fbpx

ମହାପ୍ରଭୁଙ୍କ ଅନବସର ବାସ ଷଷ୍ଠ ଦିବସ, ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଲାଗି ହେବ ଫୁଲରୀ ତେଲ

ପୁରୀ (ଓଡ଼ିଶା ଭାସ୍କର): ଆଜି ମହାପ୍ରଭୁଙ୍କ ଅନବସର ବାସ ଷଷ୍ଠ ଦିବସ। ଦେବସ୍ନାନ ପୂର୍ଣ୍ଣିମା ଦିନ ୧୮୦ ସୁବାଷିତ ଜଳରେ ସ୍ନାନ ପରେ ଚତୁର୍ଦ୍ଧାମୂର୍ତ୍ତି ଅସୁସ୍ଥ ହୋଇ ଅନବସର ପିଣ୍ଡିରେ ବିଶ୍ରାମ ନେଇଛନ୍ତି। ସେଠାରେ ଦଇତାପତି ସେବ ମାନେ ଶ୍ରୀବିଗ୍ରହଙ୍କର ଗୁପ୍ତ ସେବା କରୁଛନ୍ତି।

ଅନବସରର ୫ ଦିବସରେ ବିଳମ୍ବିତ ରାତିରେ ଶ୍ରୀବିଗ୍ରହଙ୍କର ଶ୍ରୀଅଙ୍ଗ ଫିଟା ଗୋପନ ନୀତିସ ସମ୍ପନ୍ନ ହୋଇଥିଲା। ମହାପ୍ରଭୁଙ୍କ ଜ୍ବରରେ ପୀଡିତ ହୋଇଥିବା କାରଣରୁ ଶ୍ରୀଅଙ୍ଗରେ ପୀଡା ହେଉଛି। ଏହା ପ୍ରତିକାର ପାଇଁ ଆୟୁର୍ବେଦୀୟ ଜଡିବୁଟିରେ ପ୍ରସ୍ତୁତ ଫୁଲରୀ ତେଲକୁ ବୈଦ୍ୟଙ୍କ ପରାମର୍ଶରେ ଲାଗି ହେବ। ମହାପ୍ରଭୁଙ୍କ ଶ୍ରୀଅଙ୍ଗର ପୀଡ଼ା ନିବାରଣ ପାଇଁ ଏହି ଔଷଧୀୟ ତୈଳକୁ ଅନବସର ପଷ୍ଠ ଦିବସରେ ମହାପ୍ରଭୁଙ୍କୁ ମାଲିସ କରିବେ ଦଇତାପତି ସେବକ। ପରେ ମହାପ୍ରଭୁ ସୁସ୍ଥ ଅନୁଭବ କରିବେ।

Get real time updates directly on you device, subscribe now.