fbpx

ଇଂଲଣ୍ଡର ବାଥ୍‌ ସହରରେ ପ୍ରତିଷ୍ଠା ହେଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ମନ୍ଦିର, ବିଦେଶରେ ପୂଜା ପାଇବେ ଚତୁର୍ଦ୍ଧାମୂର୍ତ୍ତି

ଲଣ୍ଡନ(ଓଡ଼ିଶା ଭାସ୍କର): ପ୍ରଭୁ ଶ୍ରୀଜଗନ୍ନାଥଙ୍କ ମନ୍ଦିର ଇଂଲଣ୍ଡର ବାଥ୍‌ ସହରରେ ପ୍ରତିଷ୍ଠା ହୋଇଛି । ଏହା ଓଡ଼ିଶା ପାଇଁ ଅତ୍ୟନ୍ତ ଗର୍ବର ବିଷୟ । ୨୦୨୦ ପବିତ୍ର ରଥଯାତ୍ରା ଅବସରରେ ଶ୍ରୀଜଗନ୍ନାଥ ମନ୍ଦିର ମୁଖ୍ୟ ସଦସ୍ୟଙ୍କ ସହାୟତାରେ ଏହାର ଶୁଭାରମ୍ଭ କରାଯାଇଥିଲା । ମୁଖ୍ୟ ସଦସ୍ୟମାନେ ବାଥ୍‌ ସହରରେ ବାସକରୁଥିବା
ହିନ୍ଦୁମାନଙ୍କ ସହିତ ମିଳିତ ଭାବେ କାର୍ଯ୍ୟକରି ଦୀର୍ଘ ୧୭ ବର୍ଷର ସ୍ୱପ୍ନ ଶେଷରେ ୨୦୨୧ ମେ’ ୨୨ରେ ସତ୍ୟରେ ପରିଣତ କରିଛନ୍ତି ।

୨୦୨୦ ଦୀପାବଳି ଅବସରରେ ମହାପ୍ରଭୁ ଜଗତର ନାଥ ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ର, ମାତା ସୁଭଦ୍ରା ଦେବୀ ଏବଂ ପ୍ରଭୁ ଶ୍ରୀସୁଦର୍ଶନଙ୍କର ନିମକାଠରେ ନିର୍ମିତଶ୍ରୀବିଗ୍ରହ ପୁରୀରୁ ୟୁନାଇଟେଡ୍‌ କିଙ୍ଗଡମ୍‌ର ସିଟି ଅଫ୍‌ ବାଥ୍‌କୁ ଯାତ୍ରା କରିଥିଲେ । ସିଟି ଅଫ୍‌ ବାଥ୍‌ ଯାତ୍ରା କରିବା ପୂର୍ବରୁ ଗଜପତି ମହାରାଜଙ୍କ ତତ୍ୱାବଧ୍ୟାନ ଏବଂ ଶ୍ରୀଗୋବର୍ଦ୍ଧନ ପୀଠର ଆଦିଗୁରୁ ଶ୍ରୀ ଶଙ୍କାରାଚାର୍ଯ୍ୟଙ୍କ ସହାୟତାରେ ଶ୍ରୀବିଗ୍ରହ ଭାରତରେ ଥିବା ବିଭିନ୍ନ ଶ୍ରୀଜଗନ୍ନାଥ ମନ୍ଦିର ଭ୍ରମଣ କରିଥିଲେ ।

Get real time updates directly on you device, subscribe now.