fbpx

ଆଜିଠୁ ଖୋଲିବ ସବୁ ଦୋକାନ,ମଲ ଓ ସପିଂ କମ୍ପେ୍ଳକ୍ସକୁ ନାହିଁ ଅନୁମତି

ଭୁବନେଶ୍ୱର :୨୫ ।୪(ଓଡିଶା ଭାସ୍କର):କରୋନା ନେଇ ସାରା ଦେଶରେ କଟକଣା । ଏଭଳି ଅବସ୍ଥାରେ କେବଳ ପନିପରିବା,ଫଳ,ମେଡିସିନ ,ସଉଦା ଦେକାନ,କୃଷି ପାଇଁ ଅବଶ୍ୟକ ଦ୍ରବ୍ୟ ବିକ୍ରି କରୁଥିବା ଦୋକାନ ଖୋଲିବାକୁ ଅନୁମତି ଥିଲା । ମେ ୩ ତାରିଖ ଯାଏ ଏହି ନିୟମ କଡାକଡି କରାଯାଇଥିଲା । କିନ୍ତୁ ଗତ କାଲି ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ନୁଆ ନୋଟିଫିକେସନ ଦ୍ୱାରା ସବୁ ଦୋକାନ ଖୋଲିବାକୁ ଅନୁମତି ଦେଇଛନ୍ତି । କିନ୍ତୁ ଏଥିରୁ ବାଦ ପଡିଛି ମଲ ଓ ସପିଂ କମ୍ପେ୍ଳକ୍ସ । ଯେଉଁ ଦୋକାନ ଖୋଲିବ ସେମାନେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ହେବ । ତାଛଡା ଦୋକାନର ଅଧା କର୍ମଚାରୀ କାମ କରିବେ । କିନ୍ତୁ ସଟଡାଉନ ଓ କଣ୍ଟେନମେଣ୍ଟ ଜୋନ ଘୋଷିତ ହୋଇଥିବା ଅଂଚଳରେ ଦୋକାନ ବନ୍ଦ ରହିବ ।କେନ୍ଦ୍ରର ଏହି ନିର୍ଦ୍ଦେଶନାମା ପରେ ବ୍ୟାପାରଜଗତ ଟିକେ ଆଶ୍ୱସ୍ଥ ହୋଇଛି ।

Get real time updates directly on you device, subscribe now.