fbpx
BJD SKY
BJD SKY

ଉଚ୍ଚ ରକ୍ତଚାପରୁ ମୁକ୍ତି ଦେବ ଏହି ୪ଟି ଘରୋଇ ଉପଚାର: ଜାଣନ୍ତୁ କ’ଣ ଥାଏ ଲକ୍ଷଣ

BJD

ନୂଆଦିଲ୍ଲୀ: ଉଚ୍ଚ ରକ୍ତଚାପକୁ ହାଇପରଟେନସନ ମଧ୍ୟ କୁହାଯାଏ । ସାଧାରଣତଃ ବ୍ଲଡ ପ୍ରେସର ୧୨୦/୮୦ରୁ କମ୍ ରହିବା ଉଚିତ । ଏଥିରେ ସାମାନ୍ୟ ପରିବର୍ତ୍ତନ ଶରୀରର ରକ୍ତଚାପକୁ ବୃଦ୍ଧି କରିଥାଏ, ଯାହାକୁ ନିୟନ୍ତ୍ରଣରେ ରଖିବା ନିହାତି ଆବଶ୍ୟକ । ଧମନୀ ଦୁର୍ବଳ ହୋଇଯିବା କିମ୍ବା ହୃଦୟରୁ ଶରୀରର ବିଭିନ୍ନ ଅଙ୍ଗକୁ ରକ୍ତ ପହଞ୍ଚିବା ସ୍ୱାଭାବିକ ନ ହେବାରୁ ହାଇ ବ୍ଲଡପ୍ରେସର ବା ଉଚ୍ଚ ରକ୍ତଚାପ ଦେଖାଦେଇଥାଏ । ତେବେ ଏଥିରୁ ମୁକ୍ତି ପାଇବା ପାଇର୍ କିଛଇ ଘରୋଇ ଉପଚାର ରହିଛି । ଆସନ୍ତୁ ଜାଣିବା:-

ଉଚ୍ଚ ରକ୍ତଚାପର ଲକ୍ଷଣ:-
ମୁଣ୍ଡ ବୁଲାଇବା, କ୍ଳାନ୍ତ ଅନୁଭବ କରିବା, ପୁରୁଣା ମୁଣ୍ଡବିନ୍ଧା, ହୃଦୟର ସ୍ପନ୍ଦନ ଦ୍ରୁତ ଗତିରେ ଚାଲିବା, ହଠାତ ନାକରୁ ରକ୍ତ ପଡିବା, ଶ୍ୱାସକ୍ରିୟାରେ ସମସ୍ୟା, ବାନ୍ତି ଇତ୍ୟାଦି ହେଉଛି ଉଚ୍ଚ ରକ୍ତଚାପର ପ୍ରମୁଖ ଲକ୍ଷଣ ।

କିପରି ପାଇବା ମୁକ୍ତି:-

ଡାଏଟ:- ରକ୍ତଚାପକୁ ନିୟନ୍ତ୍ରଣ କରିବାକୁ ହେଲେ ସବୁଠୁ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ ଆପଣଙ୍କ ଡାଏଟ । ବିଶେଷଜ୍ଞଙ୍କ କହିବା ଅନୁସାରେ, ଏହା ଆପଣଙ୍କ ସିଷ୍ଟୋଲିକ ବ୍ଲଡପ୍ରେସରକୁ କମ କରିବାରେ ସାହାଯ୍ୟ କରେ । ଡାଏଟରେ ମୁଖ୍ୟତଃ ଫଳ, ସମ୍ପୂର୍ଣ୍ଣ ଶସ୍ୟ, ବାଦାମ, ମାଛ ଏବଂ କମ ଫ୍ୟାଟ ଥିବା ଖାଦ୍ୟକୁ ସାମିଲ କରିବାରିବା ।

କମ୍ ଲୁଣ ଖାଇବା:- ହାଇ ବ୍ଲଡପ୍ରେସର ରୋଗୀଙ୍କ ପାଇଁ ଲୁଣ ଖୁବ କ୍ଷତିକାରକ ହୋଇପାରେ । ତେଣୁ ଖାଦ୍ୟରେ ଲୁଣର ମାତ୍ରା କମ୍ କରିବା ଆବଶ୍ୟକ । ସୋଡିୟମ ଖାଇବା ଦ୍ୱାରା ବ୍ଲଡ ପ୍ରେସର ବୃଦ୍ଧି ହୋଇଥାଏ । ଏହା ପରିବର୍ତ୍ତେ ଖାଦ୍ୟରେ ସ୍ୱାଦ ଆଣିବା ପାଇଁ ଜଡି-ବୁଟି କିମ୍ବା ମସାଲାର ଉପଯୋଗ କରିପାରିବେ ।

ଓଜନ ନିୟନ୍ତ୍ରଣ କରନ୍ତୁ:- ଉଚ୍ଚ ରକ୍ତଚାପ ପାଇଁ ଆଉ ଏକ ବଡ ସମସ୍ୟା ହୋଇପାରେ ମୋଟାପଣ । ଶରୀରରେ ଅତିରିକ୍ତ ଚର୍ବି ସୁସ୍ଥ ହୃଦୟକୁ ପ୍ରଭାବିତ କରିଥାଏ ବୋଲି ମତ ଦେଉଛନ୍ତି ବିଶେଷଜ୍ଞ । ତେଣୁ ଉଚ୍ଚ ରକ୍ତଚାପ ଥିବା ବ୍ୟକ୍ତିମାନେ ନିଜ ଓଜନ ପ୍ରତି ଯଥେଷ୍ଟ ଯତ୍ନବାନ ହେବା ଉଚିତ ।

ଧୂମ୍ରପାନରୁ ଦୂରେଇ ରୁହନ୍ତୁ:- ହାଇ ବ୍ଲଡ ପ୍ରେସର ରୋଗୀ ଟଥା ସମ୍ଭବ ଧୂମ୍ରପାନରୁ ନିଜକୁ ଦୂରେଇ ରଖନ୍ତୁ । ଏହି ରୋଗୀମାନେ ଧ୍ରୂପାନ କଲେ ହାର୍ଟ ଆଟାକ ଆସିବାର ସମ୍ଭାବନା ଖୁବ ଅଧିକ ରହିଥାଏ । ତେଣୁ ଧୂମ୍ରପାନ କରି ନିଜ ଜୀବନକୁ ବାଜିରେ ଲଗାନ୍ତୁ ନାହିଁ ।

Get real time updates directly on you device, subscribe now.