fbpx

ମଧ୍ୟପ୍ରଦେଶ ବିଧାନସଭା ମୁଲତବୀ, ହୋଇପାରିଲାନି ଆସ୍ଥା ଭୋଟ୍

ଭୋପାଲ, ୧୬ା୩: ମଧ୍ୟପ୍ରଦେଶ ବିଧାନସଭା ମାର୍ଚ୍ଚ ୨୬ ଯାଏ ମୁଲତବୀ ରଖାଯାଇଛି । କରୋନା ସଂକ୍ରମଣ ଦୃଷ୍ଟିରୁ ମୁଲତବୀ ରଖିଛନ୍ତି ବାଚସ୍ପତି । ଆଜି ଗୃହରେ ସଂଖ୍ୟା ଗରିଷ୍ଠତାର ପ୍ରମାଣ ଦେଇଥାନ୍ତେ କମଳ ନାଥ ସରକାର ।

ଉଲ୍ଲେଖଯୋଗ୍ୟ ଯେ ମଧ୍ୟପ୍ରଦେଶରେ ରାଜନୈତିକ ସଙ୍କଟ ଦେଖାଦେଇଛି । ଗତକାଲି କମଳ ନାଥଙ୍କୁ ଆସ୍ଥା ପରୀକ୍ଷା ପାଇଁ ନିର୍ଦ୍ଦେଶ ଦେଇଥିଲେ ରାଜ୍ୟପାଳ ଲାଳଜୀ ଟଣ୍ଡନ । ଆଜି ବିଧାନସଭାରେ ସଂଖ୍ୟା ଗରିଷ୍ଠତାର ପ୍ରମାଣ ଦେଇଥାନ୍ତେ କମଳ ନାଥ । କିନ୍ତୁ କରୋନା ପାଇଁ ଆସ୍ଥା ଭୋଟ୍ ହୋଇପାରିଲାନାହିଁ ।

ଅନ୍ୟପଟେ ସୁପ୍ରିମକୋର୍ଟରେ ପହଞ୍ଚିଛି ମଧ୍ୟପ୍ରଦେଶ ରାଜନୀତି । ସୁପ୍ରିମକୋର୍ଟ ଯାଇଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହ୍ୱାନ । ବହୁମତ ପରୀକ୍ଷଣ ପାଇଁ ସେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି । ବାଚସ୍ପତିଙ୍କୁ ଶୀଘ୍ର ବହୁମତ ପରୀକ୍ଷା ନିର୍ଦ୍ଦେଶ ଦେବା ପାଇଁ ସୁପ୍ରିମକୋର୍ଟରେ ସେ ଦାବି କରିଛନ୍ତି ।

Get real time updates directly on you device, subscribe now.