଲ୍ୟୁସନ ହୋଇଥାଏ । ଗତ କିଛିବର୍ଷ ଧରି ଦୁବାଇ ଏକ ବଡ଼ ପର୍ଯ୍ୟଟନ ଓ ବିଜିନେସ ହବ୍ ଭାବେ ଗଢ଼ିଉଠିଛି । ତେଣୁ ସେଠାକୁ ଏବେ ବିଦେଶୀ ଅତିଥିଙ୍କ ଆଗମନ ବଢ଼ିବାରେ ଲାଗିଛି । ତେଣୁ ଦୁବାଇ ସରକାର ମଇଳା ଗାଡ଼ି ଉପରେ ଫାଇନ ଲାଗୁ କରିଥିଲେ । ସହରର ଖରାପ ଛବିକୁ ସୁଧାରିବା ପାଇଁ ଏହି ପଦକ୍ଷେପ ଗ୍ରହଣ କରାଯାଇଛି । ରାସ୍ତାକଡ଼ରେ ଅନେକ ଦିନ ଧରି ଗାଡ଼ି ରହିବା ଫଳରେ ସେଥିରେ ଧୂଳି ଜମିଯାଇଥାଏ । ଲୋକମାନେ ଗାଡ଼ିକୁ ରୋଡ଼ ସାଡ଼ରେ ପାର୍କ କରି ଲମ୍ବା ଭେକେସନରେ ଚାଲିଯାଉଥିଲେ । ଏପରି ସ୍ଥିତି ବର୍ଷ ବର୍ଷ ଧରି ଚାଲି ଆସିଥିଲା ।

Get real time updates directly on you device, subscribe now.