fbpx

୩ ଜିଲ୍ଲାରୁ ହଟିଲା ସଟ୍-ଡାଉନ୍

ଭୁବନେଶ୍ୱର,୨୬ ।୪(ଓଡିଶା ଭାସ୍କର): ରାଜ୍ୟର ୩ଟି ଜିଲ୍ଲାରୁ ୬୦ ଘଣ୍ଟିଆ ସଟ୍-ଡାଉନକୁ ଆଜି ହଟାଯାଇଛି । ସେହି ୩ଟି ଜିଲ୍ଲା ହେଉଛି-ବାଲେଶ୍ୱର, ଭଦ୍ରକ ଓ ଯାଜପୁର । ସେଠାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବାରୁ ୨୩ ତାରିଖ ରାତି ୧୦ଟାରୁ ଏହି କଟକଣା ଲାଗୁ ହୋଇଥିଲା । କଟକଣା ହଟିବା ପରେ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ଖୋଲାରହିବ ।

ତେବେ ଯାଜପୁରରେ ୨ଟି ପର୍ଯ୍ୟାୟରେ ଦୋକାନ ଖୋଲିବ । ସକାଳ ୬ଟାରୁ ଦିନ ୧୦ଟା ଓ ଅପରାହ୍ନ ୪ଟାରୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ଦୋକାନ ଖୋଲିବ ବୋଲି କୁହାଯାଇଛି । ସେହିପରି ଭଦ୍ରକରେ ସକାଳ ୬ଟାରୁ ଦିନ ୧ ଯାଏଁ ଦୋକାନ ଖୋଲା ରହିବ । କଣ୍ଟେନମେଣ୍ଟ ଜୋନରେ କୌଣସି ଦୋକାନ ଖୋଲିବ ନାହିଁ ବୋଲି କୁହାଯାଇଛି । ବାସୁଦେବପୁର, ଧାମନଗର, ଭଣ୍ଡାରିପୋଖରୀ ଓ ଡିହିଡିରେ ସମସ୍ତ ଦୋକାନ ବନ୍ଦ ରହିବ । ଏହା ସହ ବରିଷ୍ଠ ନାଗରିକ ଓ ଛୋଟ ପିଲାଙ୍କୁ ଘରୁ ବାହାରିବାକୁ ମନା ହୋଇଛି ।

Get real time updates directly on you device, subscribe now.