fbpx

ଆରମ୍ଭ ହେଲା “ହେରା ଫେରି-୩’ର ଶୁଟିଙ୍ଗ: ରାଜୁ ଭୂମିକାରେ ଫେରିବେ ଖିଲାଡି ଷ୍ଟାର

ମୁମ୍ବାଇ: ‘ହେରା ଫେରି’ ଏବଂ ‘ଫିର ହେରା ଫେରି’ ପରେ ଏବେ ଖୁବଶୀଘ୍ର ହଲକୁ ଆସୁଛି ‘ହେରା ଫେରି-୩’ । କମେଡି ମୋଭି ‘ହେରା ଫେରି’ର ତୃତୀୟ ସିକ୍ୱେଲ ଭାବରେ ୧୭ ବର୍ଷ ପରେ ପୁଣି ଧମାଲ କରିବ ଏହି ଚଳଚ୍ଚିତ୍ର । ତେବେ ଏହି ଚଳଚ୍ଚିତ୍ରର ରାଜୁ ଚରିତ୍ରକୁ ନେଇ ଲାଗି ରହିଥିବା ଚର୍ଚ୍ଚା ଉପରେ ଏବେ ପୂର୍ଣ୍ଣଚ୍ଛେଦ ପଡିଛି । ପୁଣିଥରେ ଖିଲାଡି ଷ୍ଟାର ଅକ୍ଷୟ କୁମାର ଏହି ଭୂମିକାରେ ପରଦାକୁ ଫେରିବେ ବୋଲି ଜାଣିବାକୁ ମିଳିଛି ।

ଅକ୍ଷୟଙ୍କ ପୂର୍ବରୁ ଏହି ଭୂମିକାରେ କାର୍ତ୍ତିକ ଆର୍ୟନଙ୍କୁ ନେବା ପାଇଁ ଯୋଜନା କରୁଥିଲେ ନିର୍ମାତା । କାରଣ ପ୍ରଥମେ ସିନେମାର କାହାଣୀ ଅକ୍ଷୟ କୁମାରଙ୍କୁ ପସନ୍ଦ ଆସି ନଥିଲା । ଅକ୍ଷୟ କୁମାର ରାଜୁ ଚରିତ୍ରକୁ ମନା କରିଦେବା ପରେ କାର୍ତ୍ତିକ ଆର୍ୟନଙ୍କ ସହ ଏଥିପାଇଁ ଯୋଗାଯୋଗ କରାଯାଇଥିଲା । ‘ଭୁଲ ଭୁଲେୟାଁ-୨’ ପରେ କାର୍ତ୍ତିକ ଖିଲାଡି ଷ୍ଟାରଙ୍କଠାରୁ ଏହି ପ୍ରୋଜେକ୍ଟ ମଧ୍ୟ ଛଡାଇ ନେଇଥାନ୍ତେ । ତେବେ ଏହାପରେ ଗତ ସପ୍ତାହରେ ପରେଶ, ସୁନୀଲ ଅକ୍ଷୟଙ୍କ ସହ ଆଲୋଚନା କରି ତାଙ୍କୁ ସିନେମାରେ କାମ କରିବା ପାଇଁ ରାଜି କରାଇଥିଲେ ।

ତେବେ ଅକ୍ଷୟ କୁମାରଙ୍କ ଗ୍ରୀନ ସିଗନାଲ ପରେ ପୁଣିଥରେ ବଡ ପରଦାରେ ୩ ସୁପରଷ୍ଟାରଙ୍କ ଯୁଗଳବନ୍ଦୀ ଦେଖିବାକୁ ମିଳିବ । ପରେଶ ରାୱଲ ପୁଣିଥରେ ବାବୁ ଭୟା ଭୂମିକାରେ ନଜର ଆସୁଥିବା ବେଳେ ସୁନୀଲ ଶେଟ୍ଟୀଙ୍କୁ ମଧ୍ୟ ପୁରୁଣା ଅନ୍ଦାଜରେ ଦେଖିବାକୁ ମିଳିବ । ମିଳିଥିବା ସୂଚନା ଅନୁଯାୟୀ, ‘ହେରା ଫେରୀ’ର ପ୍ରଥମ ୨ଟି ସିକ୍ୱେଲ ଆନିସ ବାଜମୀ ନିର୍ଦ୍ଦେଶନା ଦେଇଥିବା ବେଳେ ଏହି ସିନେମାର ନିର୍ଦ୍ଦେଶନା ଦେବେ ଫରହାଦ ସାମଜୀ ।

Get real time updates directly on you device, subscribe now.