fbpx

ବ୍ରହ୍ମପୁର ଓ ଗଜପତିରେ କରୋନା ପାଇଁ ମଲ୍ ବନ୍ଦ୍

ଗଜପତି, ୧୬ା୩(ଓଡ଼ିଶା ଭାସ୍କର): ସାରା ବିଶ୍ୱରେ କାୟା ବିସ୍ତାର କରିବାରେ ଲାଗିଛି କରୋନା ଭାଇରସ୍ ।ଏହା ଚାରିଆଡ଼େ ମୁଣ୍ଡବିନ୍ଧାର କାରଣ ପାଲଟିଗଲାଣି । ଭାରତରେ କରୋନା ଆକ୍ରାନ୍ତରେ ୧୧୦ଜଣ ଥିବା ବେଳେ ଆଜି ଓଡ଼ିଶାରେ ପ୍ରଥମ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ଏନେଇ ଗଜପତି ଜିଲ୍ଲାରେ ଥିବା ସମସ୍ତ ମଲ୍ ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ ରଖାଯାଇଛି । ମଲ୍ ବନ୍ଦ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ ଅନୁପମ୍ ଶାହା । ଆଇନ ଉଲ୍ଲଙ୍ଘନ କଲେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି ।
ସେହିପରି ବ୍ରହ୍ମପୁରରେ ମଧ୍ୟ ମଲକୁ ବନ୍ଦ କରିଛନ୍ତି ଜିଲ୍ଲାପାଳ । ଏହାସହ ବଡ଼ ବଡ଼ ଦୋକାନକୁ ବନ୍ଦ କରାଯାଇଛି ।

Get real time updates directly on you device, subscribe now.