fbpx

IND vs ENG ଆଗାମୀ ଟେଷ୍ଟରୁ ବାଦ୍ ପଡ଼ିବେ ବୁମରାହ: କିଏ ହେବେ ସିରାଜଙ୍କ ବୋଲିଂ ପାର୍ଟନର?

ଓଡ଼ିଶା ଭାସ୍କର: ତୃତୀୟ ଟେଷ୍ଟ ବିଜୟ ପରେ ସରିଜରେ ୨-୧ରେ ଆଗୁଆ ରହିଛି ଟିମ ଇଣ୍ଡିଆ । ତେବେ ଏହି ସମୟରେ ସିରିଜର ଆଗାମୀ ଟେଷ୍ଟକୁ ନେଇ ଏବେ ବଡ଼ ଅପଡେଟ ସାମ୍ନାକୁ ଆସିଛି । ଟିମ ଇଣ୍ଡିଆର ୟର୍କର କିଙ୍ଗ ଜଶପ୍ରୀତ ବୁମରାହ ଚତୁର୍ଥ ଟେଷ୍ଟରେ ଦଳରୁ ବାଦ୍ ପଡ଼ିବେ ବୋଲି ଜାଣିବାକୁ ମିଳିଛି । ଏହି ମ୍ୟାଚରେ ବୁମରାହଙ୍କ ବ୍ୟତୀତ ଇଂଲଣ୍ଡକୁ ଭେଟିବ ରୋହିତ ସେନା । ଏହାସହିତ ପଞ୍ଚମ ତଥା ଶେଷ ଟେଷ୍ଟ ମ୍ୟାଚ ମଧ୍ୟସେ ଖେଳିବେ କି ନାହିଁ, ସେ ନେଇ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ତେବେ ବୁମରାହଙ୍କ ସ୍ଥାନରେ କେଉଁ ବୋଲର ନେବେ ଦାୟିତ୍ୱ?

ଚତୁର୍ଥ ଟେଷ୍ଟ ପାଇଁ ବୁମରାହଙ୍କୁ ବିଶ୍ରାମ ଦେଇଛି ଟିମ ଇଣ୍ଡିଆ । ଅତ୍ୟଧିକ ୱାର୍କଲୋଡ ଯୋଗୁଁ ଗୋଟିଏ ମ୍ୟାଚରେ ବିଶ୍ରାମ ଦେବାକୁ ବୁମରାହଙ୍କୁ ଚତୁର୍ଥ ଟେଷ୍ଟରୁ ବାଦ୍ ଦିଆଯାଇଛି । ଇଂଲଣ୍ଡ ବିପକ୍ଷ ଚତୁର୍ଥ ମ୍ୟାଚ ରାଞ୍ଚିରେ ଖେଳାଯିବାକୁ ଥିବା ବେଳେ ଏହି ମ୍ୟାଚରେ ବୁମରାହଙ୍କ ସ୍ଥାନରେ ଅନ୍ୟ ଜଣେ ବୋଲର ଦଳରେ ସ୍ଥାନ ପାଇପାରନ୍ତି । ମହମ୍ମଦ ସିରାଜ ଦଳର ପ୍ରମୁଖ ବୋଲର ଭାବରେ ଦାୟିତ୍ୱ ନେବା ସହିତ ତାଙ୍କ ପାର୍ଟନର ଭାବରେ ମୁକେଶ କୁମାରଙ୍କୁ ସୁଯୋଗ ମିଳିପାରେ । ଦ୍ୱିତୀୟ ଟେଷ୍ଟରେ ସିରାଜଙ୍କୁ ବିଶ୍ରାମ ଦିଆଯାଇଥିବା ବେଳେ ମୁକେଶ କୁମାର ଦଳରେ ସାମିଲ ହୋଇ ଦମଦାର ପ୍ରଦର୍ଶନ କରିଛନ୍ତି । ତେବେ ତୃତୀୟ ଟେଷ୍ୟରେ ତାଙ୍କୁ ଦଳରୁ ବାଦ୍ ଦେଇ ରଣଜୀ ମ୍ୟାଚ ଖେଳିବାକୁ ବିସିସିଆଇ ଅନୁମତି ଦେଇଥିଲା । ତେଣୁ ଚତୁର୍ଥ ଟେଷ୍ଟରୁ ବୁମରାହ ବାଦ୍ ପଡ଼ିଲେ ମୁକେଶ କୁମାରଙ୍କୁ ଦଳରେ ସାମିଲ କରାଯାଇପାରେ । ଏହାବ୍ୟତୀତ ଆକାଶ ଦୀପ୍ ମଧ୍ୟ ଭାରତ ପାଇଁ ଜଣେ ବିକଳ୍ପ ହୋଇପାରନ୍ତି ।

ସୂଚନା ଅନୁସାରେ, ବୁମରାହ ରାଞ୍ଚି ଟେଷ୍ଟ ପାଇଁ ରାଜକୋଟରୁ ଦଳ ସହ ବାହାରି ନାହାନ୍ତି । ସେ ପଞ୍ଚମ ଟେଷ୍ଟ ପାଇଁ ସିଧା ଅହମ୍ମଦାବାଦ ଯିବେ ବୋଲି ଜଣାଯାଇଛି । ତେବେ ଚତୁର୍ଥ ଟେଷ୍ଟରୁ ।ସେ ବାଦ୍ ପଡ଼ିବା ପରେ ପଞ୍ଚମ ମ୍ୟାଚକୁ ନେଇ ମଧ୍ୟ ଆଶଙ୍କା ଦେଖାଦେଇଛି । କିନ୍ତୁ ଏହା ସମ୍ପୂର୍ଣ୍ଣ ଭାବରେ ଚତୁର୍ଥ ଟେଷ୍ଟ କ୍ୟାଚର ଫଳାଫଳ ଉପରେ ନିର୍ଭର କରିବ । ବୁମରାହଙ୍କ ବ୍ୟତୀତ ଅନ୍ୟ କୌଣସି ଖେଳାଳିଙ୍କ ଅନୁପସ୍ଥିତି ବିଷୟରେ ଏ ନେଇ କିଛି ସୂଚନା ହସ୍ତଗତ ହୋଇନାହିଁ । ଏହି ସିରିଜରେ ବୁମ୍ରା ଏପର୍ୟ୍ୟନ୍ତ ସର୍ବାଧିକ ୱିକେଟ୍ ନେଇଛନ୍ତି। ତିନୋଟି ମ୍ୟାଚରେ ବୁମରା ମୋଟ ୮୦.୫ ଓଭର ବୋଲିଂ କରି ୧୭ ୱିକେଟ୍ ହାସଲ କରିଛନ୍ତି । ବୁମ୍ରା ବିଶାଖାପାଟନମ୍ ଟେଷ୍ଟରେ ମ୍ୟାନ୍ ଅଫ୍ ଦି ମ୍ୟାଚ ଭାବରେ ବିବେଚିତ ହୋଇଥିଲେ ।

ଚତୁର୍ଥ ଟେଷ୍ଟ ପାଇଁ ସମ୍ଭାବ୍ୟ ଏକାଦଶ: ରୋହିତ ଶର୍ମା(ଅଧିନାୟକ), ଯଶସ୍ୱୀ ଜଏସ୍ୱାଲ, ଶୁମନ ଗିଲ୍, ରଜତ ପାଟିଦାର/କେ.ଏଲ ରାହୁଲ, ସରଫରାଜ ଖାନ୍, ଧ୍ରୁବ ଜୁରେଲ/କେ.ଏସ ଭରତ, ରବିନ୍ଦ୍ର ଜାଡେଜା, ରବିଚନ୍ଦ୍ରନ ଅଶ୍ୱୀନ, କୁଳଦୀପ ଯାଦବ, ମୁକେଶ କୁମାର, ମହମ୍ମଦ ସିରାଜ ।

Get real time updates directly on you device, subscribe now.