fbpx

ମାଛଧରୁଥିବା ବେଳେ ତଣ୍ଟିରେ ଲାଗିଲା ମାଛ,ମରୁ ମରୁ ରହିଲା ଜୀବନ

ଭୁବନେଶ୍ୱର :୨୫ ।୪(ଓଡିଶା ଭାସ୍କର):ମାଛ ଧରିବା ସଉକ ହୋଇଥାନ୍ତା କାଳ । ଅଳ୍ପକେ ବଂଚିଲା ଜୀବନ ।କେରଳରରେ ଘଟିଛି ଏଭଳି ଘଟଣା । ୬୦ ବର୍ଷର ବ୍ୟକ୍ତି ଜଣକ ପାଣିରେ ପଶି ମାଛଧରୁଥିଲେ । ଜାଲରେ ପଡିଲା ଏକ ପର୍ଲ ମାଛ । ମାଛ ଧରିବାପରେ ରଖିବାକୁ ଜାଗା ନଥିବାରୁ ପାଟିରେ ଦୁଇଦାନ୍ତ ମଝିରେ ମାଛଟିକୁ କାମୁଡି ଧରି ପୁଣି ମାଛ ଧରିବାରେ ଲାଗିଲେ । ଏତିକିରେ ଦାନ୍ତରେ କାମୁଡିଥିବା ମାଛଟି ଛଟପଟ ହେବାକୁ ଲାଗିଲା ଆଉ ଦାନ୍ତରୁ ଖସି ସିଧାଲାଗିଲା ତଣ୍ଟିରେ । ଏମିତିରେ ବି ବ୍ୟକ୍ତିଜଣକ ପୂର୍ବରୁ କଥା କହିବାରେ ଅକ୍ଷମ ଥିଲେ ଉପରେ ମାଛ ଲାଗିଯିବାରୁ ଶବ୍ଦ ବି କରିପାରିଲେନି । ତଥାପି ତାଙ୍କୁ ଛାଟିପିଟି ହେଉଥିବା ଦେଖି ସ୍ଥାନୀୟ ଲୋକ ତାଙ୍କୁ ମେଡିକାଲରେ ଭର୍ତ୍ତି କଲେ ।ଯେଉଁଠି ଅପରେସନ କରାଯାଇ ତାଙ୍କ ପାଟିରୁ ମାଛ ବାହାରିଲା ।

Get real time updates directly on you device, subscribe now.