fbpx
BJD SKY
BJD SKY

ରାଜ୍ୟ ସରକାର ନେଲେ ବଡ଼ ନିଷ୍ପତି: ଏଣିକି ଦିନରାତି ୨୪ ଘଣ୍ଟା ଖୋଲା ରହିବ ଦୋକାନ ଓ ରେଷ୍ଟୁରାଣ୍ଟ

BJD

ନୂଆଦିଲ୍ଲୀ: ଏଣିକି ରାଜ୍ୟରେ ଦିନରାତି ୨୪ ଘଣ୍ଟା ଖୋଲା ରହିବ ଦୋକାନ ଓ ରେଷ୍ଟୁରାଣ୍ଟ। ଏଥିପାଇଁ ତେଲେଙ୍ଗାନା ରାଜ୍ୟ ସରକାର ଦୋକାନ ଏବଂ ପ୍ରତିଷ୍ଠା ଅଧିନିୟମ ୧୯୮୮ ରେ ସଂଶୋଧନ କରିଛନ୍ତି। ଏହି ସଂସୋଧିତ ଅଧିନିୟମ ଅନୁଯାୟୀ କିଛି ସର୍ତ୍ତ ଅନୁଯାୟୀ ଖୋଲିବା ଏବଂ ବନ୍ଦ ହେବ। ଏନେଇ ସରକାର ଏକ ବିଜ୍ଞପ୍ତି ପ୍ରକାଶ କରି ୨୪ ଘଣ୍ଟା ଦୋକାନ/ରେଷ୍ଟୁରାଣ୍ଟ ଚଳାଇବାକୁ ଅନୁମତି ଦେଇଛନ୍ତି।

କିଛିଦିନ ପୁର୍ବରୁ ଏପ୍ରିଲ ୪ ତାରିଖରେ ଶ୍ରମ ବିଭାଗ ଏନେଇ ସୂଚନା ଦେଇଥିଲେ। ତେବେ ଏଥିପାଇଁ ଦୋକାନ ଏବଂ ଅନ୍ୟାନ୍ୟ ପ୍ରତିଷ୍ଠାନ ମାନଙ୍କୁ କିଛି ସର୍ତ ମାନିବାକୁ ପଡ଼ିବ, ଯାହା ପରେ ସେମାନେ ୨୪ ଘଣ୍ଟା ପାଇଁ ଦୋକାନ ଖୋଲିପାରିବେ।

ସର୍ତ ଏବଂ ନିୟମ:

  • ଏଥିପାଇଁ ଦୋକାନୀକୁ ପରିଚୟ ପତ୍ର ପ୍ରଦାନ କରିବାକୁ ପଡ଼ିବ।
  • ସାପ୍ତାହିକ ଛୁଟି ବ୍ୟବସ୍ଥା।
  • ସାପ୍ତାହିକ କାର୍ଯ୍ୟ ସମୟକୁ ପାଳନ କରିବା।
  • ଓଭର ଟାଇମ୍ ପାଇଁ ମଜୁରୀ ପ୍ରଦାନ କରିବା।
  • ବିଜ୍ଞପ୍ତି ପ୍ରାପ୍ତ ଜାତୀୟ/ଉତ୍ସବ ଛୁଟିଦିନରେ ଡ୍ୟୁଟିରେ ଯୋଗଦେଉଥିବା କର୍ମଚାରୀଙ୍କୁ ମଜୁରୀ ସହିତ କ୍ଷତିପୂରଣ ଛୁଟି ପ୍ରଦାନ।

ଏହି ବିଜ୍ଞପ୍ତିରେ ସରକାର ଏହା ମଧ୍ୟ କହିଛନ୍ତି ଯେ, ରାତ ସମୟରେ କାର୍ଯ୍ୟ କରୁଥିବା କର୍ମଚାରୀ(ମହିଳା) ମାନଙ୍କ ପାଇଁ ପ୍ରତିଷ୍ଠାନର ମାଲିକଙ୍କୁ ଉପଯୁକ୍ତ ସୁରକ୍ଷା ବ୍ୟବସ୍ଥା କରିବାକୁ ପଡ଼ିବ। ତେବେ ମହିଳା କର୍ମଚାରୀ ମାନଙ୍ ନାଇଟ୍ ଶିଫ୍ଟ ପାଇଁ ରଖିଲେ ସେମାନଙ୍କର ସମ୍ମତି ମଧ୍ୟ ଆବଶ୍ୟକ। ଏହା ସହିତ ସେମାନଙ୍କର ଯିବା ଆସିବା ବ୍ୟବସ୍ଥା ମଧ୍ୟ କରିବାକୁ ପଡ଼ିବ ବୋଲି ବିଜ୍ଞପ୍ତିରେ କୁହାଯାଇଛି। ତେବେ ୨୪ ଘଣ୍ଟା ଦୋକାନ ଖୋଲିବା ପାଇଁ ଦୋକାନୀ ମାନଙ୍କୁ ୧୦ ହଜାର ଟଙ୍କା ଦେବାକୁ ପଡ଼ିବ।

 

 

 

Get real time updates directly on you device, subscribe now.