fbpx

ପୁଲେଲା ଗୋପିଚାନ୍ଦଙ୍କ ବ୍ୟାଡମିଣ୍ଟନ କୋଚିଂ କ୍ଳାସରେ ଚାଲିଲା ପର୍ଣ୍ଣ ଫିଲ୍ମ !

ଭୁବନେଶ୍ୱର :୨୫ ।୪(ଓଡିଶା ଭାସ୍କର): ଭାରତୀୟ ବ୍ୟାଡମିଣ୍ଟନ ଜଗତରେ ପୁଲେଲା ଗୋପିଚାନ୍ଦଙ୍କ ନା ସମ୍ମାନର ସହ ନିଆଯାଏ । ନିଜେ ଜଣେ ସଫଳ ବ୍ୟାଡମିଣ୍ଟନ ଖେଳାଳୀ ହେବା ସହ ପି ଭି ସାନ୍ଧୁ ,ସାଇନା ନେହୱାଲଙ୍କ ଭଳି ଅନେକ ସଫଳ ଭାରତୀୟ ବ୍ୟାଡମିଟନ କ୍ୟାରିଅର ଗଢ଼ିବାରେ ରହିଛି ପ୍ରଛନ୍ନ ଭୂମିକା । ଏଭଳି ଜଣେ ବ୍ୟକ୍ତିଙ୍କ କୋଚିଂ କ୍ଳାସରେ ପର୍ଣ୍ଣ ଫିଲ୍ମ ଚାଲିବା ଘଟଣା ସଭିଙ୍କୁ ଆଶ୍ଚର୍ଯ୍ୟ କରିବା ସ୍ୱଭାବିକ ।
କିନ୍ତୁ ପ୍ରକୃତ କଥା ହେଉଛି ଗେପାଚାନ୍ଦ ଓ ଦୁଇ ଇଣ୍ଡୋରନେସିଆ କୋଚଙ୍କ ସମେତ ୭୦୦ ବ୍ୟାଡମିଣ୍ଟନ କୋଚଙ୍କର ଚାଲିଥିଲା ଅନଲାଇନ କୋଚିଂ । କରୋନା ଲକ ଡାଉନ କାରଣରୁ ଅନ ଲାଇନ କୋଚିଂ ର ବ୍ୟବସ୍ଥା କରାଯାଇଥିଲା । କିନ୍ତୁ ହଠାତ ପ୍ଳେ ହେଲା ଏକ ପର୍ଣ୍ଣଫିଲ୍ମ । ଯେଉଁ କାରଣରୁ ଅନଲାଇନ କୋଚିଂ କୁ ସ୍ଥଗିତ ରଖିବାକୁ ପଡିଲା । ଏବେ କିଭଳି ଏହି ପର୍ଣ୍ଣ ଫିଲ୍ମ ଚାଲିଲା ସେ ନେଇ ତଦନ୍ତ ଆରମ୍ଭ ହୋଇଛି ।

Get real time updates directly on you device, subscribe now.