fbpx

ଭୁବନେଶ୍ୱରରେ ୨୦ରୁ ଅଧିକ ଦୋକାନରେ ପଡିଲା ତାଲା, ଜାଣନ୍ତୁ କେଉଁଟି

ଭୁବନେଶ୍ୱର,୧୧ ।୬(ଓଡିଶା ଭାସ୍କର): କଟକ ପରେ ରାଜଧାନୀ ଭୁବନେଶ୍ୱରେ ପ୍ରାୟ ୨୦ରୁ ଅଧିକ ଦୋକାନରେ ତାଲା ଝୁଲାଇଲା ପ୍ରଶାସନ । ବିଏମସି ଓ ବିଡିଏ ମିଳିତ ସ୍କ୍ୱାର୍ଡ ପକ୍ଷରୁ ଦୋକାନଗୁଡିକୁ ବନ୍ଦ କରାଯାଇଛି । ସେହି ଦୋକାନଗୁଡିକ ମଧ୍ୟରେ ରହିଛି- ଅମ୍ବର, ବିଶାଲ ମେଗା ମାର୍ଟ, ମା’ ତାରିଣୀ ବସ୍ତ୍ରାଳୟ, ଲିଙ୍ଗରାଜ ଲସି, ଭାଇଭାଇ ଟିଫିନ୍ ଷ୍ଟଲ୍, ଓମଫେଡ ଷ୍ଟଲ ଇତ୍ୟାଦି ରହିଛି ।

ତେବେ କରୋନା ପାଇଁ ସାମାଜିକ ଦୂରତା ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହି ଦୋକାନ ଗୁଡିକରେ ନିୟମ ଉଲ୍ଲଙ୍ଘନ କରିବାର ଅଭିଯୋଗ ହେବାରୁ ବାଧ୍ୟ ହୋଇ ଏଭଳି କାର୍ଯ୍ୟାନୁଷ୍ଠାନ ନେଇଛି ପ୍ରଶାସନ । ଏହା ସହ ସହିଦନଗରରେ ଥିବା ୨ ଟି ହୋଟେଲ ବି ସିଲ୍ କରିଛି ବିଏମସି ।

Get real time updates directly on you device, subscribe now.