fbpx
BJD SKY
BJD SKY

ଟିମ ଇଣ୍ଡିଆରୁ ବାଦ୍ ପଡ଼ିବେ ଶ୍ରେୟସ ଆୟର! ସରଫରାଜଙ୍କୁ ମିଳିବ ମିଡିଲ ଅର୍ଡର ଦାୟିତ୍ୱ…

BJD

ଓଡ଼ିଶା ଭାସ୍କର: ଇଂଲଣ୍ଡ ବିପକ୍ଷ ତୃତୀୟ ଟେଷ୍ଟରେ ଡେବ୍ୟୁ କରି ଦମଦାର ପ୍ରଦର୍ଶନ କରିଛନ୍ତି ସରଫରାଜ ଖାନ୍ । ଡେବ୍ୟୁ ଟେଷ୍ଟର ଦୁଇଟି ଇନିଂସରେ ଅର୍ଦ୍ଧଶତକ ହାସଲ କରି ନିଜର ଟାଲେଣ୍ଟକୁ ପ୍ରମାଣ କରିବାରେ ସେ ସଫଳ ହୋଇଛନ୍ତି । ଏହାସହିତ ଦଳରେ ସ୍ଥାନ ପକ୍କା କରିବା ପାଇଁ ମୂଳଦୁଆ ପକାଇଛନ୍ତି ସରଫରାଜ । ତେବେ ତାଙ୍କର ଏଭଳି ପ୍ରଦର୍ଶନ ଷ୍ଟାର ବ୍ୟାଟର ଶ୍ରେୟସ ଆୟରଙ୍କ ପାଇଁ ବିପଦ ସୃଷ୍ଟି କରିଛି । ଭାରତୀୟ ଟେଷ୍ଟ ଦଳରେ ବର୍ତ୍ତମାନ ଶ୍ରେୟସଙ୍କ ସ୍ଥାନ ଉପରେ ପ୍ରଶ୍ନବାଚୀ ଉଠିଛି । ଏବେଠୁ ଶ୍ରେୟସଙ୍କ ସ୍ଥାନରେ ସରଫରାଜ ଟେଷ୍ଟ ଦଳର ପ୍ରଥମ ପସନ୍ଦ ହେବେ ବୋଲି କୁହାଯାଉଛି ।

ଭାରତ-ଇଂଲଣ୍ଡ ଟେଷ୍ଟ ସିରିଜର ପ୍ରଥମ ଦୁଇଟି ମ୍ୟାଚରେ ଶ୍ରେୟସ ଆୟରଙ୍କୁ ସୁଯୋଗ ମିଳିଥିଲା । କିନ୍ତୁ ଶ୍ରେୟସ ଏଥିରେ ବଡ଼ ପାଳି ଖେଳିବାରେ ବିଫଳ ହୋଇଛନ୍ତି । ଯାହାପରେ ଆହତ ସମସ୍ୟା ଯୋଗୁଁ ଇଂଲଣ୍ଡ ବିପକ୍ଷ ଶେଷ ୩ଟି ଟେଷ୍ଟରେ ଶ୍ରେୟସ ବାଦ୍ ପଡ଼ିଛନ୍ତି । ତାଙ୍କ ସ୍ଥାନରେ ରଣଜୀ ଟ୍ରଫିର ସୁପରଷ୍ଟାର ସରଫରାଜଙ୍କୁ ତୃତୀୟ ଟେଷ୍ଟରେ ସୁଯୋଗ ଦେଇଥିଲେ ଅଧିନାୟକ ରୋହିତ । ଡେବ୍ୟୁ ମ୍ୟାଚରେ ହିଁ ସରଫରାଜ ଦମଦାର ପ୍ରଦର୍ଶନ କରି ନିଜକୁ ପ୍ରମାଣ କରିବାରେ ସଫଳ ହୋଇଛନ୍ତି । ତୃତୀୟ ଟେଷ୍ଟର ଉଭୟ ଇନିଂସରେ ସେ ଅର୍ଦ୍ଦଶତକ ହାସଲ କରି ଦଳରେ ନିଜ ସ୍ଥାନକୁ ଦୃଢ କରିଛନ୍ତି । ପ୍ରଥମ ଇନିଂସରେ ୬୨ ରନ୍ କରି ଦୁର୍ଭାଗ୍ୟବଶତଃ ସେ ରନ୍ ଆଉଟ ହୋଇଯାଇଥିବା ବେଳେ ଦ୍ୱିତୀୟ ଇନିଂସରେ ୬୮ ରନ୍ କରି ଅପରାଜିତ ରହିଛନ୍ତି । ତେଣୁ ଏହି ପ୍ରଦର୍ଶନକୁ ଦୃଷ୍ଟିରେ ରଖି ଆଗାମୀ ଦିନରେ ସରଫରାଜଙ୍କୁ ଦଳରେ ସୁଯୋଗ ମିଳିବାର ସମ୍ଭାବନା ଅଧିକ ରହିଛି ।

ସେପଟେ ଶ୍ରେୟସଙ୍କ ଦୁର୍ବଳ ପ୍ରଦର୍ଶନ ଦଳରେ ତାଙ୍କ ସ୍ଥାନ ଛଡ଼ାଇ ନେଇପାରେ । ଇଂଲଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟର ଉଭୟ ଇନିଂସରେ ମୋଟ ୪୮ ରନ୍ କରିଥିବା ବେଳେ ଦ୍ୱିତୀୟ ମ୍ୟାଚରେ ଶ୍ରେୟସ ମୋଟ ୫୬ ରନ୍ କରିପାରିଛନ୍ତି । ଏହାପରେ ଆହତ ଜନିତ ସମସ୍ୟା ଯୋଗୁଁ ଶେଷ ୩ଟି ମ୍ୟାଚ ପାଇଁ ସେ ଦଳରୁ ବାଦ୍ ପଡ଼ିଛନ୍ତି । କିନ୍ତୁ ତାଙ୍କ ସ୍ଥାନରେ ସରଫରାଜ ଖାନ୍ ଡେବ୍ୟୁ କରି ପ୍ରଥମ ମ୍ୟାଚର ଉଭୟ ଇନିଂସରେ ଦମଦାର ଅର୍ଦ୍ଧଶତକ ହାସଲ କରିଛନ୍ତି । ତେଣୁ ଶ୍ରେୟସ ସୁସ୍ଥ ହେବା ପରେ ସରଫରାଜ ଏବଂ ଶ୍ରେୟସଙ୍କ ମଧ୍ୟରେ ଏହି ସ୍ଥାନକୁ ନେଇ ଏକ କଡ଼ା ଟକ୍କର ଦେଖିବାକୁ ମିଳିପାରେ । ବର୍ତ୍ତମାନ ପରିସ୍ଥିତିରେ ଶ୍ରେୟସଙ୍କ ଅପେକ୍ଷା ସରଫରାଜ ଖୁବ ଆଗରେ ରହିଛନ୍ତି ।

Get real time updates directly on you device, subscribe now.