fbpx

୬ ଘଣ୍ଟାରେ ହସ୍ପିଟାଲ ପ୍ରସ୍ତୁତ, ୩୬୦୦ ରୋଗୀଙ୍କ ଚିକିତ୍ସା: ଭାରତୀୟ ସେନାକୁ ହୃଦୟରୁ କୃତଜ୍ଞତା ଜଣାଉଛନ୍ତି ତୁର୍କୀର ଜନତା

ନୂଆଦିଲ୍ଲୀ: ଭୂକମ୍ପ ପ୍ରଭାବିତ ତୁର୍କୀରେ ଅପରେସନ ଦୋସ୍ତ ଅଭିଯାନ ପାଇଁ ଭାରତକୁ ଖୁବ୍ ପ୍ରଶଂସା ମିଳୁଛି । ଭାରତୀୟ ସେନା ତ୍ୱରିତ ବେଗରେ ଯେଉଁଭଳି ଭାବେ ତୁର୍କୀକୁ ସହାୟତାର ହାତ ବଢ଼ାଇଲା, ତାହ ଦେଖି ସମେସ୍ତ ତାଜୁବ ହୋଇଯାଇଥିଲେ । ଆର୍ମି ଚିଫ୍ ଜେନେରାଲ ମନୋଜ ପାଣ୍ଡେଙ୍କ ମୁତାବକ, ଭାରତୀୟ ସେନା ତୁର୍କୀରେ ପାଖାପାଖି ୩୬୦୦ ରୋଗୀଙ୍କ ଚିକିତ୍ସା କରିଥିଲା । ସେଥିପାଇଁ ତୁର୍କୀର ନାଗରିକମାନେ ଆମ ପାଖକୁ ଶୁଭେଚ୍ଛା ପଠାଇ କୃତଜ୍ଞତା ଜଣାଉଛନ୍ତି । ଜରୁରୀ ସମୟରେ ଭାରତୀୟ ସେନା ପହଞ୍ଚି ସାହାଯ୍ୟ କରିଥିଲା ବୋଲି ତୁର୍କୀର ରୋଗୀମାନେ କହୁଛନ୍ତି ।

ଜେନେରାଲ ପାଣ୍ଡେ କହିଛନ୍ତି, ମାତ୍ର ଛଅ ଘଣ୍ଟାର ସ୍ୱଳ୍ପ ଅବଧି ମଧ୍ୟରେ ତୁର୍କୀରେ ହସ୍ପିଟାଲ ପ୍ରସ୍ତୁତ କରାଯାଇଥିଲା । ତ୍ୱରିତ ବେଗରେ ୩୦ ବେଡ୍ ବିଶିଷ୍ଟ ଏକ ହସ୍ପିଟାଲ ଠିଆ ହୋଇପାରିଥିଲା । ଉକ୍ତ ଫିଲ୍ଡ ହସ୍ପିଟାଲ ୧୪ ଦିନ ପର୍ଯ୍ୟନ୍ତ କାର୍ଯ୍ୟ କରିଥିଲା । ଉକ୍ତ ହସ୍ପିଟାଲରେ ସ୍ପେଶାଲିଷ୍ଟ ଡାକ୍ତରଙ୍କୁ ନିଯୁକ୍ତ କରାଯାଇଥିଲା । ଭାରତୀୟ ସେନାର ମେଡିକାଲ ଟିମ ୬୦ ପାରା ଫିଲ୍ଡଙ୍କୁ ସେନା ପ୍ରମୁଖ ସମ୍ମାନିତ କରିଥିଲେ । ଏହି ଟିମ୍ ତୁର୍କୀରେ ସହାୟତା ପ୍ରଦାନ କରିବା ପରେ ସ୍ୱଦେଶ ପ୍ରତ୍ୟାବର୍ତ୍ତନ କରିଛି ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ, ତୁର୍କୀରେ ଭୀଷଣ ଭୂକମ୍ପ ପରେ ହଜାର ହଜାର ଲୋକଙ୍କୁ ନିଜର ଜୀବନ ହରାଇବାକୁ ପଡ଼ିଥିଲା । ଏହାପରେ ଭାରତ ପକ୍ଷରୁ ତତକ୍ଷଣାତ୍ ଭାବେ ସହାୟତା ନେଇ ପ୍ରସ୍ତୁତି ଆରମ୍ଭ ହୋଇଥିଲା । ସେଥିପାଇଁ ଅଲଗା ଅଲଗା ଟିମ୍ ପଠାଯାଇଥିଲା । ଉଦ୍ଧାର କାର୍ଯ୍ୟ ପାଇଁ ଏନଡିଆରଏଫ ଯବାନଙ୍କ ଟିମ୍ ତୁର୍କୀ ଯାଇଥିଲା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତୁର୍କୀରୁ ଫେରିଥିବା ଏନଡିଆରଏଫ ଯବାନଙ୍କୁ ଗତ ସୋମବାର ଦିନ ସାକ୍ଷାତ କରିଥିଲେ ଓ ପ୍ରଶଂସା କରିଥିଲେ ।

Get real time updates directly on you device, subscribe now.