fbpx

ଆଜି ଚେନ୍ନାଇ-ମୁମ୍ବାଇ ଐତିହାସିକ ମ୍ୟାଚ: IPLର ୧୦୦୦ତମ ମ୍ୟାଚରେ ଲଢିବେ ଦୁଇ ଦଳ

ମୁମ୍ବାଇ: ଇଣ୍ଡିଆନ ପ୍ରିମିୟର ଲିଗରେ ଆଜି ଖେଳାଯିବ ଏକ ଐତିହାସିକ ମ୍ୟାଚ । ଏହି ଐତିହାସିକ ମ୍ୟାଚରେ ମୁହାଁମୁହିଁ ହେବେ ଦୁଇ ସର୍ବଶ୍ରେଷ୍ଠ ଦଳ ଚେନ୍ନାଇ ସୁପର କିଙ୍ଗସ ଏବଂ ମୁମ୍ବାଇ ଇଣ୍ଡିଆନ୍ସ । ଉଭୟଙ୍କ ମଧ୍ୟରେ ଖେଳାଯିବାକୁ ଥିବା ଆଇପିଏଲ ୨୦୨୩ ସିଜନର ଦ୍ୱାଦଶ ମ୍ୟାଚ ଲିଗର ଏକ ହଜାରତମ ମ୍ୟାଚ ହେବାକୁ ଯାଉଛି । ତେଣେୁ ଏହି ମ୍ୟାଚ ଆଇପିଏଲ ଇତିହାସର ଏକ ଐତିହାସିକ ମ୍ୟାଚ ଭାବେ ଲିପିବଦ୍ଧ ହୋଇ ରହିବ ।

୨୦୦୮ ମସିହାରେ ଆରମ୍ଭ ହୋଇଥିବା ଇଣ୍ଡିଆନ ପ୍ରିମିୟର ଲିଗ୍ ଚଳିତ ସିଜନର ଦ୍ୱାଦଶ ମ୍ୟାଚରେ ନିଜର ୧୦୦ତମ ମ୍ୟାଚରେ ପହଞ୍ଚିବ । ତେବେ ଏହି ମ୍ୟାଚରେ ଲିଗର ଦୁଇ ସଫଳ ଫ୍ରାଞ୍ଚାଇଜି ମୁମ୍ବାଇ ଇଣ୍ଡିଆନ୍ସ ଏବଂ ଚେନ୍ନାଇ ସୁପର କିଙ୍ଗସ ଆମନା ସାମନା ହେବାକୁ ଯାଉଛନ୍ତି । ଗୋଟିଏ ପଟେ ଟିମ ଇଣ୍ଡିଆର ଅଧିନାୟକ ରୋହିତ ଶର୍ମା ଏବଂ ଜୋଫ୍ରା ଆର୍ଚର ଥିବା ବେଳେ ଅନ୍ୟ ପଟେ ରହିଛନ୍ତି ବିଶ୍ୱର ସର୍ବଶ୍ରେଷ୍ଠ ଅଦିନାୟକ ମହେନ୍ଦ୍ର ସିଂହ ଧୋନୀ ଏବଂ ଷ୍ଟାର ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା । ତେବେ ଧୋନୀଙ୍କ ସିଏସକେ ଏହି ସିଜନରେ ଦୁଇଟି ମ୍ୟାଚ ଖେଳି ଗୋଟିଏରେ ବିଜୟ ହାସଲ କରିଥିବା ବେଳେ ମୁମ୍ବାଇ ପ୍ରଥମ ମ୍ୟାଚରେ ବାଙ୍ଗାଲୋରଠୁ ପରାସ୍ତ ହୋଇଛି । ତେବେ ପ୍ରାୟ ଏକ ସପ୍ତାହର ବିରତୀ ପରେ ଦ୍ୱିତୀୟ ମ୍ୟାଚରେ ଚେନ୍ନାଇକୁ ଭେଟିବ ରୋହିତ ସେନା ।

Mumbai Indians (MI) vs Chennai Super Kings (CSK) | Indian Premier League ( IPL) 2023: Match 12

ଆଜିର ଏହି ଐତିହାସିକ ମ୍ୟାଚରେ ଉଭୟ ଦଳର ପ୍ଲେଇଙ୍ଗ ୧୧ ଉପରେ ରହିବ ସମସ୍ତଙ୍କ ନଜର । ତେବେ ୱାନଖେଡେ ଷ୍ଟାଡିୟମରେ ମୁମ୍ବାଇକୁ ସାମନା କରିବା ପାଇଁ ଚେନ୍ନାଇ ସୁପର କିଙ୍ଗସ ନୂଆ ପ୍ଲାନ କରିପାରେ । ତେଣୁ ଦକ୍ଷିଣ ଆଫ୍ରିକାର ଷ୍ଟାର ବୋଲର ସିସଣ୍ଡା ମଗାଲା ଏହି ମ୍ୟାଚରେ ସ୍ଥାନ ପାଇ ପାରନ୍ତି । ତେବେ ଅଲରାଉଣ୍ଡର ବେନ ଷ୍ଟୋକ୍ସଙ୍କ ଖେଳିବା ନେଇ ସନ୍ଦେହ ଦେଖା ଦେଇଛି । ତେବେ ଆସନ୍ତୁ ଦେଖିବା କ’ଣ ହୋଇପାରେ ଉଭୟ ଦଳର ପ୍ଲେଇଙ୍ଗ ୧୧

ମୁମ୍ବାଇ ଇଣ୍ଡିଆନ୍ସ: ରୋହିତ ଶର୍ମା(ଅଧିନାୟକ), ଇଶାନ କିଶାନ, ସୂର୍ଯ୍ୟକୁମାର ଯାଦବ, କାମରନ୍ ଗ୍ରୀନ, ତିଲକ ବର୍ମା, ନେହାଲ ବଢେରା, ଟିମ ସାଉଦି, ଋତିକ ଶୌକିନ, ଅରଶଦ ଖାନ, କୁମାର କାର୍ତ୍ତିକେୟ/ପିୟୁସ ଚାୱଲା ଏବଂ ଜୋଫ୍ରା ଆର୍ଚର

ଚେନ୍ନାଇ ସୁପର କିଙ୍ଗସ: ଏମ.ଏସ ଧୋନୀ(ଅଧିନାୟକ), ଡେଭନ କନୱେ, ଋତୁରାଜ ଗାଏକ୍ୱାଡ, ମୋଇନ ଅଲୀ, ବେନ ଷ୍ଟୋକ୍ସ, ଶିବମ ଦୁବେ, ଅମ୍ବାତି ରାୟୁଡୁ, ରବିନ୍ଦ୍ର ଜାଡେଜା, ଦୀପକ ଚହର, ମିଚେଲ ସାଣ୍ଟନର/ସିସନ୍ଦା ମଗାଲା, ରାଜବର୍ଦ୍ଧନ ହଙ୍ଗରଗେକର ।

Get real time updates directly on you device, subscribe now.