fbpx
BJD SKY
BJD SKY

ବଦଳିବ ଭାରତର କିଟ ସ୍ପନସର: ‘କିଲର’ର ସ୍ଥାନ ନେବ ଏହି ଲୋକପ୍ରିୟ ବ୍ରାଣ୍ଡ

BJD

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଟିମର ଜର୍ସିରେ ହେବ ବଡ ପରିବର୍ତ୍ତନ । ଟିମ ଇଣ୍ଡିଆର କିଟ ସ୍ପନସର ‘କିଲର’ ଏବେ ଭାରତର ହାତ ଛାଡିବାକୁ ଯାଉଛି । ଏଣିକି କିଲଣ ଜାଗାରେ ଭାରତୀୟ ଦଳକୁ ସ୍ପନସର କରିବ ଆଉ ଏକ କମ୍ପାନୀ । ଏ ନେଇ ଭାରତୀୟ କ୍ରିକେଟ ବୋର୍ଡ(ବିସିସିଆଇ) ଚୁକ୍ତି କରିସାରିଛି । ଖୁବଶୀଘ୍ର ‘କିଲର’କୁ ଏହି କମ୍ପାନୀ ରିପ୍ଲେସ କରିବ ବୋଲି କୁହାଯାଉଛି ।

୨୦୨୩ର ନୂଆବର୍ଷରେ ଭାରତ ପାଇଁ ନୂଆ କିଟ ସ୍ପନସର ହୋଇଥିଲା ‘କିଲର’ । ‘ଏମପିଏଲ’କୁ ଜାଗାରେ ଟିମ ଇଣ୍ଡିଆର କିଟ ସ୍ପନସର ପାଇଁ ବିସିସିଆଇ ସହ ଚୁକ୍ତି କରିଥିଲା ଏହି କମ୍ପାନୀ । କିନ୍ତୁ ଏହାର କିଛି ସପ୍ତାହ ପରେ କିଲର ମଧ୍ୟ ଭାରତର ହାତ ଛାଡିବ ବୋଲଇ ଜଣାଯାଇଛି । ସ୍ପୋର୍ଟସ କମ୍ପାନୀ ‘ଆଦିଦାସ’ କିଲର ସ୍ଥାନରେ ଭାରତର କିଟ ସ୍ପନସର ଭାବେ ବିସିସିଆଇ ସହ ଚୁକ୍ତି କରିଛି । ଆସନ୍ତା ଜୁନ ମାସରୁ କିଲର ସ୍ଥାନରେ ଆଦିଦାସ ଲୋଗୋର ଜର୍ସି ପିନ୍ଧିବେ ଇଣ୍ଡିଆନ ପ୍ଲେୟର । ବିସିସିଆଇ ଆଦିଦାସ ସହ ୫ ବର୍ଷିଆ ଚୁକ୍ତି କରିଥିବା ଜାଣିବାକୁ ମିଳିଛି । ତେବେ ଏହି ପ୍ରକ୍ରିୟାକୁ ଚୂଡାନ୍ତ ରୂପ ଦିଆଯାଉଥିବା କହିଛନ୍ତି ବିସିସିଆଇର ଜଣେ ଅଧିକାରୀ ।

କିଲର କମ୍ପାନୀ ସେତେ ଲୋକପ୍ରିୟ ବ୍ରାଣ୍ଡ ନ ହୋଇ ମଧ୍ୟ ଭାରତୀୟ ଦଳକୁ ସ୍ପନସର କରିବା ନେଇ ଅନେକ ପ୍ରଶ୍ନ ଉଠୁଥିଲା । ସେପଟେ ଏମପିଏଲ ପାଖରେ ୨୦୨୩ ଡିସେମ୍ବର ପର୍ଯ୍ୟନ୍ତ ସ୍ପନସରର ଅଧିକାର ଥିଲେ ମଧ୍ୟ କମ୍ପାନୀ ଅଧାରୁ ଭାରତର ହାତ ଛାଡି ଦେଇଥିଲା । ତେବେ କିଲର ଏବଂ ଏମପିଏଲ ପୂର୍ବରୁ ୧୪ ବର୍ଷ ପାଇଁ ଭାରତର କିଟ ସ୍ପନସର ରହିଥିଲା ନାଇକି । ୨୦୨୦ରେ ନାଇକିର ଚୁକ୍ତି ସରିବା ପରେ ଭାରତ ଏକ ବଡ ସ୍ପନସର ପାଇଁ ଖୋଜୁଥିଲା । ଯାହା ଏବେ ଆଦିଦାସ ନିକଟରେ ଶେଷ ହୋଇଛି ବୋଲି କୁହାଯାଉଛି ।

Get real time updates directly on you device, subscribe now.