ରାଉରକେଲା: ଦୁର୍ଘଟଣାର ମାତ୍ରା ଦିନକୁ ଦିନ ବଢି ଚାଲିଛି। ସକାଳ ହେବା ମାତ୍ରେ ଖବର କାଗଜ ଏବଂ ଟେଲିଭିଜନରେ ଦେଖିବାକୁ ମିଳୁଛି ଏହି ସବୁ ଘଟଣା। ସେହିପରି ଏକ ଘଟଣା ଆଜି ରାଉରକେଲାରେ ଦେଖିବାକୁ ମିଳିଛି।
ଯୁବକ ଜଣଙ୍କ ରାସ୍ତାରେ ଯାଉଥିବା ସମୟରେ ତାଙ୍କ ଉପରେ ତୀର ମାଡ଼ ହୋଇଛି। ଯାହାଫଳରେ ସେ ଗୁରୁତର ଅବସ୍ଥାରେ ରାଉରକେଲାରେ ଥିବା ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ଆହତ ଯୁବକ ଜଣଙ୍କ ନାଁ ନିତ୍ୟାନନ୍ଦ ରନ ବିଡ଼ା ବୋଲି ସୂଚନା ମିଳିଥିବା ବେଳେ ପୋଲିସ ଏହାର ତଦନ୍ତ କରୁଛି।
ସେହିଭଳି ଆଉ ଏକ ଘଟଣା ମୟୁରଭଞ୍ଜର କରଞ୍ଜିଆରେ ମଧ୍ୟ ଦେଖିବାକୁ ମିଳିଛି। ହାତୀଗୋଡ଼ା ଗାଁରେ ଜିରୁମସାହିରେ ନାବାଳିକାଙ୍କୁ ଦୁଷ୍କର୍ମ କରିବା ପାଇଁ ଉଦ୍ୟମ କରୁଥିଲେ ସମ୍ପର୍କୀୟ ମାମୁଁ। ନାବାଳିକାଙ୍କ ବାପା ବିରୋଧ କରିବାରୁ ସମ୍ପର୍କୀୟ ମାମୁଁର ତୀରମାଡ଼ରେ ନାବାଳିକାଙ୍କ ବାପା ଆହତ ହୋଇଥିଲେ। ଫଳରେ ଆହତ ଅବସ୍ଥାରେ ତାଙ୍କୁ ଠାକୁରମୁଣ୍ଡା ମେଡିକାଲରେ ଭର୍ତ୍ତି କରାଯାଇଛି।