fbpx

୩୦ ପ୍ରତିଶତ କମ ପାଠ ପଢ଼ିବେ ଦଶମ ପିଲା

ଭୁବନେଶ୍ୱର :୨୫ ।୪(ଓଡିଶା ଭାସ୍କର): ବଦଳିବ ୨୦୨୦-୨୧ ଶିକ୍ଷା ବର୍ଷ ।୩୦ ପ୍ରତିଶତ କମ ପଢ଼ିବେ ଦଶମ ପିଲା । ଦଶମରୁ ଦ୍ୱାଦଶ ଶ୍ରେଣୀ ପାଠ୍ୟକ୍ରମ ବଦଳାଇବାକୁ ନିଷ୍ପତ୍ତି ନେଇଛି କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ । ନୂଆ ସିଲାବସ ଅନୁଯାୟୀ ୨୫ରୁ ୩୦ ପ୍ରତିଶତ ପର୍ଯ୍ୟନ୍ତ ପାଠ କମାଯିବ । କରୋନା ଯେଗୁଁ ଶିକ୍ଷାଦାନ ଓ ଶିକ୍ଷାଗ୍ରହଣ ଉଭୟ ବାଧିତ ହୋଇଥିବାରୁ ଏଭଳି ନିଷ୍ପତ୍ତି ନିଆଯାଇଛି । ତେବେ କେଉଁ ବିଷୟରୁ କଣ କଟାଯିବ, କଣ ରହିବ ସେନେଇ ଆଲୋଚନା ଚାଲିଛି ।ପ୍ରତ୍ୟେକ ବିଷୟ ପାଇଁ ଏକ ସ୍ୱତନ୍ତ୍ର କମିଟି କରାଯାଇଛି । କମିଟି ରିପୋର୍ଟ ପାଇବା ପରେ ନୂଆ ସିଲାବସର ଚୁଡାନ୍ତ ରୂପରେଖ ପ୍ରକାଶ ପାଇବ ।

Get real time updates directly on you device, subscribe now.