fbpx

ପ୍ରତି ପଞ୍ଚାୟତରେ ଖୋଲିବ ସ୍ଥାୟୀ ବ୍ୟାଙ୍କ ଶାଖା: ରୋଡ୍ ମ୍ୟାପ୍ ପ୍ରସ୍ତୁତ କଲେ ରାଜ୍ୟ ସରକାର

Advertisement

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ଶିକ୍ଷା, ସ୍ୱାସ୍ଥ୍ୟ, କୃଷିର ବିକାଶ ପାଇଁ ରାଜ୍ୟ ସରକାର ସର୍ବଦା ପ୍ରୟାସରତ ଥାଆନ୍ତି । ତେବେ ଗରିବ ହୁଅନ୍ତି କି ଧନୀ ସମାଜର ପ୍ରତ୍ୟେକ ସ୍ତରର ଲୋକଙ୍କ ପାଇଁ ବ୍ୟାଙ୍କିଂ ସେବା ନିହାତି ଜରୁରୀ । ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ହିତାଧିକାରୀଙ୍କୁ ବ୍ୟାଙ୍କ ଆକାଉଣ୍ଟ ଜରିଆରେ ସହାୟତା ରାଶି ପ୍ରଦାନ କରିଥାନ୍ତି । ବିପର୍ଯ୍ୟୟକାଳୀନ ସହାୟତା, ମରୁଡ଼ି ସହାୟତା, ବିଭିନ୍ନ ସରକାରୀ ଯୋଜନାର ସବସିଡି ସିଧାସଳଖ ବ୍ୟାଙ୍କ ଆକାଉଣ୍ଟରେ ହିଁ ସ୍ଥାନାନ୍ତର କରାଯାଇଥାଏ ।

ତେବେ ବର୍ତ୍ତମାନ ରାଜ୍ୟର ୬୭୯୪ଟି ଗ୍ରାମପଞ୍ଚାୟତ ମଧ୍ୟରୁ ୪୧୬୦ଟି ପଞ୍ଚାୟତରେ କୌରସି ସ୍ଥାୟୀ ବ୍ୟାଙ୍କ ନାହିଁ । ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ପ୍ରତି ଗ୍ରାମପଞ୍ଚାୟତରେ ବ୍ୟାଙ୍କିଂ ସେବା ପହଞ୍ଚାଇବାକୁ ରୋଡ୍ ମ୍ୟାପ୍ ପ୍ରସ୍ତୁତ କରିଚନ୍ତି । ଏପରି ଭାବେ ପର୍ଯ୍ୟାୟ ଭାବେ ରାଜ୍ୟର ସମସ୍ତ ବ୍ୟାଙ୍କ ବିହୀନ ଗ୍ରାମପଞ୍ଚାୟତରେ ବ୍ୟାଙ୍କିଂ ସେବା ପହଞ୍ଚି ପାରିବ । ଏହି ଲକ୍ଷ୍ୟ ହାସଲ ପାଇଁ ଅର୍ଥ ବଭାଗ, ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ), ନାବାର୍ଡ ଓ ରାଜ୍ୟସ୍ତରୀୟ ବ୍ୟାଙ୍କିଂ କମିଟି ଆନୁକୂଲ୍ୟରେ ସ୍ଥାୟୀ ଶାଖା ଖୋଲିବା ପାଇଁ ୨୭୦ଟି ଗ୍ରାମପଞ୍ଚାୟତକୁ ଚିହ୍ନଟ କରାଯାଇଛି ।
ଏଥିସହିତ ୧୫୦ଟି ବ୍ୟାଙ୍କ ବିହୀନ ଗ୍ରାମପଞ୍ଚାୟତରେ ଭିତ୍ତିଭୂମି ସୃଷ୍ଟି କରିବା ପାଇଁ ପ୍ରତି ଗ୍ରାମପଞ୍ଚାୟତକୁ ୯.୫ ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି । ରାଜ୍ୟର ଦୂରଦୂରାନ୍ତରେ ରହୁଥିବା ଲୋକମାନେ ସିଧାସଳଖ ବେନିଫିଟ୍ ଟ୍ରାନ୍ସଫର କ୍ଷେତ୍ରରେ ମୌଳିକ ବ୍ୟାଙ୍କିଂ ସେବା ପାଇବାକୁ ସଂଘର୍ଷ

ରୁଛନ୍ତି । ରାଜ୍ୟର ପ୍ରତି କୋଣ ଅନୁକୋଣରେ ରହୁଥିବା ଲୋକଙ୍କୁ ଆର୍ଥିକ ଅନ୍ତର୍ଭୁକ୍ତିକରଣ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି । ଜଣେ ବି ନାଗରିକ ଯେପରି ପ୍ରତ୍ୟେକ୍ଷ ଲାଭରୁ ବଞ୍ଚିତ ନ ହୁଅନ୍ତି ତାହା ସୁନିଶ୍ଚିତ କରିବାକୁ କୁହାଯାଇଛି । ଗ୍ରାମ ପଞ୍ଚାୟତରେ ବ୍ୟାଙ୍କିଂ ସେବା ପହଞ୍ଚାଇବା ପାଇଁ ରାଜ୍ୟ ସରକାର ଭିତ୍ତିଭୂମି ସହାୟତା ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି ।

Get real time updates directly on you device, subscribe now.