fbpx

IPL-2023ରେ କମବ୍ୟାକ କରିବେ ଚେନ୍ନାଇର ସୁପର କିଙ୍ଗ: ପୁଣି ଦୁନିଆ ଦେଖିବ ଧୋନୀ-ଚହରଙ୍କ ଯୁଗଳବନ୍ଦୀ

ନୂଆଦିଲ୍ଲୀ: ଦୀର୍ଘ ଦିନର ଆହତ ସମସ୍ୟା ଯୋଗୁୁଁ ଦଳରୁ ବାଦ ରହିବା ପରେ କମବ୍ୟାକ କରିବେ ଦୀପକ ଚହର । ତେବେ ଦୁଇଟି ବଡ ଆଘାତ ଲାଗିବା ପରେ ବର୍ତ୍ତମାନ ଦୀପକ ସୁସ୍ଥ ଅନୁଭବ କରୁଛନ୍ତି । ଆସନ୍ତା ମାର୍ଚ୍ଚ ୩୧ ତାରିଖରୁ ଆରମ୍ଭ ହେବାକୁ ଯାଉଛି ଆଇପିଏଲ-୨୦୨୩ । ତେଣୁ ଏହି ସିଜନରେ କମବ୍ୟାକ କରିପାରନ୍ତି ଧୋନୀଙ୍କ ବ୍ରହ୍ମାସ୍ତ୍ର ଦୀପକ ଚହର । ଏନସିଏରେ ବ୍ୟାପକ ରିହାଇବିଲିଟେସନ ପରେ ଚହର ଏବେ ଆଇପିଏଲ ପାଇଁ ପ୍ରସ୍ତୁତି କରୁଥିବା ଜାଣିବାକୁ ମିଳିଛି ।

ତେବେ ଚହର କହିଛନ୍ତି ଯେ, ଗତ ୨-୩ ମାସ ମୁଁ ନିଜ ଆହତ ସମସ୍ୟାକୁ ନେଇ ଖୁବ ପରିଶ୍ରମ କରିଛି । ତେବେ ବର୍ତ୍ତମାନ ମୁଁ ସମ୍ପୂର୍ଣ୍ଣ ସୁସ୍ଥ ଅଛି ଏବଂ ଆଇପିଏଲ ପାଇଁ ପ୍ରସ୍ତୁତି ଜାରି ରଖିଛି । କ୍ରିକେଟରେ ବିଶେଷ କରି ଫାଷ୍ଟ ବୋଲରମାନଙ୍କୁ ଆହତ ସମସ୍ୟାରୁ କମବ୍ୟାକ କରିବା କଷ୍ଟକର ହୋଇଥାଏ । ତେବେ ଆହତ ସମସ୍ୟାରୁ ବାହାରିବା ପରେ ଆଇପିଏଲରେ ଦମଦାର ପ୍ରଦର୍ଶନ କରିବା ସହ ଆଗାମୀ ଦିନିକିଆ ବିଶ୍ୱକପରେ ଟିମ ଇଣ୍ଡିଆରେ ସ୍ଥାନ ପାଇବାକୁ ଲକ୍ଷ୍ୟ ରଖିଛନ୍ତି ଦୀପକ ଚହର । ତେବେ ଦୀପକ ସୁସ୍ଥ ହେବା ମହେନ୍ଦ୍ର ସିଂହ ଧୋନୀଙ୍କ ପାଇଁ ଏକ ବଡ ଖୁସିର ଖବର ହୋଇପାରିବ । କାଇଲ ଜାମିସନ ଟୁର୍ଣ୍ଣାମେଣ୍ଟରୁ ବାଦ ପଡିବା ପରେ ଚେନ୍ନାଇ ପାଇଁ ଦୀପକଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ।

ଚେନ୍ନାଇ ସୁପର କିଙ୍ଗସର ଷ୍ଟାର ବୋଲର ଦୀପକ ଚହର ଷ୍ଟ୍ରେସ ଫ୍ରାକଚର ଏବଂ ପରେ ଜଂଘର ଥାର୍ଡ ଗ୍ରେଡରେ ଆଘାତ ଯୋଗୁଁ ଦୀର୍ଘ ଦିନ ଧରି ଦଳରୁ ବାଦ ପଡିଥିଲେ । ଏ ସମସ୍ତ ସମସ୍ୟାରୁ ବାହାରିବା ତାଙ୍କ ପାଇର୍ ଖୁବ କଷ୍ଟକର ହୋଇ ପଡିଥିଲା । କିଛଇ ଦିନ ତଳେ ବାଂଲାଦେଶ ବିପକ୍ଷ ଦ୍ୱିତୀୟ ଦିନିକିଆ ମ୍ୟାଚ ଖେଳିଥିଲେ ଦୀପକ । କିନ୍ତୁ ଏହି ମ୍ୟାଚରେ ସେ ମାତ୍ର ୩ ଓଭର ବୋଲିଂ କରିପାରିଥିଲେ । ସେହିପରି ୨୦୨୨ରେ ମାତ୍ର ୧୫ଟି ମ୍ୟାଚ ଖେଳିଥିଲେ ଦୀପକ । କିନ୍ତୁ ଆହତ ସମସ୍ୟା ଯୋଗୁଁ ଦମଦାର ଫର୍ମରେ ଥିବା ସତ୍ତେ୍ୱ ସେ ବିଶ୍ୱକପରୁ ବାଦ ପଡିଥିଲେ ।

Get real time updates directly on you device, subscribe now.