fbpx
BJD SKY
BJD SKY

ବାରମ୍ବାର ମିଠା ଖାଇବା ପାଇଁ ଇଚ୍ଛା ହେଉଛି କି ? କେବଳ ଡାଇବେଟିସ୍ ନୁହେଁ ହୋଇପାରେ ଏହି ଗମ୍ଭୀର ରୋଗ

BJD

ଓଡ଼ିଶା ଭାସ୍କର: ସାଧାରଣତଃ ଅଧିକାଂଶ ବ୍ୟକ୍ତି ମିଠା ଖାଇବା ପାଇଁ ପସନ୍ଦ କରିଥାନ୍ତି । ଚକଲେଟ୍, ଆଇସକ୍ରୀମ୍, ମିଠା, ମୃଦୁ ପାଦୀୟ ଇତ୍ୟାଦି ଆମ ମୁଡକୁ ଖୁସି କରିଥାଏ । କିଛି ବ୍ୟକ୍ତି ପ୍ରତି ଭୋଜନ ପରେ ମିଠା ଖାଇବାକୁ ପସନ୍ଦ କରିଥାନ୍ତି । କାରଣ ମିଠା ବିନା ଭୋଜନ ସମ୍ପୂର୍ଣ୍ଣ ହୁଏ ନାହିଁ ବୋଲି ବିଶ୍ୱାସ ରହିଛି । ଏହି ମିଠା ଖାଇବା ଅଭ୍ୟାସକୁ sugar craving କୁହାଯାଏ । କିନ୍ତୁ ଅଧିକ ମାତ୍ରାରେ ମିଠା ଖାଇବା ସ୍ୱାସ୍ଥ୍ୟ ପ୍ରତି କ୍ଷତିକାରକ ହୋଇଥାଏ । ସାଧାରଣତଃ ଲୋକମାନଙ୍କ ଧାରଣା ଥାଏ ଯେ ଅଧିକ ମିଠା ଖାଇବା ଦ୍ୱାରା କେବଳ ଡାଇବେଟିସ୍ ହୋଇଥାଏ । କିନ୍ତୁ ବାସ୍ତବରେ ଅଧିକ ମିଠା ଖାଇବା ଦ୍ୱାରା ହାର୍ଟଆଟାକ୍ ଏବଂ କ୍ୟାନ୍ସର ଭଳି ରୋଗର ଆଶଙ୍କା ବୃଦ୍ଧି ପାଇଥାଏ । ତେବେ ଆସନ୍ତୁ ଜାଣିବା ଅଧିକ ମିଠା ଖାଇବା ଦ୍ୱାରା ଆଉ କେଉଁ ସବୁ ଗମ୍ଭୀର ରୋଗ ହୋଇଥାଏ ।

୧. ମେଦବହୁଳତା: ମିଠାରେ ବହୁତ କ୍ୟାଲୋରି ଥାଏ । ଅଧିକ ମାତ୍ରାରେ ମିଠା ସେବନ କରିଲେ ଶରୀରରେ fat ଆକାରରେ କ୍ୟାଲୋରି ଜମା ହୋଇଥାଏ । ଫଳରେ ଓଜନ ବୃଦ୍ଧି ହୋଇଥାଏ ।

୨. ଯକୃତ ସମସ୍ୟା: ଚିନିର ଏକ ପ୍ରକାର ‘ଫ୍ରୁକ୍ଟୋଜ୍’ ଅଧିକ ମାତ୍ରାରେ ଖାଇବା ଦ୍ୱାରା ଯକୃତ ଉପରେ କୁପ୍ରଭାବ ପକାଇଥାଏ । ଏହା ଦ୍ୱାରା ଫ୍ୟାଟି ଲିଭର ରୋଗ ହେବାର ଆଶଙ୍କା ଦେଖାଦେଇଥାଏ । ଯକୃତର କାର୍ଯ୍ୟ କ୍ଷମତାକୁ ପ୍ରଭାବିତ କରିପାରେ ।

୩. କ୍ୟାନସର: ଏକ ଗବେଷଣାରୁ ପ୍ରକାଶ ଯେ ଅଧିକ ମାତ୍ରାରେ ମିଠା ଖାଇବା ଦ୍ୱାରା କର୍କଟ ରୋଗ ହେବାର ଆଶଙ୍କା ବୃଦ୍ଧି ପାଇଥାଏ । ଶରୀରରେ ଫୁଲା ଲକ୍ଷଣ ଦେଖାଯିବା ସହ ଇନସୁଲିନ୍ ସ୍ତରକୁ ବୃଦ୍ଧି କରିଥାଏ ।

୪. ହୃଦୟ ରୋଗ: ଅଧିକ ମିଠା ଖାଇବା ହୃଦୟ ପାଇଁ କ୍ଷତିକାରକ ହୋଇଥାଏ । ଏହା ରକ୍ତରେ ଶର୍କରାର ମାତ୍ରା ବୃଦ୍ଧି କରିଥାଏ । ତେଣୁ ହାର୍ଟ ଆଟାକ୍ ହେବାର ଆଶଙ୍କା ବୃଦ୍ଧି ପାଇଥାଏ ।

୫. ଦାନ୍ତ ସମସ୍ୟା: ଅଧିକ ମାତ୍ରାରେ ମିଠା ଖାଇବା ଦ୍ୱାରା ଦାନ୍ତ ଏବଂ ମାଢ଼ି ସମସ୍ୟା ଦେଖାଦେଇଥାଏ । ଏହା ମୁହଁରେ ବ୍ୟାକ୍ଟେରିଆ ସଂଖ୍ୟା ବୃଦ୍ଧି କରିଥାଏ । ସେଥିପାଇଁ ଡାକ୍ତରମାନେ ରାତିରେ ଶୋଇବା ପୂର୍ବରୁ ଦାନ୍ତ ଘଷି ଶୋଇବା ପାଇଁ ପରାମର୍ଶ ଦେଇଥାନ୍ତି ।

Get real time updates directly on you device, subscribe now.