fbpx
BJD
BJD SKY
BJD SKY

AIDS-HIV ସଂକ୍ରମଣ କିପରି ହୋଇଥାଏ: କିସ୍ କଲେ, ଛୁଇଁଲେ ଓ ସେକ୍ସ କଲେ ଏହି ଘାତକ ବିମାରୀ ବ୍ୟାପେ କି, ଜାଣନ୍ତୁ ସମ୍ପୂର୍ଣ୍ଣ ତଥ୍ୟ

ନୂଆଦିଲ୍ଲୀ: ଆଜିର ସମୟରେ ଏଡସ ଏକ ଭୟଙ୍କର ବିମାରୀ । ଏହା ଏକ ଘାତକ ବିମାରୀ ହୋଇଥିବା ବେଳେ ଆଜି ବି ଅନେକ ଲୋକ ଏହା ବିଷୟରେ ସମ୍ପୂର୍ଣ୍ଣ ଭାବେ ଅବଗତ ନାହାନ୍ତି । ଏହି ରୋଗକୁ ନେଇ ଲୋକଙ୍କ ମନରେ ବହୁ ଅନ୍ଧବିଶ୍ୱାସ ଭରି ରହିଛି । ମାତ୍ର ଆଜିର ସୁସ୍ଥ ସମାଜରେ ବସବାସ କରୁଥିବା ପୁରୁଷ ଓ ମହିଳାଙ୍କର ଏନେଇ ଜ୍ଞାନ ରହିବା ନିହାତି ଜରୁରୀ ।

ଭାରତ ସମେତ ସାରା ଦୁନିଆରେ ଏଚଆଇଭି ରୋଗୀଙ୍କ ସଂଖ୍ୟା କ୍ରମାଗତ ଭାବେ ବଢ଼ିବାରେ ଲାଗିଛି । ଏହି ରୋଗର ଚିକିତ୍ସା ନାହିଁ ବୋଲି ଆମେ ସମସ୍ତେ ଜାଣିଛେ । ଏହା ମଧ୍ୟରେ ୪ ଦଶନ୍ଧି ବିତିଯାଇଥିଲେ ସୁଦ୍ଧା ଏହାର ଚିକିତ୍ସା ନେଇ କିଛି ଅଗ୍ରଗତି ହୋଇପାରିନାହିଁ । ମାତ୍ର ଲୋକଙ୍କ ମଧ୍ୟରେ ଏଚଆଇଭିକୁ ଅନେକ ଅନ୍ଧବିଶ୍ୱାସ ରହିଆସିଛି । ବାସ୍ତବ ସତ୍ୟ କ’ଣ ସେନେଇ ସମେସ୍ତ ଜାଣିବା ଦରକାର ।

ଏଡସ୍ ହ୍ୟୁମନ ଏମ୍ୟୁନୋଡେଫିସିଏନ୍ସି ଭାଇରସ୍ (ଏଚଆଇଭି) ଦ୍ୱାରା ହୋଇଥାଏ । ଏହି ଭାଇରସ ଇମ୍ୟୁନ ସିଷ୍ଟମକୁ ଦୁର୍ବଳ କରିଦେବା ସହ ଶରୀରର ରୋଗପ୍ରତିରୋଧକ ଶକ୍ତିକୁ ସମାପ୍ତ କରିଦେଇଥାଏ । ଗତ ୧୦ ବର୍ଷରେ ଭାରତରେ ୧୭ ଲକ୍ଷରୁ ଅଧିକ ଲୋକ ଅସୁରକ୍ଷିତ ଯୌନ ସମ୍ବନ୍ଧ କାରଣରୁ ଏଚଆଇଭିର ଶିକାର ହୋଇଥିବା ନ୍ୟାସନାଲ ଏଡ୍ସ କଣ୍ଟ୍ରୋଲ ଅର୍ଗାନାଇଜେସନ (ନାକୋ) ପକ୍ଷରୁ କୁହାଯାଇଛି ।

ଅନ୍ଧବିଶ୍ୱାସ-୧: ଏଚଆଇଭି ଓ ଏଡସ୍ ଦୁହେଁ ଗୋଟିଏ ବିମାରୀ

ଏଚଆଇଭି ଓ ଏଡସ୍ ଦ୍ୱୟକୁ ପରସ୍ପର ସହ ଯୋଡ଼ା ଯାଇପାରେ ମାତ୍ର ସେମାନେ ଗୋଟିଏ ବିମାରୀ ନୁହନ୍ତି । ଯଦି ଡାକ୍ତର ଜଣଙ୍କୁ ଏଚଆଇଭି ପଜିଟଭ୍ କୁହନ୍ତି, ତେବେ ଏହାର ଅର୍ଥ ହେଉଛି ତାଙ୍କ ଶରୀରରେ ଏଚଆଇଭି ସଂକ୍ରମଣ ବ୍ୟାପି ସାରିଛି । ଅନ୍ୟପକ୍ଷରେ ଏଚଆଇଭି ସଂକ୍ରମଣର ଉନ୍ନତ ସୋପାନ ହେଉଛି ଆକୁଆର୍ଡ ଇମ୍ୟୁନୋ ଡେଫିସିଏନ୍ସି ସିଣ୍ଡ୍ରୋମ (ଏଡସ) । ଏଚଆଇଭି ଭାଇରସ ସିଧାସଳଖ ଶରୀରର ଇମ୍ୟୁନିଟି ସିଷ୍ଟମ ଉପରେ ଆକ୍ରମଣ କରିଥାଏ । ସମସ୍ତ ଏଚଆଇଭି ସଂକ୍ରମିତ ରୋଗୀଙ୍କ ଠାରେ ଏଡସ୍ ସମସ୍ୟା ଥାଏ, ଏହା ମିଛ ଅଟେ । ଏଚଆଇଭିକୁ ରୋକିବା ସମ୍ଭବ ମାତ୍ର ଏଡସ୍ କ୍ଷେତ୍ରରେ ଏହା ମୁସ୍କିଲ ।

ଅନ୍ଧବିଶ୍ୱାସ-୨: ଏଚଆଇଭି ଓ ଏଡସ୍ କେବଳ ସେକ୍ସ ଦ୍ୱାରା ବ୍ୟାପେ

ଏଚଆଇଭି ବା ଏଡସ କେବଳ ସେକ୍ସ ଦ୍ୱାରା ବ୍ୟାପେ ବୋଲି ଅଧିକାଂଶ ଲୋକଙ୍କ ମଧ୍ୟରେ ଧାରଣା ରହିଥାଏ । ମାତ୍ର ଏହା ସତ ନୁହେଁ, ଏଚଆଇଭି ବିଭିନ୍ନ ତରିକାରେ ବ୍ୟାପିଥାଏ । କୌଣସି ସଂକ୍ରମିତ ବ୍ୟକ୍ତିଙ୍କ ସହ ଅସୁରକ୍ଷିତ ଯୌନ ସମ୍ବନ୍ଧ ସ୍ଥାପନ କଲେ ସୁସ୍ଥ ବ୍ୟକ୍ତିଙ୍କୁ ଏଚଆଇଭି ଭାଇରସ୍ ସଂକ୍ରମିତ କରିଥାଏ । ସଂକ୍ରମିତ ବ୍ୟବହାର କରୁଥିବା ଇଞ୍ଜେକସନ ବା ଅନ୍ୟ ଇଞ୍ଜୋକ୍ଟିଂ ସାମଗ୍ରୀକୁ ବ୍ୟବହାର କଲେ ମଧ୍ୟ ବ୍ୟାପିଥାଏ । ସ୍ତନ୍ୟପାନ ସମୟରେ ମାଆର କ୍ଷୀରରେ ଶିଶୁକୁ ମଧ୍ୟ ବ୍ୟାପିପାରେ ।

ଅନ୍ଧବିଶ୍ୱାସ-୩: କିସ କଲେ ଏଚଆଇଭି ବ୍ୟାପେ

କିସ୍ କଲେ ଏଚଆଇଭି ଭାଇରସ୍ ବ୍ୟାପିଥାଏ, ମାତ୍ର ଏହାର ସମ୍ଭାବନା ବହୁତ କମ୍ ହୋଇଥାଏ । ଯେତେବେଳେ କୌଣସି ଏଚଆଇଭି ସଂକ୍ରମିତ ବ୍ୟକ୍ତିଙ୍କଠାରୁ ରକ୍ତ ବାହାରୁଥିବ ଓ ଏହା ଅନ୍ୟ ବ୍ୟକ୍ତିଙ୍କ ଶରୀରକୁ ଚାଲିଯିବ, ସେ କ୍ଷେତ୍ରରେ ଏପରି ଘଟିଥାଏ । ଏଭଳି ସ୍ଥିତିରେ ବୀମାରୀ ବ୍ୟାପିବାର ଆଶଙ୍କା ରହିଥାଏ ।

ଅନ୍ଧବିଶ୍ୱାସ-୪: ଏଚଆଇଭି ସଂକ୍ରମିତ ବ୍ୟକ୍ତି ସହ ସଂପର୍କ ଦ୍ୱାରା ଏଡସ୍ ବ୍ୟାପେ

ଏଚଆଇଭି ସଂକ୍ରମିତଙ୍କୁ ଛୁଇଁଲେ ବା ତାଙ୍କ ପାଖରେ ରହିଲେ ରୋଗ ବ୍ୟାପେ ନାହିଁ । ଏହା ପାଣି ଓ ବାୟୁ କ୍ଷେତ୍ରରେ ଲାଗୁ ହୋଇଥାଏ । କାରଣ ଭାଇରସ ବାୟୁ ଓ ପାଣିରେ ବ୍ୟାପେ ନାହିଁ । ଏହା କେବଳ ପୀଡ଼ିତଙ୍କ ରକ୍ତ, ବୀର୍ଯ୍ୟ, ଯୌନାଙ୍ଗରୁ ନିର୍ଗତ ପଦାର୍ଥ, ଏଚଆଇଭି ସଂକ୍ରମିତ ମାଆଙ୍କ କ୍ଷୀର ସଂପର୍କରେ ଆସିଲେ ବ୍ୟାପିଥାଏ । ପୀଡ଼ିତ ବ୍ୟକ୍ତିଙ୍କ ସହ ଖାଇବା, ରହିବା ଓ ତାଙ୍କ କପଡ଼ା ବ୍ୟବହାର କରିବା କି ଗୋଟିଏ ଟଏଲେଟ ବ୍ୟବହାର କରିବା ଦ୍ୱାରା ବ୍ୟାପି ନଥାଏ ।

ଅନ୍ଧବିଶ୍ୱାସ-୫: ମଶା କାମୁଡ଼ିଲେ ଏଚଆଇଭି ହୋଇଥାଏ

ମଶା କାମୁଡ଼ିଲେ ଏଚଆଇଭି ବ୍ୟାପିବା କଥା ସମ୍ପୂର୍ଣ୍ଣ ମିଛ । ମଶା ଦ୍ୱାରା ବିମାରୀ ବ୍ୟାପିବା ନେଇ ବର୍ତ୍ତମାନ ସୁଦ୍ଧା ଗୋଟିଏ ବି ରିପୋର୍ଟ ଆସିନାହିଁ ।

ଅନ୍ଧବିଶ୍ୱାସ-୬: ଏଡସ୍ ହେବା ଅର୍ଥ ହେଉଛି ମୃତ୍ୟୁ

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ହୁ) ମୁତାବକ, ୨୦୨୧ ସୁଦ୍ଧା ବିଶ୍ୱରେ ୩.୮୪ ଲୋକ ଏଚଆଇଭି କବଳରେ ରହିଥିଲେ । ଏହି ବୀମାରୀ ପ୍ରତ୍ୟେକ ବର୍ଷ ଲକ୍ଷ ଲକ୍ଷ ଲୋକଙ୍କୁ ସଂକ୍ରମିତ କରୁଛି । ଯଦି କୌଣସି ବ୍ୟକ୍ତି ଏଚଆଇଭି ଭାଇରସରେ ସଂକ୍ରମିତ ହୁଅନ୍ତି, ତେବେ ଏହାର ଅର୍ଥ ନୁହେଁ ସେ ମୃତ୍ୟୁବରଣ କରିବେ । ଉପଯୁକ୍ତ ଚିକିତ୍ସା ଦ୍ୱାରା ସେ ଖୁସିରେ ଜୀବନ ଅତିବାହିତ କରିପାରିବେ । ପ୍ରଥମେ ଏହାକୁ ଜୀବନହାନୀ ବୀମାରୀ କୁହାଯାଉଥିଲା, ମାତ୍ର ଏବେ ଏହାର ଚିକିତ୍ସାର ବାଟ ବାହାରି ସାରିଛି ।

ଅନ୍ଧବିଶ୍ୱାସ-୭: ଓରାଲ ସେକ୍ସ ସୁରକ୍ଷିତ ଅଟେ

ସେକ୍ସ ତୁଳନାରେ ଓରାଲ ସେକ୍ସ ସୁରକ୍ଷିତ ବୋଲି କୁହାଯାଏ ମାତ୍ର ଏହା ଠିକ୍ ନୁହେଁ । ଓରାଲ ସେକ୍ସରେ ମଧ୍ୟ ଏଚଆଇଭି ବ୍ୟାପିପାରେ । ଓରାଲ ସେକ୍ସ ସମୟରେ ଯଦି ଏଚଆଇଭି ସଂକ୍ରମିତଙ୍କ ଯୌନାଙ୍ଗର କୌଣସି ଘା’ରୁ ରକ୍ତ ବାହାରୁଥାଏ ତେବେ ଏହି ରକ୍ତ ବୀର୍ଯ୍ୟ ସମ୍ପର୍କରେ ଆସିଲେ ଏଚଆଇଭି ସଂକ୍ରମଣ ବ୍ୟାପିପାରେ ।

Get real time updates directly on you device, subscribe now.